PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ଦରମା ବୃଦ୍ଧି, ଜାନୁଆରି ପହିଲାରୁ ଲାଗୁ, କାହାକୁ କେତେ ମିଳିବ ଜାଣନ୍ତୁ

ଭୁବନେଶ୍ବର ୪।୯: ବୃଦ୍ଧି ହେଲା ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ଦରମା। ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘର ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିସନ ସୁପାରିଶ ଲାଗୁ କରିଛନ୍ତି। ଏହି ଦରମା ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ କରାଯିବ ବୋଲି ସୂଚନା ମିଳିଛି।

ତେବେ ଶିକ୍ଷକମାନଙ୍କର ସର୍ବନିମ୍ନ ୨.୫୭ ଗୁଣ ବୃଦ୍ଧି ହୋଇଛି। ଉଚ୍ଚଶିକ୍ଷା ବିଭାଗର ଚିଠି ଅନୁଯାୟୀ ଯେଉଁ ଦିନ ଶିକ୍ଷକମାନେ ବର୍ଦ୍ଧିତ ଦରମା ପାଇବେ ସଙ୍ଗେ ସ‌ଙ୍ଗେ ସେମାନଙ୍କୁ ବକେୟା ଦରମାର ୪୦ ପ୍ରତିଶତ ଅର୍ଥ ଦିଆଯିବ। ଅବଶିଷ୍ଟ ୬୦ ପ୍ରତିଶତ ପରବର୍ତୀ ସରକାରୀ ନିଷ୍ପତ୍ତି ପରେ ପ୍ରଦାନ କରାଯିବ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ ଶିକ୍ଷକଙ୍କର ଦରମା ପ୍ରଦତ୍ତ ପ୍ରଥମ ସିଡ୍ୟୁଲ ଅନୁଯାୟୀ ହେବ। ବର୍ତମାନର ‌ପେ’ ବ୍ୟାଣ୍ଡ ଓ ଗ୍ରେଡ୍‌ ପେ’କୁ ବିଚାରକୁ ନିଆଯିବ ଓ ଦରମା ତତ୍‌ସଂଲଗ୍ନ ସେଲ୍‌ ଅନୁଯାୟୀ ନିର୍ଦ୍ଧାରିତ ହେବ। ବର୍ତମାନ ଦରମାକୁ ବିଚାରକୁ ନେଇ ନିର୍ଦ୍ଧାରିତ ସେଲ୍‌ରେ ଉଲ୍ଲେଖିତ ଅର୍ଥକୁ ପରିବର୍ତ୍ତିତ ଦରମା ହିସାବରେ ଧରାଯିବ। ଶିକ୍ଷକମାନଙ୍କଠାରୁ ସେମାନଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବାବଦରେ ଅଣ୍ଡରଟେକିଂ ଦେବେ। ସେହି ଅନୁଯାୟୀ ଶିକ୍ଷକଙ୍କର ଇନ୍‌କ୍ରିମେଣ୍ଟ ତାରିଖ ନିରୂପଣ କରାଯିବ।

ବ୍ୟବସ୍ଥା ଅନୁଯାୟୀ କୌଣସି କନିଷ୍ଠ ଶିକ୍ଷକ ସେହି ବର୍ଗର ବରିଷ୍ଠ ଶିକ୍ଷକଙ୍କଠାରୁ ଅଧିକ ଦରମା ପାଉଥିବା ଦେଖାଗଲେ ଷ୍ଟେପ୍‌ଅପ୍‌ ପଦ୍ଧତି ଜରିଆରେ ସମ୍ପୃକ୍ତ ବରିଷ୍ଠ ଶିକ୍ଷକଙ୍କ ଦରମା କନିଷ୍ଠ ଶିକ୍ଷକଙ୍କ ସହ ସମାନ କରାଯିବ ଏବଂ ସମ୍ପୃକ୍ତ ଶିକ୍ଷକଙ୍କର ବରିଷ୍ଠତା ବଜାୟ ରହିବ। ୨୦୧୬ ଜାନୁଆରି ପହିଲା ଓ ତା’ପରଠାରୁ କାର୍ଯ୍ୟରେ ଯୋଗଦେଇଥିବା ଶିକ୍ଷକମାନେ କୌଣସି କାରଣରୁ ନିର୍ଦ୍ଧାରିତ ଦରମାଠାରୁ ଅଧିକ ଦରମା ପାଇଥିଲେ ତାହା ସେମାନଙ୍କଠାରୁ ଫେରାଇ ଅଣାଯିବ।

ସମ୍ବନ୍ଧିତ ଖବର