PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସଲମାନ ଖାନ୍‌ ହାତ ଯୋଡ଼ି ଆଥିୟାଙ୍କୁ ମାଗିଲେ କ୍ଷମା ! ସୁନୀଲ ସେଟ୍ଟୀ ଦେଲେ ଏମିତି ପ୍ରତିକ୍ରିୟା

zeenews.india.com/

ମୁମ୍ୱାଇ – ବଲିଉଡ୍‌ର ଦବଙ୍ଗ ଖାନ୍‌ ମାଗିଲେ କ୍ଷମା । ସଲମାନ ଖାନ୍ ସୁନୀଲ ସେଟ୍ଟୀଙ୍କର ଝିଅ ଅଭିନେତ୍ରୀ ଆଥିୟା ସେଟ୍ଟୀକୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି । ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏକ ଚାଟ୍‌ ଶୋରେ ଆଥିୟାଙ୍କୁ କ୍ଷମା ମାଗିଛନ୍ତି ।

ଅରବାଜ ଖାନ୍‌ଙ୍କର ଲୋକପ୍ରିୟ ଚାଟ୍‌ ଶୋ’ ପିଞ୍ଚ୍‌ ସିଜନ-୨ରେ ସଲମାନଙ୍କ ଅନେକ କଥା ଏମିତି ସାମନାକୁ ଆସିଛି , ଯେଉଁଥି ପାଇଁ ଏହି ଶୋ ଏବେ ଚର୍ଚ୍ଚାରେ ରହିଛି । ଏହି ଶୋ’ରେ ଯେବେ ଅରବାଜ ଖାନ୍‌ ସଲମାନ ଖାନ୍‌ଙ୍କୁ ପଚାରିଲେ ଆପଣ ସୋସିଆଲ ମିଡ଼ିଆରେ କେଉଁ ଅଭିନେତ୍ରୀଙ୍କୁ ଫଲୋ କରନ୍ତି ନାହିଁ । ଏହାସହ ଅରବଜା ୩ଟି ଅପସନ ମଧ୍ୟ ଦେଲେ – କାଟ୍ରିନା କୈଫ୍‌ , ଆଥିୟା ସେଟ୍ଟୀ , ସଙ୍ଗୀତା ବିଜଲାନୀ । ଏହାର ଜବାବରେ ସଲମାନ କହିଥିଲେ , ମୁଁ ସଙ୍ଗୀତା ବିଜଲାନୀଙ୍କୁ ଇନଷ୍ଟାଗ୍ରାମ୍‌ରେ ଫଲୋ କରେ ନାହିଁ । ଏହାପରେ ସେ କହିଥିଲେ ମୁଁ ଆଥିୟାଙ୍କୁ ଫଲୋ କରେନାହିଁ । ଏହି କଥା କହିବା ପରେ ସଲମାନ କ୍ୟାମେରା ଆଡ଼କୁ ହାତ ଯୋଡ଼ି  କହିଥିଲେ କି , ସରି ଆଥିୟା , ମୁଁ ଏବେ ତୁମକୁ ଫଲୋ କରିବାକୁ ଯାଉଛି ।

ଉକ୍ତ ଭିଡ଼ିଓଟି ସାମନାକୁ ଆସିବା ପରେ ଇଟାଇମ୍ସ ସହ କଥାବାର୍ତ୍ତା ବେଳେ ଆଥିୟାଙ୍କର ପିତା ସୁନୀଲ ସେଟ୍ଟୀ ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି , ସଲମାନ ମୋ ପରିବାର ପରି । ସେ ଯାହା କିଛି କରନ୍ତି ସେ ହୃଦୟରୁ କରିଥାନ୍ତି । ଯେବେ ସେ ସ୍କ୍ରିନ୍‌ରେ ଆଥିୟାକୁ ସରି କହିଲେ , ଏହା ସବୁଠୁ ସ୍ନେହ ଶ୍ରଦ୍ଧାର କଥାଟିଏ ।

ଆପଣଙ୍କୁ କହି ରଖୁଛୁ କି , ସୋସିଆଲ ମିଡ଼ିଆରେ ସଲମାନ ଖାନ୍‌ଙ୍କ ୧୧୭ ମିଲିୟନ ଫଲୋୟର । ହେଲେ ସଲମାନ କେବଳ ୨୪ ଜଣ ଲୋକଙ୍କୁ ଫଲୋ କରିଥାନ୍ତି । ଇନଷ୍ଟାଗ୍ରାମ୍‌ରେ କେବଳ ୨୫ଜଣ ଲୋକଙ୍କୁ ଫଲୋ କରିଥାନ୍ତି । ଏହି ସୂଚନା ସେ ଅରବାଜ ଶୋ’ରେ ହିଁ ଦେଇଛନ୍ତି ।