ଫକିର ବେଶରେ ଆସିଥିଲେ ସାଇବାବା-ଅଙ୍ଗେ ନିଭା କଥା

ମୁଁପୂର୍ବରୁ ସାଇବାବାଙ୍କ ଉପରେ ବିଶ୍ୱାସ କରୁନଥିଲି । କିନ୍ତୁ ୨୦୦୭ରେ ମୋ ଜୀବନରେ ଏମିତି ଏକ ମୋଡ଼ ଆସିଥିଲା ଯାହା କି ମୋ ପୂରା ଜୀବନକୁ ଓଲଟପାଲଟ କରି ଦେଇଥିଲା । ଏହି ସମୟରେ ମୁଁ ସାଇବାବାଙ୍କ ଶରଣକୁ ଚାଲି ଆସିଥିଲି । ତା’ପରଠାରୁ ବାବାଙ୍କ ଉପରେ ବିଶ୍ୱାସ ଅତି ଦୃଢ଼ ହୋଇଥିଲା । ବାବାଙ୍କ କୃପା ଲାଭ କରିବାର ଅନେକ ଅନୁଭୂତି ରହିଛି । ସେଥିମଧ୍ୟରୁ ଗୋଟିଏ ଅନୁଭୂତି ଉଲ୍ଲେଖ କରିବି ।

ସେଦିନ ଥିଲା ୨୦୧୫ ମସିହା ଏପ୍ରିଲ ୩ ତାରିଖ ଗୁରୁବାର । ସେଦିନଟି ସାଇବାବାଙ୍କର ଦିନ । କାରଣ ଗୁରୁବାର ଭକ୍ତମାନେ ମନ୍ଦିର ଯାଇ  ବାବାଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଘଣ୍ଟାରେ ସକାଳ ୧୦.୪୫ ବାଜି ସାରିଥିଲା । ସେତେବେଳେ ମୁଁ ମୋର ଅଫିସ୍‌ରେ ବସିଥିଲି । ସକାଳୁ ମନ୍ଦିର ଯାଇ ବାବାଙ୍କର ପୂଜା କରିବି ବୋଲି ଆଗରୁ ଚିନ୍ତା କରିଥିଲି । କିନ୍ତୁ ସକାଳେ ଉଠିବା ବିଳମ୍ବ ହେବାରୁ ମୁଁ ଯାଇ ପାରିନଥିଲି । କେବଳ ଠାକୁର ଘରେ ପୂଜା ସାରି ଅଫିସ ଚାଲି ଆସିଥିଲି ।

ହେଲେ ଅଫିସ ଆସିବା ପରଠାରୁ ମୋର ଦେହ ଭଲ ଲାଗୁନଥିଲା । କିଛି ସମୟ ଭିତରେ ମୋର ଶରୀରର ତାପମାତ୍ରା ବଢି଼ଯାଇଥିଲା । ମୁଁ ଘରକୁ ଆସି ବିଶ୍ରାମ କରିବାକୁ ଚାହୁଁଥିଲି । ହେଲେ କାମ ଥିବାରୁ ଆସି ପାରୁନଥିଲି । ମୁଁ ମନେ ମନେ ବାବାଙ୍କ ନାମ ଜପିବା ଆରମ୍ଭ କରି ଦେଲି । ଏତିକିବେଳେ ମତେ ମୋ ବସ୍‌ ତାଙ୍କ ଚାମ୍ବରକୁ ଡାକିଥିଲେ । ମତେ କିଛି ଫାଇଲ୍‌ ଦେବାକୁ ଚାହୁଁଥିଲେ । ମୋ ମୁହଁ ଦେଖି ସେ କହିଥିଲେ, ତୁମ ଦେହ ବୋଧେ ଭଲ ନାହିଁ ।

