ସୈନିକ ସ୍କୁଲରେ ଏବେ OBC କୁ ମିଳିବ ସଂରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …

ନୂଆଦିଲ୍ଲୀ: ସୈନିକ ସ୍କୁଲରେ ଆଡମିସନ ପାଇଁ ଚାହୁଁଥିବା କିଛି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଖୁସିଖବର । ଏବେ ସୈନିକ ସ୍କୁଲରେ OBC ମାନଙ୍କ ପାଇଁ ସଂରକ୍ଷଣ ଲାଗୁ ହେବ । ଭାରତ ସରକାରଙ୍କ ପ୍ରତିରକ୍ଷା ସଚିବ ଅଜୟ କୁମାର ଏନେଇ ଘୋଷଣା କରିଛନ୍ତି ।  

ଏନେଇ ଅଜୟ କୁମାର ଟ୍ବିଟ କରି କହିଛନ୍ତି ଯେ ସୈନିକ ସ୍କୁଲରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିବ । ୨୦୨୧-୨୨ ଶିକ୍ଷାବର୍ଷରୁ ଏହି ସୁବିଧାକୁ ଲାଗୁ କରାଯିବ । ଏ ନେଇ ଦେଶର ସମସ୍ତ ସୈନିକ ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ରକ୍ଷା ସଚିବ ଟ୍ବିଟରେ ଫଟୋ ସେୟାର କରିଛନ୍ତି । ଏଥିରେ ଦର୍ଶା ଯାଇଛି କି ସୈନିକ ସ୍କୁଲର ୬୭ ପ୍ରତିଶତ ଆସନ ସେହି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ବଳକା ୩୩ ପ୍ରତିଶତ ଆସନ ଅନ୍ୟ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଦିଆଯିବ । ଏଥିପାଇଁ ଦୁଇଟି ତାଲିକା କରାଯାଇଛି ।

ଏବେ ଏହି ପ୍ରତିଟି ତାଲିକାରେ ୧୫ ପ୍ରତିଶତ ଆସନ ଅନୁସୁଚିତ ଜାତି ପାଇଁ, ୭.୫ ପ୍ରତିଶତ ଆସନ ଅନୁସୁଚିତ ଜନଜାତି ପାଇଁ ଏବଂ ୨୭ ପ୍ରତିଶତ ଆସନ ଓବିସି ବର୍ଗ ପାଇଁ ସଂରକ୍ଷିତ ହୋଇ ରହିବ ।

ବର୍ତ୍ତାମାନ ଦେଶରେ ୩୩ଟି ସୈନିକ ସ୍କୁଲ ସଂଚାଳିତ ହେଉଛି । ଏହାର ପରିଚାଳନା ରକ୍ଷାମନ୍ତ୍ରାଳୟ ଅଧିନସ୍ତ ସୈନିକ ସ୍କୁଲ ସୋସାଇଟି ଦ୍ବାରା କରାଯାଉଛି ।