PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ପରଦାରେ ଆକ୍ସନ୍‌ ଥ୍ରୀଲର୍‌ ‘ସାହୋ’; ୪ଟି ଭାଷାରେ ହେବ ରିଲିଜ୍‌

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଫ୍ରାଇଡେ ରିଲିଜ୍‌ ଅବସରରେ ସାରା ଦେଶରେ ଶୁକ୍ରବାର ଶୁଭମୁକ୍ତି କରୁଛି ‘ବାହୁବଳୀ’ ଷ୍ଟାର୍‌ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍‌ ଥ୍ରୀଲର୍‌ ସିନେମା ‘ସାହୋ’, ଯାହାକୁ ସମସ୍ତଙ୍କ ଅପେକ୍ଷା ଥିଲା । ବାହୁ ତାରିଖ ବଦଳିଲା ପରେ ଶେଷରେ ଆସନ୍ତାକାଲି ପ୍ରେକ୍ଷାଳୟ ଭିତରେ ପରଦାରେ ଦର୍ଶକ ଦେଖିବେ ଏହି ସିନେମା । ଯାହା ୪ଟି ଭାରତୀୟ ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍‌ରେ ମୁକ୍ତିଲାଭ କରିବ । ଏଥିରେ ପ୍ରଭାସଙ୍କ ନାୟିକା ସାଜିଥିବା ବଲିଉଡ ସୁନ୍ଦରୀ ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା ନଜର ଆସିବେ । ସେ ଏହି ସିନେମା ମାଧ୍ୟମରେ ଦକ୍ଷୀଣ ଭାରତୀୟ ସିନେମାରେ ଡେବ୍ୟୁ କରିବେ । ଏଥିସହ ଦୀର୍ଘ ୨ବର୍ଷ ପରେ ଷ୍ଟାଇଲିସ୍‌ ଷ୍ଟାର୍‌ ପ୍ରଭାସ ବଡ଼ ପରଦାରେ ନଜର ଆସିବେ । ଏଥିପାଇଁ ସେ ନିଜ ବାହାଘର ବି ଘୁଞ୍ଚାଇ ଦେଇଥିବା ଚର୍ଚ୍ଚା ହେଉଥିଲା । ତେଣୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି । ସେଥିପାଇଁ ଫିଲ୍ମ ରିଲିଜ୍‌ ତାରିଖର ୪ଦିନ ଆଗରୁ ସିନେପ୍ରେମୀ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟି ପାଷ୍ଟ୍‌ ଡେ ଫାଷ୍ଟ୍‌ ଶୋ’ ଯିବାକୁ ଗୋଡ଼ ଟେକି ବସିଛନ୍ତି ।

ଅନେକ ଫାଷ୍ଟ୍‌ ଶୋ’ ନପାଇ ପରବର୍ତ୍ତୀ ଶୋ’ ପାଇଁ ଟିକେଟ୍‌ କାଟିଛନ୍ତି । ଫଳରେ ଅନ୍‌ଲାଇନ୍‌ ଟିକେଟ୍‌ ଶେଷ ହୋଇସାରିଛି । ରାଜଧାନୀ ଭୁବନେଶ୍ୱରର ସବୁ ପ୍ରେକ୍ଷାଳୟରେ ପ୍ରାୟତଃ ଟିକେଟ୍‌ ସରିଯାଇଛି । ଏପଟେ ସେଲିବ୍ରେସନ୍‌ ଲାଗି ଅପେକ୍ଷା କରି ରହିଛନ୍ତି ପ୍ରଭାସ ଫ୍ୟାନ୍ସ । ସ୍ୱତନ୍ତ୍ର ଟିସାର୍ଟ, କେକ୍‌ ଅର୍ଡର ଦେବା ସହିତ ବଡ଼ ବଡ଼ ହୋର୍ଡିଂ ତିଆରି କରି ପୂରା ପ୍ରସ୍ତୁତ ପ୍ରଭାସ ଫ୍ୟାନ୍ସ କ୍ଲବ୍‌ । ଫ୍ୟାନ୍ସମାନଙ୍କ ଏଭଳି ଉତ୍ସାହ ଓ ପାଗଳାମି ଦେଖି ଦୁଇଦିନ ତଳେ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଭାସ ଏକ ଭିଡିଓ ଜାରି କରିଥିଲେ । ସେଥିରେ ସେ କହିଥିଲେ, ‘ଯେଉଁମାନେ ମୋତେ ଭେଟିବାକୁ ଚାହୁଁଛନ୍ତି, ସେମାନେ ଇନ୍‌ଷ୍ଟାଗ୍ରାମ୍‌ରେ ‘ସାହୋ’ ପୋଷ୍ଟର୍‌କୁ ଖୋଜି ତାକୁ କ୍ଲିକ୍‌ କରି ସେଥିରେ ସେଲ୍‌ଫିକୁ ଟ୍ୟାଗ୍‌କରନ୍ତୁ । ସେଥିରୁ ମୁଁ ପସନ୍ଦ କରି ବିଜେତାଙ୍କୁ ବ୍ୟକ୍ତିଗତ ଭେଟିବି’ । ଏହାପରେ ପ୍ରଶଂସକଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି ।
 

