ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଶ୍ରୀକ୍ଷେତ୍ରରେ ସାହିଯାତ ଉତ୍ସବ: ରାବଣଙ୍କୁ ବଧ କଲେ ପ୍ରଭୁ ଶ୍ରୀରାମ, ବାଦ୍ୟ ନୃତ୍ୟରେ ଉଛୁଳିଲା ହରଚଣ୍ଡୀ ସାହି ଓ ବାଲିସାହି

ପୁରୀ,୨୭/୦୪: ସାଂସ୍କୃତିକ ମହାକୁମ୍ଭ ‘ସାହିଯାତ’ ପାଇଁ ପୁରୀ ସହର ଉତ୍ସବ ମୁଖର । ଆଧ୍ୟାତ୍ମିକ ଚେତନା ସାଙ୍ଗକୁ ପାରମ୍ପରିକ ନୃତ୍ୟ ଓ ଉତ୍କର୍ଷ ସମରକଳାର ନିଦର୍ଶନ । ଚନ୍ଦନ ଓ ମଲ୍ଲୀଫୁଲର ମହକ ସାଙ୍ଗକୁ ଭାଇଚାରାରେ ମସଗୁଲ ପୁରୀବାସୀ । ଶୁକ୍ରବାର ଥିଲା ମହାପ୍ରଭୁଙ୍କ ଶ୍ରୀରାମଲୀଳାର ମହତ୍ତ୍ୱପୂର୍ଣ୍ଣ ଅଂଶ ‘ରାବଣ ବଧ’ ପର୍ବ । ଏହି ଅବସରରେ ରଣଭୂମି ପାଲଟିଥିଲା ବାଲିସାହି ଓ ହରଚଣ୍ଡୀ ସାହି । ଶ୍ରୀରାମ ଓ ରାବଣଙ୍କ ସେନା ମଧ୍ୟରେ ହେଲା ଘମାଘୋଟ ଲଢେଇ । ଶେଷରେ ଜଗନ୍ନାଥବଲ୍ଲଭ ପରିସରରେ ରାବଣ ବଧ ନୀତି ସମ୍ପନ୍ନ ହେଲା । ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ହାତରେ ଦୁରାଚାରୀ ରାବଣଙ୍କ ପ୍ରାଣ ଗଲା ।  ଏପଟେ ବାଲିସାହିର ଭୁଆସିକଙ୍କ ପାରମ୍ପରିକ ନୃତ୍ୟ ଓ ସମରକଳା ପ୍ରଦର୍ଶନ ଦେଖଣାହାରୀଙ୍କୁ ରାତି ପାହିବା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ରାତି ପାହିଲା ପର୍ଯ୍ୟନ୍ତ ଲୋକାରଣ୍ୟ ଥିଲା ଉଭୟ ସାହି ।    

ମହାପ୍ରଭୁଙ୍କ ଶ୍ରୀରାମଲୀଳାର ରାବଣ ବଧ ଅଧ୍ୟାୟ ବାଲିସାହିଆଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଲୁହାଗଡ଼ ଜାଗା ପକ୍ଷରୁ ଚଳିତ ବର୍ଷ ରାବଣ ବାହାରିଥିଲା । ମହାବୀର ସୁବୁଦ୍ଧି ସକାଳେ ରାବଣ ବନ୍ଧାଇ ସାହି ଭ୍ରମଣ କରିଥିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିଥିଲେ । ରାତିରେ ବଳଭଦ୍ର ମହାସୁଆର ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ରାବଣଙ୍କ ସହିତ ରାକ୍ଷସ ସେନା ମଧ୍ୟ ଥିଲେ । ହରଚଣ୍ଡୀ ସାହି ଭ୍ରମଣ ପରେ ଗୌଡ଼ବାଡ଼ ସାହିସ୍ଥିତ ଜମ୍ବେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ରାବଣ ଯଜ୍ଞ କରିଥିଲେ । ଶ୍ରୀମନ୍ଦିର ପାଶ୍ୱର୍ ଗଡ଼ନ୍ତିଛକ ନିକଟ ଭଗବତୀ କୋଟରେ ପଣା ଗ୍ରହଣ କରିବା ସହ ସ୍ୱର୍ଗକୁ ନିଶୁଣି ଓ ଶକ୍ତି ପ୍ରାପ୍ତ ହୋଇଥିଲେ । ଏପଟେ ଶ୍ରୀରାମଲକ୍ଷ୍ମଣ ଶ୍ରୀମନ୍ଦିରରୁ ପଟୁଆରରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇଥିଲେ । ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରୀରାମଙ୍କ ସହିତ ଯୁଦ୍ଧରେ ରାବଣଙ୍କ ଜୀବନ ଯାଇଥିଲା । 

ବାଲିସାହିର ବିଭିନ୍ନ ଜାଗା ଓ ବିଭିନ୍ନ ଅନୁଷ୍ଠାନରୁ ଭୁଆସିକ ବାହାରି ହରଚଣ୍ଡୀ ସାହିରେ ନୃତ୍ୟ ପରିବେଷଣ କରିଥିଲେ । ନାଗା, ମେଢ, ନଶିରା, ସପ୍ତଶିରା ଆଦି ସାଙ୍ଗକୁ ଜାଗା ସାଙ୍ଗମାନେ ତଲୁଆର୍‌ ବାଜି, ବାଡ଼ି ଖେଳ ସହ ପାରମ୍ପରିକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଜ୍ଞାପନ ମେଢ଼ରେ ଭୋଟର ସଚେତନତା ମଧ୍ୟ କରାଯାଇଥିଲା । ଅଧିକରୁ ଅଧିକ ଲୋକ ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ବାର୍ତ୍ତା ଦିଆଯାଇଥିଲା । ହରଚଣ୍ଡୀ ସାହିର ଜାଗା ଆଖଡ଼ାରେ ବାଲି ସାହିଆଙ୍କ ପାଇଁ ଅତିଥି ଅଭ୍ୟାଗତର ବ୍ୟବସ୍ଥା ହୋଇଥିଲା । ଉଭୟ ସାହିର ମୁରବିମାନେ ଭାଇଚାରାର ବନ୍ଧନରେ ବାନ୍ଧି ହୋଇଥିଲେ । ବାଲିସାହି ଆଖଡ଼ା ସଭାପତି ତଳୁଛ ନୀଳକଣ୍ଠ ମହାପାତ୍ର, ସଂପାଦକ ନରେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ନାରାୟଣ ତ୍ରିପାଠୀ, ଜିତୁ ମୁଦୁଲି, କ୍ଷେତ୍ର ମୋହନ ରଣାଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା । ୮ ସାହି ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ଶୃଙ୍ଖଳିତ ଭାବେ ସାହିଯାତ ସମାପନ ପାଇଁ ଜାଗ୍ରତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.