ନବୀନଙ୍କୁ ଭେଟିଲେ ସଜ୍ଜନ ଜିନ୍ଦଲ: ଓଡ଼ିଶାରେ କମ୍ପାନିର ନିବେଶ ପ୍ରସ୍ତାବ ନେଇ ଆଲୋଚନା

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶାରେ ଚାଲୁ ରହିଥିବା ଖଣି ନିଲାମରୁ ସଫଳତାର ସହ ୪ଟି ଲୁହାପଥର ଖଣି ହାତେଇବା ପରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସେ ଓଡ଼ିଶାରେ ଗ୍ରୁପ୍‌ର ପ୍ରସ୍ତାବିତ ପୁଞ୍ଜିନିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଜଗତସିଂହପୁର ଜିଲ୍ଲା ପାରାଦୀପଠାରେ ଏକ ଇସ୍ପାତ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛି । ପୂର୍ବରୁ ଦକ୍ଷିଣ କୋରିଆଭିତ୍ତିକ ପୋସ୍କୋ ଦ୍ୱାରା ପ୍ରସ୍ତାବିତ ସ୍ଥାନରେ ଜେଏସ୍‌ଡବ୍ଲ୍ୟୁ ୧୨ ନିୟୁତ ଟନ୍‌ର ପ୍ଲାଣ୍ଟ ପାଇଁ ପ୍ରସ୍ତାବ ଦେଇଥିବାରୁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସରକାରୀ ସୂଚନା ମୁତାବକ, ପୂର୍ବରୁ ପୋସ୍କୋକୁ ଦିଆଯାଇଥିବା ସମସ୍ତ ସାମ୍ବିଧାନିକ ମଞ୍ଜୁରିକୁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ହସ୍ତାନ୍ତର କରାଯାଇଛି । ଏପରିକି ପ୍ରକଳ୍ପ ପାଇଁ ଜନଶୁଣାଣି ବେଶ ସଫଳତାର ସହ ଶେଷ ହୋଇଛି । ସୂଚନା ଥାଉକି, ଏବେ ଓଡ଼ିଶାରେ ଚାଲିଥିବା ଖଣି ନିଲାମରେ ଜେଏସ୍‌ଡବ୍ଲ୍ୟୁ ୪ଟି ଲୁହାପଥର ଖଣି ଜିତିଛି । ଏହି ୪ଟି ଖଣିରେ ୧,୧୦୦ ନିୟୁତ ଟନ୍‌ରୁ ଅଧିକ ଲୁହାପଥର ମହଜୁଦ ରହିଛି ।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ

ରାଜ୍ୟ ସରକାରଙ୍କୁ ବିରେଧୀ ଦଳ ନେତାଙ୍କ ପ୍ରସ୍ତାବ: ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କର