ୟୁଭି କ୍ରିଏସନ୍ସ ଏବଂ ଟି-ସିରିଜ୍‌ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ । ସମ୍ପୂର୍ଣ୍ଣ ଭାବେ ଆଇମାକ୍ସ କ୍ୟାମେରାରେ ସୁଟିଂ ହୋଇଥିବା ଏହି ସିନେମାଟି ଦେଶର ବିଭିନ୍ନ ପ୍ରେକ୍ଷାଳୟ ଓ ଆଇମାକ୍ସରେ ମୁକ୍ତିଲାଭ କରିବ । ସିନେମାରେ ପ୍ରଭାସ-ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍‌, ନୀଲ୍‌ ନିତିନ୍‌ ମୁକେଶ, ଚଙ୍କି ପାଣ୍ଡେ, ମନ୍ଦିରା ବେଦି, ମହେଶ ମଞ୍ଜରେକର, ଟିନୁ ଆନନ୍ଦ, ଭେନେଲା କିଶୋର, ମୁରଲୀ ଶର୍ମା, ଅରୁଣ ବିଜୟ, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଏବ୍‌ଲିନ୍‌ ଶର୍ମାଙ୍କ ଭଳି ଷ୍ଟାର୍‌ ଅଭିନୟ ଦେଖିବାକୁ ମିଳିବ । ଚଳଚ୍ଚିତ୍ରର ‘ବ୍ୟାଡ୍‌ ବୟ’ ଗୀତରେ ଅତିଥି କଳାକାର ଭାବେ ନଜର ଆସିବେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ । ସିନେମାର ସୁଟିଂ ଅଗଷ୍ଟ ୨୦୧୭ରୁ ଆରମ୍ଭ ହୋଇଥିଲା । ଏହାର ସୁଟିଂ ଅଷ୍ଟ୍ରିଆ, ହାଇଦ୍ରାବାଦ, ମୁମ୍ବାଇ, ଆବୁଧାବି, ଦୁବାଇ, ରୋମାନିଆ ଏବଂ ୟୁରୋପର କିଛି ଅଞ୍ଚଳରେ ହୋଇଛି । କେବଳ ଆବୁଧାବିରେ ୪୦ଦିନ ଶୁଟିଂ ହୋଇଛି । ସିନେମାରେ ୪ଟି ଗୀତ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗ୍‌ଚୀ, ଗୁରୁ ରାନ୍ଧୱା, ବାଦ୍‌ଶା ଏବଂ ଶଙ୍କର-ଏହସାନ-ଲୟ ।
 

୩୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସିନେମା ପ୍ରଥମ ଦିନରେ ସାରା ଦେଶରୁ ୭୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆସନ୍ତାକାଲି ବୈଷୟିକ କାରଣରୁ ଭୁବନେଶ୍ୱରରେ ଏହି ଫିଲ୍ମର ମର୍ଣ୍ଣିଂ ଶୋ’ ବାତିଲ କରାଯାଇଛି । ତେବେ ପରବର୍ତ୍ତୀ ଶୋ’ ଗୁଡ଼ିକ ଚାଲିବ । ଏହି ଫିଲ୍ମକୁ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଫିଲ୍ମ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବେଠାରୁ ପରିଲକ୍ଷିତ ହେଲାଣି ।

ସମ୍ବନ୍ଧିତ ଖବର