ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ସାଇନା ନେହଓ୍ବାଲଙ୍କ କରୋନା ପଜିଟିଭ୍‌ ରିପୋର୍ଟ‌ ମିଛ, ବୁଧବାର ଖେଳିପାରନ୍ତି ଥାଇଲ୍ୟାଣ୍ଡ ଓପନ୍‌ ୨୦୨୧

ନୂଆଦିଲ୍ଲୀ, ୧୨/ ୦୧: ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ବିଜେତା ସାଇନା ନେହଓ୍ବାଲଙ୍କ ପାଇଁ ଭଲ ଖବର। ସେ ବୁଧବାର ଆରମ୍ଭ ହେବାକୁ ଥିବା ଥାଇଲଣ୍ଡ ଓପନ୍‌ ୨୦୨୧ ଖେଳିପାରନ୍ତି। ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ମୁତାବିକ ସାଇନାଙ୍କ କରୋନା ରିପୋର୍ଟ ପଜିଟିଭ ନଥିଲା। ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା ସେଥିରେ ଭୁଲ ଥିଲା। ସୂଚନାଥାଉକି, ଆଜି ସାଇନା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଥିଲା। ଏପରିକି ସେ ଥାଇଲାଣ୍ଡ ଓପନ ୨୦୨୧ ଖେଳିବେ ନାହିଁ ବୋଲି ସୂଚନା ରହିଥିଲା।

ପୂର୍ବରୁ ସାଇନା ନେହ‌ଓ୍ବାଲ କହିଥିଲେ କି, ମୋତେ ଏପର୍ଯ୍ୟନ୍ତ ଗତକାଲି ହୋଇଥିବା କରୋନା ରିପୋର୍ଟ ମିଳିନାହିଁ। ହେଲଲେ ମ୍ୟାଚ୍‌ ପାଇଁ ଓ୍ବାର୍ମଅପ୍‌ ‌ କରିବା ପୂର୍ବରୁ ମୋତେ କରୋନା ପଜିଟିଭ ହୋଇଥିବା କହି ମେଡିକାଲରେ ଭର୍ତ୍ତୀ ହେବା ପାଇଁ କହିଥିଲେ ବୋଲି ସାଇନା କହିଥିଲେ।

wp:embed {"url":"https://twitter.com/bwfmedia/status/1348886006041251840","type":"rich","providerNameSlug":"twitter","responsive":true,"className":""}
https://twitter.com/bwfmedia/status/1348886006041251840
/wp:embed

ବ୍ୟାଡମିଣ୍ଟନ୍‌ ଓ୍ବାର୍ଲଡ ଫେଡେରେଶନ୍‌ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ଆଜି ୪ ଜଣ ଖେଳାଳି କରୋନା ପଜିଟଭ ଚିହ୍ନଟ ହୋଇଥିଲେ। ସେହି ଖେଳାଳିଙ୍କର ପୁନଃ ଟେଷ୍ଟ ହେବା ପରେ ସେ ମଧ୍ୟରୁ ଇଣ୍ଡିଆ, ଜର୍ମାନୀ ଓ ଇଜିପ୍ଟର ଜଣେ ଲେଖାଏଁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅନ୍ୟପଟେ ଜଣେ ଭାରତୀୟ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.