PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

ସହିଦନଗର ଥାନାରେ ଗୁଣ୍ଡାରାଜ: ମାଷ୍ଟର ମାଇଣ୍ଡ ପ୍ରକାଶ ଗିରଫ

ଭୁବନେଶ୍ୱର,୯ା୩(ବ୍ୟୁରୋ): ସହିଦନଗର ଥାନାରେ ପୁଲିସକୁ ହତ୍ୟା ଉଦ୍ୟମ ଓ ଭଙ୍ଗାରୁଜା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ ପୁଲିସ ଗିରଫ କରିଛି । ୬ଦିନ ହେବ ସେ ଫେରାର ଥିଲେ । ଶନିବାର ସକାଳେ ପ୍ରକାଶ ଥାନାରେ ଆତ୍ମସର୍ମପଣ କରିବାକୁ ଯୋଜନା କରିଥିଲେ । ହେଲେ ତା’ ପୂର୍ବରୁ ଡିସିପିଙ୍କ ସ୍ପେଶାଲ୍‌ ସ୍କ୍ୱାଡ୍‌ ଟିମ୍‌ ତାଙ୍କୁ ଗିରଫ କରିଥିଲା । ପୁଲିସ୍‌ ତାଙ୍କ ବିରୋଧରେ ଦଫା ୪୫୧ (ଅନଧିକାର ଗୃହପ୍ରବେଶ), ୧୪୭ (ଦଙ୍ଗା), ୨୯୪ (ଅଶ୍ଳୀଳ କାର୍ଯ୍ୟ ଓ ଗାନ), ୩୩୬ (ଜୀବନ କମ୍ବିା ବ୍ୟକ୍ତଗିତ ନରିାପତ୍ତାକୁ ବପିଦରେ ପକାଇବା), ୩୩୨ (ସରକାରୀ ଅଧକିାରୀଙ୍କୁ କର୍ତ୍ତବ୍ୟରେ ବାଧା ଦେବା), ୩୩୩ (କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ଗୁରୁତର ଆଘାତ ଦେବା), ୩୦୭ (ହତ୍ୟା ଉଦ୍ୟମ), ୪୨୭ (ଲୋକସାନି), ୧୪୯ (ଅପରାଧ ପାଇଁ ବେଆଇନ ଜନ ସମାବେଶ) ଓ ପିଡିପିପି ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସହିଦନଗର ଥାନାରେ ଆକ୍ରମଣ ଘଟଣାକୁ ଡସିପିି ଅନୁପ ସାହୁ ଗୁରୁତର ସହ ନେଇଥିଲେ । ଏଥିରେ ସଂପକ୍ତୃ ଅଭଯିୁକ୍ତଙ୍କୁ ଗିରଫ କରିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । କମଶିନରେଟ୍‌ ପୁଲିସ ଭୁବନେଶ୍ୱର ଥିବା କିଛି ପୁରୁଣା ଅଫସି୍‌ରଙ୍କୁ ଦାୟିତି୍ୱ ଦେଇଥିଲେ ।
ସିସିପିଙ୍କ ନିର୍ଦ୍ଦେଶ ପାଇ ୩ ଜଣ ଏସିପି ଏହି ଘଟଣାର ତଦନ୍ତ ଭାର ନେଇଥେିଲ । ଦାୟତି୍ୱ ନେବାର ୨୪ ଘଣ୍ଟା ମଧ୍ୟରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ପ୍ରକାଶ ଲୁଚଥିବିା ସ୍ଥାନକୁ ଠାବ କରିଥିଲେ । ଏହି ଖବର ପାଇଥେିଲ ପ୍ରକାଶ । କାଳେ ପୁଲିସ୍‌ ତାଙ୍କୁ ଏନ୍‌କାଉଣ୍ଟର କରିଦେବ ସେଥିପାଇଁ ପ୍ରକାଶ ଆତ୍ମସମର୍ପଣ କରବିାକୁ ଚାହିଁଥେିଲ । ତେଣୁ ସେ ଲୁଚଥିବିା ସ୍ଥାନରୁ ବାହାର ିଆସଥିେିଲ । ପୂର୍ବରୁ ଡସିପିଙ୍କି ଟିମ୍ ସେଠାରେ ଛକି ରହିଥିଲେ । ସେ ପଦାକୁ ବାହାରିବା କ୍ଷଣି କାବୁ କରି ନେଇଥିଲେ । ଗିରଫ ପରେ ତାଙ୍କୁ ତମାଣ୍ଡୋ ଥାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଜେରା କରିବା ଲାଗି ଖୋଦ୍‌ ଡିସିପି ଅନୁପ ସାହୁ ଥାନାରେ ପହଞ୍ଚିଥିଲେ । ଜେରା ବେଳେ ଥାନା ଆକ୍ରମଣରେ ସଂପୃକ୍ତ ଅନ୍ୟ ସହଯୋଗୀମାନେ କେଉଁଠି ଲୁଚିଛନ୍ତି ତାଙ୍କ ଠାରୁ ପୁଲିସ୍‌ ତଥ୍ୟ ପାଇଛି । ଏନେଇ ଡିସିପି ଶ୍ରୀ ସାହୁ କହିଛନ୍ତି, ଘଟଣା ତଦନ୍ତ ଚାଲିଛି । ଅନ୍ୟ ଅଭିଯୁକ୍ତମାନେ ଯେଉଁଠି ଥିଲେ ବି ପୁଲିସ୍‌ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ । ସେପଟେ ପ୍ରକାଶ ତ୍ରିପାଠୀଙ୍କ ଗିରଫ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଯୁବ ବିଜେଡିର ଉପସଭାପତି ପଦ ସହିତ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ପ୍ରକାଶଙ୍କୁ ମଶିାଇ ସହଦିନଗର ଥାନା ଆକ୍ରମଣରେ ସମୁଦାୟ ୮ଜଣ ଗିରଫ ହେଲେଣି । ଆଗକୁ ମଧ୍ୟ ଏହି ଗିରଫ ପ୍ରକ୍ରିୟା ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ୩ ତାରିଖ ରାତିରେ ପ୍ରକାଶ ନିଜର ୨୨ଜଣ ସହଯୋଗୀଙ୍କୁ ନେଇ ସହିଦନଗର ଥାନାରେ ତୁମୁଳକାଣ୍ଡ ଘଟାଇଥିଲେ । ପୁଲିସ ହେପାଜତରେ ଥିବା ୨ଜଣଙ୍କୁ ଉଠାଇ ନେଇଥିଲେ । ଥାନା ଭିତରେ ସଂପୃକ୍ତ ୨ଜଣଙ୍କୁ ନିସ୍ତୁକ ପିଟିଥିଲେ । ପୁଲିସ ହସ୍ତକ୍ଷେପ କରିବାରେ ଏଏସ୍‌ଆଇ ଅଭୟ ରାଉତଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ଅନ୍ୟ ପୁଲିସମାନଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏଥିରେ ୫ଜଣ ପୁଲିସ ଆହତ ହୋଇଥିଲେ । ଥାନାରେ ଥବା ଟିଭି ଓ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିକୁ ଭାଙ୍ଗି ଚୁରମାର୍‌ କରିଥିଲେ । ରାତି ତମାମ ଥାନାକୁ ଏକରକମ କବ୍‌ଜାକୁ ନେଇ ଯାଇଥିଲେ । ଶାସକଦଳର କର୍ମୀ ହୋଇଥିବାରୁ ପୁଲିସ ନିରବଦ୍ରଷ୍ଟା ସାଜିଥିଲା । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଚଳାଇଛି ।