PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସହିଦନଗର ଥାନାରେ ଗୁଣ୍ଡାରାଜ ଘଟଣା: ‘ଚାହିଁଲେ ଧରିବୁ, କିନ୍ତୁ ଧରୁନୁ’

ଭୁବନେଶ୍ୱର,୬ା୩(ବ୍ୟୁରୋ): ଚାହିଁଲେ ଆମେ ସର୍ଦ୍ଦାର ସହିତ ତା’ ୨୧ଜଣ ଚେଲାଙ୍କୁ ଦିନକ ମଧ୍ୟରେ ଧରି ହାଜତକୁ ପଠାଇଦେବୁ । ଆମେ ଜାଣିଛୁ ସିଏ କେଉଁଠି ଅଛି । କିନ୍ତୁ ଉପର ମହଲର ତାଗିଦକୁ ସମ୍ମାନ ଜଣାଇ ଆମେ ଧରୁନୁ । ସହିଦନଗର ଥାନାରେ ପଶି ପୁଲିସକୁ ନିର୍ଘାତ ମାଡ଼ ସହିତ ହତ୍ୟା ଉଦ୍ୟମ କରିଥିବା ମୁଖ୍ୟ ଅଭିଯୁକ୍ତ ତଥା ଶାସକଦଳର କର୍ମୀ ପ୍ରକାଶ ତ୍ରିପାଠୀ ଓ ତା’ ସହଯୋଗୀଙ୍କୁ ଧରିବା ପ୍ରସଙ୍ଗରେ ଏ ହେଉଛି ଉକ୍ତ ଥାନାର ଜଣେ ବରିଷ୍ଠ ଅଧିକାରୀଙ୍କ ଉକ୍ତି । ତେବେ କାହା ଚାପରେ ପଡ଼ି ସଙ୍ଗୀନ ଅପରାଧରେ ସଂପୃକ୍ତ ଜଣେ ଶାସକଦଳୀୟ କର୍ମୀକୁ ପୁଲିସ ହାତ ମାରିବାରେ ପଛଘୁଞ୍ଚା ଦେଉଛି, ତାହା ସ୍ପଷ୍ଟ ହୋଇନାହିଁ । ଯଦିଓ ଆଜି ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନରେ ଥାନା ଆକ୍ରମଣରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ନିଜ ଚେଲାଙ୍କ ସହିତ ରାଜଧାନୀ ବଜାରରେ ଆରାମରେ ବୁଲୁଛି । ଜାଣିଥିଲେ ବି କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ଥାନା ପୁଲିସ ଅସହାୟ ହୋଇପଡ଼ିଛି । ସହିଦନଗର ଥାନାରେ ପୁଲିସଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା କରିବା ଘଟଣାରେ ସଂପୃକ୍ତ ଅଭିଯୋଗରେ ପୁଲିସ ମଙ୍ଗଳବାର ରାତିରେ ଆଉ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବାଣୀ କଲ୍ୟାଣୀ ମହାନ୍ତି ଓରଫ ବାପି ଓ ଅଶୋକ ମଲ୍ଳିକ । ସେମାନଙ୍କ ନାମରେ ପୁଲିସ ୪୫୧(ଅନଧିକାର ଗୃହ ପ୍ରବେଶ), ୧୪୭(ଦଙ୍ଗା), ୨୯୪(ଅଶ୍ଳୀଳ ଆଚରଣ), ୩୩୬(ଜୀବନ କିମ୍ବା ବ୍ୟକ୍ତିଗତ ନିରାପତ୍ତାକୁ ବିପଦରେ ପକାଇବା), ୩୩୬(ସରକାରୀ ଅଧିକାରୀଙ୍କୁ କର୍ତ୍ତବ୍ୟ ପାଳନରେ ବାଧା), ୩୩୩(କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଗୁରୁତର ଆଘାତ), ୩୦୭(ହତ୍ୟା ଉଦ୍ୟମ), ୪୨୭(ଲୋକସାନି), ୧୪୯(ଅପରାଧ ପାଇଁ ବେଆଇନ ସମାବେଶ) ଦଫା ଓ ପିଡିପିପି ଆକ୍ଟ ଲଗାଇ ବୁଧବାର ଅପରାହ୍ଣରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏ ସମ୍ପର୍କରେ ପୁଲିସ୍‌ କମିଶନର ଡ. ସତ୍ୟଜିତ୍‌ ମହାନ୍ତିଙ୍କ ପିଆରଓ ସୂଚନା ଦେଇଛନ୍ତି, ଗିରଫ ହୋଇଥିବା ୨ଜଣଙ୍କ ମଧ୍ୟରୁ ବାଣୀକଲ୍ୟାଣୀ ପୁଲିସକୁ ମାରପିଟ ଘଟଣାରେ ସାମିଲ୍‌ ଥିଲା । ତାଙ୍କ ନାଁରେ କଟକ ମାଲଗୋଦାମ ଥାନା ୨୦୧୦ରୁ ୨୦୧୮ ମଧ୍ୟରେ ୯ଟି ମାମଲା ରୁଜୁ ହୋଇଛି । ଆଜିକୁ ମିଶାଇ ଏହି ଘଟଣାରେ ସମୁଦାୟ ୪ଜଣଙ୍କୁ ପୁଲିସ ଧରି କୋର୍ଟଚାଲାଣ କଲାଣି । ଏଠାରେ ପ୍ରଶ୍ନ ଉଠୁଛି, ବାଣୀକଲ୍ୟାଣ ଯଦି ଜଣେ ପେଶାଦାର ଅପରାଧୀ ତେବେ ସହିଦନଗର ଥାନା ପୁଲିସ ତାକୁ ପାଖରେ ବସାଉଥିଲା କିପରି । ତା’ଛଡା ସେ ବ୍ରାଉନ୍‌ସୁଗର କାରବାର କରୁଥିଲା ବୋଲି ପୁଲିସ୍‌ ଏବେ କହୁଛି । ସଙ୍ଗୀନ ମାମଲାଭୁକ୍ତ ବାଣୀକଲ୍ୟାଣୀକୁ ସହିଦନଗର ଥାନା ପୁଲିସ ପୂର୍ବରୁ ଗିରଫ କରି କୋର୍ଟଚାଲାଣ କରିଥିଲେ ହୁଏତ ପୁଲିସକୁ ଆଜି ଏଭଳି ଦଶା ଭୋଗିବାକୁ ପଡ଼ି ନଥାନ୍ତା ବୋଲି ସାଧାରଣରେ ଆଲୋଚନା ଚାଲିଛି ।

ସମ୍ବନ୍ଧିତ ଖବର