PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସରକଣାର ଫୋଡ଼ାପାଟୁଆ ପର୍ବ ଉଦ୍‌ଯାପିତ; ନିଆଁରେ ଝୁଲିଲେ, ଚାଲିଲେ

ବାଳକାଟି,୧୪ା୪(ଆ.ପ୍ର.): ଆଜି ସରିଛି ସରକଣାର ପ୍ରସିଦ୍ଧ ଫୋଡାପାଟୁଆ ପର୍ବ । ୧୫ ଜଣ ମାନସିକଧାରୀ ୭ ଦିନ ହବିଷ୍ୟାନ୍ନ ଖାଇ ନିଷ୍ଠାରେ ଥିଲେ । ଗଲା ଶନିବାର ମେରୁ ବୁଲିବା ପରେ ରବିବାର ଝୁଣା ଖାଇ ପ୍ରତ୍ୟୁଷରୁ ମା’ଙ୍କ ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରିଥିଲେ । ସିନ୍ଦୁର, ଝୁଣା ଦୀପରେ ମା’ଙ୍କୁ ପୁଜା କରାଯାଇଥିଲା । ପରେ ମାନସିକଧାରୀ ପାଟୁଆ ମାନେ ଅପରାହ୍ନରେ ପଟୁଆରରେ ବାଜା ବଜାଇ,ବାଣ ଫୁଟାଇ ନିକଟସ୍ଥ ପୋଖରୀରେ ଯମୁନା ସ୍ନାନ କରି ଥିଲେ । ପରେ ପାରମ୍ପରିକ ନୀତିରେ ସେମାନଙ୍କ ପିଠିରେ ଲୁହା କଣ୍ଟା ଫୋଡ଼ାଯାଇଥିଲା । ସେମାନେ ସରକଣାସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ପହଞ୍ଚିଥିଲେ । ଘଣ୍ଟଘଣ୍ଟା ଢୋଲ ବଜାଇ ପୋଖରୀରୁ ଚରଖି ଓ ଖାଇ ଖୁଣ୍ଟ ଉପରକୁ ଅଣାଯାଇଥିଲା । ସେଠାରେ ମେରୁ ଖାଇକୁ ପୋତାଯାଇଥିଲା । ରାତି ପ୍ରାୟ ୮ଟାରେ ମା’ ମଙ୍ଗଳାଙ୍କୁ ସ୍ଥାପନା କରି ମୁଖ୍ୟ କାଳେସୀ ଗଙ୍ଗାଧର ଭୋଇ ପ୍ରଥମେ ଚରଖି ବୁଲିସାରିବା ପରେ ଅନ୍ୟ ପାଟୁଆ ବୁଲିଥିଲେ । କାର୍ଯ୍ୟକ୍ରମକୁ ଗ୍ରାମବାସୀ ଏବଂ ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଉପଭୋଗ କରିଥିଲେ । ବାଳକାଟି ସ୍ଥିତ ମା’ ଯାଗେଶ୍ୱରୀ, ମା’ଭଗବତୀ ହୀରାପୁରର ମା’ସବାଖାଇ, ଗଡକଣ୍ଟୁଣିଆର ମା’ଦୁଲ୍ଲାଦେବୀନାଗପୁରର ମା’ପଞ୍ଚମୁଖୀ, ଝିଣ୍ଟିଶାସନର ମା’ମଙ୍ଗଳାଙ୍କ ପୀଠରେ ରୀତିନୀତି ଅନୁସାରେ ଝାମୁ ଯାତ୍ରା ପାଳିତ ହୋଇଯାଇଛି । ଏହିସବୁ ସ୍ଥାନରେ ମାନସିକ ଧାରୀ ପାଟୁଆ ନିଆଁରେ ଚାଲିଥିଲେ

