ଧୋନିଙ୍କ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଥିଲେ ପତ୍ନୀ ସାକ୍ଷୀ: କହିଲେ ତୁମର ସଫଳତା ଓ ଉପଲବ୍ଧି ପାଇଁ ଆମେ ଗର୍ବିତ

ନୂଆଦିଲ୍ଲୀ ୧୬/୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି। ଦେଶରେ ଧୋନୀଙ୍କ ପ୍ରଶଂସକ ମାନେ ତାଙ୍କ ଅବସର ପରେ ନିଜର ଭାବନା ପ୍ରକାଶ କରିଛନ୍ତି। ଏହି ସମୟରେ ଧୋନିଙ୍କ ପତ୍ନୀ ସାକ୍ଷୀ ମାହିଙ୍କ ଏକ ଫଟୋ ଇନ୍‌ଷ୍ଟଗ୍ରାମ ପୋଷ୍ଟ କରିଛନ୍ତି। ଇନଷ୍ଟା ପୋଷ୍ଟରେ ସେ ଲେଖିଛି ଆପଣ ଯାହା ହାସଲ କରିଛନ୍ତି ତାହା ଉପରେ ଗର୍ବିତ ହେବାକୁ ଉଚିତ।

ଏଥି ସହିତ ସାକ୍ଷୀ ଧୋନି ମାହିଙ୍କ ପାଇଁ ଇନ୍‌ଷ୍ଟା ପୋଷ୍ଟରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି। ” ଆପଣ ଯାହା ହାସଲ କରିଛନ୍ତି ତାହା  ଉପରେ ଗର୍ବିତ ହେବା ଉଚିତ। ଖେଳକୁ ଆପଣଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେବା ପାଇଁ ଅଭିନନ୍ଦନ କରିଛନ୍ତି। ମୁଁ ଆପଣଙ୍କ ଉପଲବ୍ଧି ଗର୍ବିତ ଅନୁଭବ କରୁଛି। ମୁଁ ନିଶ୍ଚିତ ଯେ ତୁମର ଆବେଗକୁ ବିଦାୟ ଦେବା ପାଇଁ ତୁମେ ନିଶ୍ଚୟ ଲୁହ ଭରା ଥିବ। ମୁଁ  ଆଗକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଅଦ୍ଭୁତ ଜିନିଷ କାମନା କରୁଛି । ଏଥି ସହିତ ମହେନ୍ଦ୍ର ସିଂହ ଧୋନି ଧନ୍ୟବାଦ ଜଣାଇଛନ୍ତି।

ଏଥି ସହିତ ସାକ୍ଷୀ ଲେଖିଛନ୍ତି। “ତୁମେ ଯାହା କହିଛ ଲୋକମାନେ ଭୁଲିଯିବେ, ତୁମେ ଯାହା କାମ କରଛି  ଲୋକମାନେ ଭୁଲିଯିବେ, କିନ୍ତୁ ତୁମେ ସେମାନଙ୍କୁ କିପରି ଅନୁଭବ କରିଛ ଲୋକମାନେ କେବେବି ଭୁଲି ପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ସଫଳ ଏବଂ ଦମଦାର ଅଧିନାୟକ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟ ୧୫ ସନ୍ଧ୍ୟା ୭ଟା ୨୯ ମିନିଟ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏମଏସ ଧୋନୀ ଶନିବାର ସନ୍ଧ୍ୟାରେ ଅଚାନକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା ଘୋଷଣା କରିଛନ୍ତି। 

   ସମ୍ବନ୍ଧିତ ଖବର


ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ସୂର୍ଯ୍ୟକୁମାରଙ୍କ ସପକ୍ଷରେ ବାହାରିଲେ ବ୍ରାଏନ୍‌ ଲାରା, ପ୍ରଶଂସା କରି କହିଲେ- କ୍ଲାସ୍‌ ପ୍ଲେୟାର..

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ଦଳ ସହ ଖିମ୍‌ଜୀର ସହଭାଗିତା

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ରୋହିତ,ଈଶାନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ, କହିଲେ…

ମା ହେବେ ଷ୍ଟାର ରେସଲର, ଫଟୋ ସେୟାର କଲେ ବିଜେପି ନେତ୍ରୀ

ଖେଳୁଥିଲେ କ୍ରିକେଟ, ଚାଲିଗଲା ଜୀବନ