ମୁଁ କହିଥିଲି ଆଜ୍ଞା । ଦେହରେ ଜ୍ୱର ଥିବାର ଅନୁଭବ ହେଉଛି । ସାର୍‌ ମତେ କହିଥିଲେ, ତୁମେ ଆଜି ଛୁଟି ନେଇ ଘରେ ବିଶ୍ରାମ କର । ସେହି କ୍ଷଣି ମତେ ଅନୁଭବ ହେଲା ବାବା ବୋଧେ ମୋ ଡାକ ଶୁଣିପାରିଛନ୍ତି । ତା’ପରେ ଫାଇଲ୍‌ ମୋ ଟେବଲ୍‌ ଉପରେ ରଖି ଘରକୁ ଚାଲି ଆସିଥିଲି । ବାଟରେ ଆସିବା ପରେ କିଛି ମେଡିସିନ୍‌ ନେଇ ଆସିଥିଲି । ହେଲେ ରାତିରେ ଦେହର ଜ୍ୱର ଆହୁରି ବଢି଼ଯାଇଥିଲା । ମୋ ସ୍ତ୍ରୀ ରାତି ସାରା ନ ଶୋଇ ବାବାଙ୍କ ନାମ ଧରି ଜପ କରୁଥିଲେ । ମୋ ସ୍ତ୍ରୀ ଗୃହିଣୀ ଥିଲେ ଏବଂ ସେ ମଧ୍ୟ ବାବାଙ୍କ ଉପରେ ଅତୁଟ ବିଶ୍ୱାସ କରୁଥିଲେ ।  ତା’ପରଦିନ ମୋ ସ୍ତ୍ରୀ ସକାଳୁ ଉଠି ଗାଧୋଇ ସାରି ସାଇବାବାଙ୍କ ମନ୍ଦିର ଯାଇଥିଲେ । ଫେରିଲା ବେଳେ ଦେଖିଲେ ଆମ ଘର ଗେଟ୍‌ ପାଖରେ ଜଣେ ୫୮-୬୦ବର୍ଷ ବୟସର ଫକିର ବାବା ଠିଆ ହୋଇଛନ୍ତି । ଆମ ଘରୁ କେହି କେବେ ଖାଲି ହାତରେ ଫେରି ନାହାନ୍ତି । ସେଥିପାଇଁ ମୋ ସ୍ତ୍ରୀ ଫକିର ବାବାଙ୍କୁ ଘର ଭିତରକୁ ଡାକିଥିଲେ । ହେଲେ ସେ ବିନମ୍ରତା ସହିତ ଭିତରକୁ ଯିବା ପାଇଁ ମନା କରି ଦେଇଥିଲେ । ଘର ପିଣ୍ଡାରେ ବସିବାକୁ ଇଚ୍ଛା କରିଥିଲେ । ତାଙ୍କ ଇଚ୍ଛାକୁ ସ୍ୱୀକୃତି ଦେବାକୁ ଯାଇ ମୋ ସ୍ତ୍ରୀ ବାରଣ୍ଡାରେ ମଶିଣା ବିଛାଇ ଦେଇଥିଲେ । ସେ ସେଇଠି ବସି ରହିଥିଲେ । ମୋ ସ୍ତ୍ରୀ ବାବାଙ୍କୁ ପଚାରିଥିଲେ, ବାବା ମୁଁ ଆପଣଙ୍କୁ କ’ଣ ସାହାଯ୍ୟ କରିପାରିବି? ଆପଣ କିଛି ଖାଇବାକୁ ଚାହୁଁଛନ୍ତି? ସେ ଧୀର କଣ୍ଠରେ ଉତ୍ତର ଦେଲେ, ପାଣି ଟିକେ ମିଳିବ କି? ସଙ୍ଗେ ସଙ୍ଗେ ଘର ଭିତରକୁ ଯାଇ ମୋ ସ୍ତ୍ରୀ ପାଣି ଗ୍ଲାସ ଆଣି ତାଙ୍କୁ ଦେଇଥିଲେ ।

ପାଣି ପିଇସାରିବା ପରେ ସେ ମୋ ସ୍ତ୍ରୀଙ୍କୁ ପଚାରିଥିଲେ, ଝିଅ ତୁମେ ବହୁତ ଚିନ୍ତାରେ ଅଛ ବୋଲି ମନେ ହେଉଛି । କ’ଣ ହୋଇଛି? ମୋ ସ୍ତ୍ରୀ କହିଥିଲେ, କାଲିଠାରୁ ମୋ ସ୍ୱାମୀଙ୍କୁ ଜ୍ୱର । ମେଡିସନ୍‌ ଖାଇଲେ ବି ଛାଡୁନି । ତା’ପରେ ବାବାଜଣକ ମୋ ସ୍ତ୍ରୀଙ୍କୁ କହିଥିଲେ ମତେ ଡାକିବା ପାଇଁ । ମୁଁ ଦୁର୍ବଳ ଅନୁଭବ କରୁଥିଲେ ବି ସେହି ଫକିରଙ୍କ ପାଖକୁ ଆସିଥିଲି । ସଙ୍ଗେ ସଙ୍ଗେ ମତେ ଦେଖି କହିଥିଲେ, ସାଇବାବାଙ୍କର ଉପରେ ବିଶ୍ୱାସ ରଖ । ସବୁ ଠିକ୍‌ ହେଇଯିବ । ଏତିକି କହି ସେ ମୋ ମୁଣ୍ଡ ଉପରେ ହାତ ବୁଲାଇ ଦେଇଥିଲେ । ତା’ପରେ ସେ ଆମ ଘରୁ ଯିବାକୁ ବାହାରିଥିଲେ । ମୋ ସ୍ତ୍ରୀ ତାଙ୍କୁ ପୁଣି ପଚାରିଥିଲେ ତାଙ୍କର ଆଉ କିଛି ଇଚ୍ଛା ଅଛି? ମୋ ସ୍ତ୍ରୀ ଚାହୁଁଥିଲେ ଫକିର ବାବା ଆମ ଘରେ ଖାଦ୍ୟ ଖାଇ ଯାଆନ୍ତୁ । ସେଥିପାଇଁ ସେ ବାରମ୍ବାର ଅନୁରୋଧ କରୁଥିଲେ । ହେଲେ ଫକିର ବାବା କହିଥିଲେ, ତାଙ୍କର କିଛି ଦରକାର ନାହିଁ । ମୁଁ ଯେଉଁ କାମ ପାଇଁ ଏଠାକୁ ଆସିଥିଲି ତାହା ପୂରଣ ହୋଇସାରିଛି । ତାଙ୍କ କଥା ଶୁଣି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲୁ । ଫକିର ବାବା ମୋ ସ୍ତ୍ରୀଙ୍କୁ କହିଥିଲେ, ଝିଅ ମୁଁ ବୁଝିପାରୁଛି ଯେ ଖାଲି ହାତରେ ତୁମ ଘରୁ ଫେରି ଯାଉଥିବାରୁ ତୁମର ମନ କଷ୍ଟ ହେଉଛି । ତୁମେ ମତେ ସାହାଯ୍ୟ କରିବାକୁ ଚାହୁଁଛ ଯଦି ମୋ ପାଇଁ ଗୋଟିଏ କଳସ ଆଣିଦିଏ । ମୋ କଳସ ଭାଙ୍ଗିଯାଇଛି । ହେଲେ ଘରେ ନୂଆ କଳସ ନ ଥିଲା । ସେଥିପାଇଁ ମୋ ସ୍ତ୍ରୀ ଫକିର ବାବାଙ୍କୁ କହିଥିଲେ, କଳସ ନାହିଁ ତା’ସ୍ଥାନରେ ଆଉ କିଛି ଆବଶ୍ୟକ । ବାବା କହିଥିଲେ, ମତେ କଳସ କିଣିବା ପାଇଁ ୩୫ଟଙ୍କା ଦେଇ ଦିଅ । ମୋର ସ୍ତ୍ରୀ ତାଙ୍କୁ ୩୫ଟଙ୍କା ଦେଲେ । ତା’ପରେ ବାବା ଆମ ଘରୁ ଚାଲି ଯାଇଥିଲେ । ସେ ଯିବାର କିଛି ସମୟ ମଧ୍ୟରେ ମତେ ଟିକେ ସୁସ୍ଥ ଅନୁଭବ ହେଲା । ପୁଣି କିଛି ସମୟ ପରେ ମୋ ଦେହରୁ ଜ୍ୱର ଛାଡି ଯାଇଥିଲା । ମୁଁ ପୂର୍ବ ପରି ସୁସ୍ଥ ଅନୁଭବ କରିଥିଲି । ମୋର ହଠାତ୍‌ ଦେହ ଭଲ ହୋଇଯିବା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ମୁଁ ଅନୁଭବ କରିଥିଲି ଫକିର ବେଶରେ ନିଜେ ସାଇବାବା ଆସି ମତେ ଆଶୀର୍ବାଦ ଦେଇଥିଲେ ।

   ସମ୍ବନ୍ଧିତ ଖବର


ଏଠି ପ୍ରତିବର୍ଷ କୁକୁର ଓ ବିଲେଇ କରନ୍ତି Blood Donation, ବଞ୍ଚୁଛି ଅନେକ ଜୀବନ…

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ନଭେମ୍ବର ୩୦ରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ଜଳୁଛି ଟ୍ୟାପ୍‌ରୁ ବାହାରୁଥିବା ପାଣି ! ଭିଡ଼ିଓ ଭାଇରାଲ