PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଟିକା ନେଇନାହାନ୍ତି ବୋଲି ବନ୍ଧା ହେଲେ ଗାଁ ଲୋକେ, ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ, ଗାଁର ମୁଖ୍ୟ ରାସ୍ତାରେ ଲଗାଇଲେ ବାରିକେଡ୍‌

ସାହାରନପୁର,୨୦/୦୧: କରୋନାର ନୂଆ ନୂଆ ଭାରିଏଣ୍ଟକୁ ଚିନ୍ତାରେ ଦେଶବାସୀ । ଏଭଳି କ୍ଷେତ୍ରରେ ବର୍ତ୍ତମାନ ବି କିଛି ଲୋକଙ୍କ ଅସଚେତନ ହୋଇ ଖୁଲମଖୁଲା ବୁଲୁଛନ୍ତି । କିଏ ନିୟମ ମାନୁନାହିଁ ତ ଅନେକ ଲୋକ ଟିକା ବି ନେଇ ନାହାନ୍ତି । ଏଭଳି ସ୍ଥଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶର ମଣିହରାନର ଚାକାୱାଲି ଗାଁରେ ପାଖାପାଖି ୪୫୦ ଜଣ ଲୋକ ଟିକା ନେଇନଥିବା ହେତୁ ସେହି ଗାଁକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଏହି ଗାଁର ପ୍ରବେଶ ପଥରେ ବ୍ୟାରିକେଡ୍‌ କରି ପୋଲିସଙ୍କୁ ନିୟୋଜିତ କରାଯାଇଛି, ଯେପରି ଏହି ଗାଁରୁ କେହି ବାହାରକୁ ନବାହାରି ପାରିବେ । ଯେଉଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନାହାନ୍ତି ସେମାନଙ୍କୁ ଗାଁରୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ ।

ଅସଚେତନ ଲୋକମାନେ ଟିକା ନେଇନଥିବା ବେଳେ ପୁରା ଗାଁକୁ ସିଜ୍‌ କରିଛି ଜିଲ୍ଲା ପ୍ରଶାସନ । କୁହାଯାଉଛି, ସାହାରନପୁର ଜିଲ୍ଲାର ରାମପୁର ମନିହାରାନ୍‌ ଅନ୍ତର୍ଗତ ଚକାବଲି ଗାଁର ଲୋକସଂଖ୍ୟା ପ୍ରାୟ ୮ ହଜାର , ଯେଉଁଥିରୁ ୪୫୦ ଜଣ ଲୋକ କରୋନାର ଗୋଟିଏ ବି ଟିକା ଏପର୍ଯ୍ୟନ୍ତ ନେଇନାହାନ୍ତି । ବୁଧବାର ଦିନ ଏଡିଏମ ସଂଜିବ କୁମାର ଟିକାକରଣର ସ୍ଥିତି ଯାଞ୍ଚ କରିବାକୁ ଗାଁରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ଟିକା ଦେଉଥିବା କର୍ମୀମାନେ ଏ ଗାଁରେ ଟିକାକରଣର ତମାମ ରିପୋର୍ଟ ଏଡିଏମ୍‌ଙ୍କୁ ଦେଇଥିଲେ । ଏବଂ ଅଭିଯୋଗ କରିଥିଲେ ଯେ, ଗାଁର ଘର ଘର ବୁଲି ଲୋକଙ୍କୁ ଟିକାକରଣ ପାଇଁ ସଚେତନ କରାଇଥିଲେ ମଧ୍ୟ ଲୋକେ ଶୁଣିବାକୁ ନାରାଜ୍‌ । ଆଜି ପର୍ଯ୍ୟନ୍ତ ଏହି ଗାଁର ୪୫୦ ଜଣ ଲୋକ ଗୋଟିଏ ବି ଟିକା ନେଇନାହାନ୍ତି ।

ଗାଁରେ ଟିକାକରଣର ଏଭଳି ସ୍ଥିତି ଦେଖିବା ପରେ ଦୃଢ଼ ପଦକ୍ଷେପ ନେଇଥିଲେ ଏଡିଏମ୍‌ । ଗାଁର ମୁଖ୍ୟ ପ୍ରବେଶ ରାସ୍ତାରେ ବାରିକେଡ ଲଗାଇ ପୁଲିସ୍‌ଙ୍କୁ ନିୟୋଜିତ କଲେ । ଯଦି କୌଣସି ବ୍ୟକ୍ତି ନିଜର ଟିକାକରଣର ସାର୍ଟିଫିକେଟ ଦେଖାଏ, ତାହେଲେ ଯାଇ ତାକୁ ବାହାରକୁ ଛଡ଼ାଯିବ । ଏଡିଏମ କହିଛନ୍ତି ଯେ, ଆମେ ଶତ ପ୍ରତିଶତ ଟିକାକରଣକୁ ନେଇ ଲକ୍ଷ ରଖିଥିବା ବେଳେ ଲୋକଙ୍କ ଅସଚେତନତା ପାଇଁ ଲକ୍ଷ ପୂରଣରେ ବାଧା ଉପୁଜିବା ସହିତ ମହାମରୀକୁ ମୁକାବିଲା କରିବାରେ ବି ଅସୁବିଧା ହେଉଛି । ତେଣୁ ପ୍ରଶାସନ ଏଭଳି ଏକ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର