‘୬୦ ବର୍ଷ ହୋଇନି, କେମିତି ଦିଆଗଲା କରୋନା ଟିକା’ ? ଟୀକାକରଣ ପରେ ସୈଫ ଅଲି ଖାନଙ୍କୁ ଏମିତି ପ୍ରଶ୍ନ ପଚାରିଲେ ୟୁଜର୍ସ

ମୁମ୍ବାଇ ୯।୩ : କିଛି ଦିନ ତଳେ ବଲିଉଡ ଅଭିନେତା ସୈଫ ଅଲି ଖାନ କରୋନା ଟିକା ନେଇଛନ୍ତି। ପୂର୍ବରୁ ସୈଫ ଅଲି ଖାନ ଏ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ। କିନ୍ତୁ ତାଙ୍କୁ କରୋନା ଟିକା କେନ୍ଦ୍ର ବାହାରେ ଦେଖିବାକୁ ମିଳିଥିଲା। ସୈଫ୍ କରୋନା କେନ୍ଦ୍ରରୁ ବାହାରୁଥିବାବେଳର ଫଟୋ ବହୁତ ଭାଇରାଲ ହୋଇଥିଲା । କିନ୍ତୁ ଟିକା ନେବା ପରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। କିଛି ସୋସିଆଲ ମିଡିଆ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି ଯେ, ତାଙ୍କୁ ୬୦ ବର୍ଷ ବୟସ ହୋଇନି, ଭ୍ୟାକସିନ୍ର ଡୋଜ୍ କିପରି ଦିଆଗଲା।

କରୋନା ଟିକା ନେବା ପରେ ୟୁଜର୍ସ ସୈଫ୍ଙ୍କୁ ଲଗାତାର ଅନେକ ପ୍ରଶ୍ନ ପଚାରୁଛନ୍ତି। କେବଳ ଏତିକି ନୁହେଁ, କିଛି ୟଜର୍ସ ତାଙ୍କୁ ବୁଢ଼ା ସମ୍ବୋଧନ କରି ଡାକୁଛନ୍ତି। ଆଉ କିଛି ୟୁଜର୍ସ କହୁଛନ୍ତି, ଭିଆଇପି ଟ୍ରିଟମେଣ୍ଟ ନୁହେଁ ତ ଆଉ କଣ ? ଆଉ କିଛି ୟୁଜର୍ସ କହିଛନ୍ତି ଯେ, ସରକାରଙ୍କ ଗାଇଡଲାଇନ୍ ଅନୁସାରେ ବର୍ତ୍ତମାନ ୬୦ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯାଉଛି, ଏମିତିରେ ସୈଫ୍ଙ୍କୁ କିପରି ଭ୍ୟାକସିନ୍ ନେଲେ ? ୟୁଜର୍ସମାନେ ଏଭଳି ଅନେକ ପ୍ରଶ୍ନ ସୈଫ୍ଙ୍କୁ ପଚାରିଛନ୍ତି।