“ଆଦିପୁରୁଷ’ରେ ଖଳନାୟକ ହେବେ ସୈଫ୍‌ !

ମୁମ୍ବାଇ ୨୧/୦୮: ‘ବାହୁବଲୀ’ ଫେମ୍‌ ଅଭିନେତା ପ୍ରଭାସ ନିକଟରେ ତାଙ୍କର ଅପ୍‌କମିଙ୍ଗ ପ୍ରୋଜେକ୍ଟ ‘ଆଦିପୁରୁଷ’ ସମ୍ପର୍କରେ ଘୋଷଣା କରିଥିଲେ । ସେହି ଥ୍ରିଡି ଆକ୍ସନ୍‌ ପିରିୟଡ୍‌ ଡ୍ରାମାରେ ତାଙ୍କୁ ପୌରାଣିକ ଚରିତ୍ରରେ ଦେଖିବାକୁ ମିଳିବ।

ସଦ୍ୟ ଖବର ଅନୁସାରେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ସେଥିରେ ଖଳନାୟକ ଭୂମିକାରେ ଆସିପାରନ୍ତି । ଏ ସମ୍ପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଜାନୁଆରୀ ମାସରେ ମୁକ୍ତିଲାଭ କରିଥିବା ‘ତାନାଜୀ-ଦ ଅନ୍‌ସଙ୍ଗ ୱାରିୟର’ରେ ସୈଫ୍‌ଙ୍କ ଅଭିନୟ ଖୁବ୍‌ ଉଚ୍ଚକୋଟୀର ଥିଲା । ତାକୁ ଦେଖି ନିର୍ଦ୍ଦେଶକ ଓମ୍‌ ରାୱତ୍‌ ତାଙ୍କୁ ‘ଆଦିପୁରୁଷ’ରେ ଖଳନାୟକ ଭୂମିକାରେ ନେବାକୁ ଖୁବ୍‌ ଆଗ୍ରହୀ ଅଛନ୍ତି । ପ୍ରଭାସଙ୍କ ଭଳି ସୈଫ୍‌ଙ୍କୁ ଏଥିରେ ସମାନ ଗୁରୁତ୍ୱ ମିଳିବ ।’ ସବୁକିଛି ଠିକ୍‌ଠାକ୍‌ ରହିଲେ ‘ତାନାଜୀ-ଦ ଅନ୍‌ସଙ୍ଗ ୱାରିୟର’ ପରେ ଏହା ମାଧ୍ୟମରେ ସୈଫ୍‌ ପୁଣି ଥରେ ଓମ୍‌ ରାୱତ୍‌ଙ୍କ ସହ କାମ କରିବାର ସୁଯୋଗ ପାଇବେ । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସୈଫ୍‌ଙ୍କୁ ଆଗକୁ ‘ବଣ୍ଟି ଔର ବବ୍‌ଲି ୨’, ‘ଭୁତ ପୁଲିସ’ରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ‘ବେଲ୍‌ ନା ଜେଲ’, ଆଜି ହେବ ଶୁଣାଣି

ପ୍ରଯୋଜକଙ୍କ ନାଁରେ ଅଭିଯୋଗ , ଅଭିନେତ୍ରୀ କହିଲେ – ମୁଁ ବହୁତ ଆଘାତ ପାଇଛି

ଡ୍ରଗ୍ସ ସପ୍ଲାୟରର ମହା ଖୁଲାସା ! ସେକ୍ସ ଇଚ୍ଛା ବଢ଼ାଇବା ଓ ସ୍ଲିମ୍‌ ହେବାକୁ ଅଭିନେତ୍ରୀମାନେ ନେଉଛନ୍ତି ଏହି ନିଶା

ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି