PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର

ଜଳେଶ୍ଵର, ୨୫/୦୭ : ମନ୍ଦାର ଫୁଲ ଗଛ କାଟିବାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ। ଶଳାକୁ ଆକ୍ରମଣ କରି ନଦୀ କୂଳରେ ଫିଙ୍ଗି ଦେଇ ଆସିଲା ଭିଣୋଇ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସାନତାଳପଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସାନତାଳପଦା ଗ୍ରାମରେ ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ। ଗ୍ରାମର ଜଳଧାରା ଜେନାଙ୍କ ପୁଅ ଜୟନ୍ତ ଜେନାକୁ ଭିଣୋଇ ଅନିଲ ପ୍ରଧାନ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଛି। ଚିନ୍ମୟ ପ୍ରଧାନ ଓ ମୁକେଶ ଦାସଙ୍କ ସହାୟତାରେ ଅନିଲ ପ୍ରଧାନ ତାଙ୍କର ଶଳା ଜୟନ୍ତ ଜେନାଙ୍କ ଉପରକୁ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଛନ୍ତି। ଫଳରେ ଜୟନ୍ତ ଗୁରୁତର ହୋଇଯିବାରୁ ତାଙ୍କୁ ଭିଣୋଇ ଜୟନ୍ତ ସଜ୍ଞାହୀନ ଅବସ୍ଥାରେ ସୁବର୍ଣ୍ଣରେଖା ନଦୀ କୂଳରେ ଫିଙ୍ଗି ଦେଇ ଆସିଥିଲେ। ଖବର ପାଇ ପରିବାର ଲୋକେ ଜୟନ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।