ଇଣ୍ଟରନେଟ୍‌ରେ ଦର୍ଶକଙ୍କୁ ଘାଇଲା କରୁଛନ୍ତି ହିପ୍‌ହପ୍‌ ଡ୍ୟାନ୍ସ ଷ୍ଟାର୍ ଶୈଳେନ୍ଦ୍ର

କଟକ ୨୭/୦୮: ମ୍ୟୁଜିକ୍‌ ଭିଡିଓ ଜଗତରେ ଡ୍ୟାନ୍ସିଂ ଷ୍ଟାର୍‌ ଭାବେ ପରିଚୟ ହାସଲ କରିଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ। ସୋସିଆଲ୍‌ ମିଡିଆରେ ଶୈଳେନ୍ଦ୍ରଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର୍‌ ବେଶି । ମ୍ୟୁଜିକ୍‌ ଭିଡିଓରେ ତାଙ୍କ ହିପ୍‌ହପ୍‌ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି ।

୨୦୧୮ରେ ଯୁବ ନିର୍ଦ୍ଦେଶକ ରାଜା ଡି’ଙ୍କ ନିର୍ଦ୍ଦେଶିତ ମ୍ୟୁଜିକ୍‌ ଭିଡିଓ ‘କଲେଜ୍‌ ଡେଜ୍‌’ରେ ଏଣ୍ଟ୍ରି କରିଥିଲେ ଶୈଳେନ୍ଦ୍ର । କଲେଜ ପଢ଼ା ଯୁବଗୋଷ୍ଠୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇଥିଲେ । ଫଳରେ ଗତ ଦୁଇ ବର୍ଷ ମଧ୍ୟରେ ସେ ପ୍ରାୟ ୧୫ରୁ ଅଧିକ ମ୍ୟୁଜିକ୍‌ ଭିଡିଓ କରିସାରିଲେଣି । ବିଶେଷ କରି ମ୍ୟୁଜିକ୍‌ ଭିଡିଓ ‘ତୋ ଗାଲର କଳାଜାଇ’, ‘ଅଧା କଷା ଅଙ୍କ’, ଓ ‘ରଙ୍ଗବତୀ’, ‘ପୁଚୁକି ଗାଲି’, ‘ଫିଲ୍‌ ମାଇ ଲଭ୍‌’, ‘ରାଜି ଥରେ ହେଇଯା’, ‘ତୁ ମେଘ ହେଇଯା’ ଭଳି ମ୍ୟୁଜିକ୍‌ ଭିଡିଓକୁ ଲକ୍ଷାଧିକ ଦର୍ଶକ ପସନ୍ଦ କରିଛନ୍ତି ।

ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓରେ ତାଙ୍କର ଦମଦାର ଅଭିନୟ ଯୁବ ଦର୍ଶକମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏନେଇ ଶୈଳେନ୍ଦ୍ର କୁହନ୍ତି, ମୁଁ ସବୁ ପ୍ରକାରର ଅଭିନୟ ପାଇଁ ଏକ୍ସପେରିମେଣ୍ଟ୍‌ କରୁଛି। ଦେଖିବାକୁ ଚାହୁଁଛି ଦର୍ଶକ ମୋତେ କେଉଁ ରୂପରେ ଅଧିକ ପସନ୍ଦ କରୁଛନ୍ତି । ଏଥିରୁ ବହୁତ କିଛି ଶିଖିବାକୁ ମିଳୁଛି। ଅନେକ ସୋସିଆଲ୍‌ ମିଡିଆ ଧାରାବାହିକ ଓ ଶର୍ଟ ମୁଭିରେ ବି କାମ କରିଛି । ଆଗାମୀ ଦିନରେ ସିନେମାରେ ଅଭିନୟ ପାଇଁ ପ୍ରସ୍ତୁତି ଚଳାଇଥିବା ଶୈଳେନ୍ଦ୍ର କହିଛନ୍ତି।

   ସମ୍ବନ୍ଧିତ ଖବର


ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