ଯାଁଳାରେ ଝାମୁ: ଯାଁଳା,୧୪ା୪(ଆ.ପ୍ର.): ଗଲାକାଲି ନିଆଁରେ ଝୁଲିଥିଲେ ପାଟୁଆ । ଆଜି ଚାଲିଥିଲେ ନିଆଁରେ । ଶନିବାର ବ୍ରତଧାରୀମାନେ ଗାଁଗାଁ ବୁଲିଥିଲେ । ସନ୍ଧ୍ୟା ନଇଁ ଆସିଲାବେଳକୁ ଆରମ୍ଭ ହୋଇଯାଇଥିଲା ଅଘୋରତପ । ପାଟୁଆମାନେ ନିଆଁରେ ଝୁଲିଥିଲେ । ଆଜି ମା’ ମଙ୍ଗଳା ଓ ମା ଦାରୋଣୀ ଠାକୁରାଣୀଙ୍କ ପୀଠ ଝାମୁ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା । ନିଆଁରେ ପାଟୁଆମାନେ ଚାଲିବା ପରେ ଶେଷ ହୋଇଛି ସପ୍ତାହଧରି ବିଭିନ୍ନ ଦେବଦେବୀଙ୍କ ପୀଠରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମ ସମାପନ ହୋଇଛି ।

ଦାରୁଠେଙ୍ଗରେ ଝାମୁଯାତ୍ରା
ଚନ୍ଦକା,୧୪ା୪(ଆ.ପ୍ର.): ମହାବିଶୁବ ସଂକ୍ରାନ୍ତିରେ ରବିବାର ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ମେଳଣପଡ଼ିଆରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝାମୁର ମୁଖ୍ୟ କାଳେସୀ ସନ୍ତୋଷ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାତଦିନ ଧରି ପାଣିତୋଳା, ଝାମୁଗଡ଼ିବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଜି ନିକଟସ୍ଥ ସାରୁଗଡ଼ିଆ (ତଳସାହି) ପୋଖରିରୁ ସ୍ନାନ କରି ପାଟୁଆମାନେ ଦଣ୍ଡନାଚ କରିଥିଲେ ଏବଂ ନିଆଁରେ ଚାଲିଥିଲେ । ଶହଶହ ଭକ୍ତ ଏହି ଧାର୍ମିକ ପରମ୍ପରାରେ ସାମିଲ ହୋଇଥିଲେ । ମନସ୍କାମନା ପୂରଣ ପାଇଁ କିଛି ଭକ୍ତ ସେମାନଙ୍କ ପିଲାଙ୍କୁ କାଳେସୀଙ୍କ କୋଳକୁ ଦେଇଥିଲେ । କାଳେସୀ ପିଲାଙ୍କୁ କୋଳରେ ଧରି ନିଆଁରେ ଚାଲିଥିଲେ । ଘନଶ୍ୟାମ ମହାପାତ୍ର ମୁଖ୍ୟ ଭାବେ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ ।

ଜଟଣୀରେ ଝାମୁ ଓ ଅଘୋରତପ
ଜଟଣୀ,୧୪ା୪ (ଅ।।ପ୍ର): ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଜଟଣୀ ର ବିଭିନ୍ନ ସ୍ଥାନରେ ଆଜି ଝାମୁ ଚଲା ଓ ଶନିବାର ଅଘୋରତପ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ରତଧାରଣ କରିଥିବା ବ୍ରତୀ ମାନେ ଜଟଣୀ ନିକଟସ୍ଥ ଭୀମପୁର ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିଆଁରେ ଝୁଲି ଅଘୋରତପ ବ୍ରତ ପାଳନ କରିଥିଲେ । ଆଜି ବ୍ରତୀମାନେ ନିଆଁରଡ଼ରେ ଚାଲି ଝାମୁ ଚାଲିଥିଲେ । ଏହିପରି ସ୍ଥାନୀୟ ବାଛରାପାଟଣ ଅଞ୍ଚଳରେ ଆଜି ଝାମୁ ଚଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି