PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଭିକି ଓ କ୍ୟାଟ୍ରିନାଙ୍କ ବାହାଘରକୁ ସଲମାନ ଓ ତାଙ୍କ ପରିବାରକୁ ନାହିଁ ନିମନ୍ତ୍ରଣ; ଶାହରୁଖ ଯୋଗ ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଆଉ ଏକ ବଡ଼ ବାହାଘର ହେବାକୁ ଯାଉଛି। ‘ଉରି ଦି ସର୍ଜିକାଲ ଷ୍ଟାଇକ୍‌’ର ଷ୍ଟାର୍ ଭିକି କୌଶାଲ ଓ କ୍ୟାଟ୍ରିନା କୈଫ୍‌ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ଏଇ କିଛିଦିନ ମଧ୍ୟରେ ଉଭୟର ବାହାଘର ହେବ ବୋଲି ଖୁବ୍‌ ଚର୍ଚ୍ଚା ହେଉଛି। ବାହାଘର ପ୍ରୁସ୍ତୁତି ବି ସରିଲାଣି। ବିବାହ ଉତ୍ସୋବକୁ ବଡ଼ ବଡ଼ ସେଲିବ୍ରେଟିଙ୍କୁ ନିମନ୍ତ୍ର ବି କରାଯାଉଛି।

ହେଲେ ଏହାରି ଭିତରେ ଏମିତି ଏକ ଖବର ଆସିଛି ଯାହା ପୁଣିଥରେ ସଲମାନ ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ ଉଜାଗର କରିଛି। କ୍ୟାଟ୍ରିନା ତାଙ୍କ ବାହାଘରକୁ ସମସ୍ତଙ୍କୁ ଡାକୁଥିବା ବେଳେ ସଲମାନ ଖାନ୍‌ଙ୍କୁ କିନ୍ତୁ ନିମନ୍ତ୍ରଣ କରି ନାହାଁନ୍ତି ବୋଲି କୁହାଯାଉଛି।

ତେବେ ଇଣ୍ଡିଆଟୁଡେର ଖବର ଅନୁସାରେ କ୍ୟାଟ୍ରିନା ଓ ଭିକିଙ୍କ ବାହାଘର ଜୟପୁର୍‌ରେ ହେବ। ଏହି ବିବାହ ଉତ୍ସବରେ ଯୋଗ ଦେବାକୁ କ୍ୟାଟ୍ରିନା ସଲମାନ ଖାନ ଓ ତାଙ୍କ ପରିବାରକୁ ନିମନ୍ତ୍ରଣ କରିଛନ୍ତି। କ୍ୟାଟ୍ରିନା କେବଳ ସୌଜନ୍ୟମୁଳକ ଭାବେ ସଲମାନ ଓ ତାଙ୍କ ଭଉଣୀଙ୍କୁ ନିମନ୍ତ୍ରଣ କରିଥିବା ଚର୍ଚ୍ଚା ହେଉଛି। ତେବେ ଏହି ନିମନ୍ତ୍ରଣ ସମ୍ପର୍କରେ ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ପଚରାଯିବାରୁ ସେ କିନ୍ତୁ ଏଭଳି କଥାକୁ ଅସ୍ୱୀକାର କରିଛନ୍ତି। ତାଙ୍କୁ ଏଭଳି କୌଣସି ନିମନ୍ତ୍ରଣ ମିଳି ନାହିଁ ବୋଲି ଚର୍ଚ୍ଚା ହେଉଛି।

ତେବେ ସତରେ କ୍ୟାଟ୍ରିନା ସଲ୍‌ମାନଙ୍କୁ ନିନ୍ତ୍ରଣ କରିଛନ୍ତି କି ନାହିଁ ସେ ନେଇ ଫ୍ୟାନ୍‌ଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଲମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ଜଣାପଡ଼ିଛି। ତେଣୁ ବିବାହ ଉତ୍ସବରେ ସଲମାନ କିମ୍ବା ତାଙ୍କ ପରିବାର ଯୋଗ ଦେବା ଖବର ମିଛ ବୋଲି ସଲମାନଙ୍କ ପରିବାରର ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି।

ଅନ୍ୟପଟେ ଶାହରୁଖ ଖାନ୍‌ଙ୍କୁ କିନ୍ତୁ ବିବାହ ଉତ୍ସବରେ ଯୋଗ ଦେବାକୁ ନିନ୍ତ୍ରଣ ମିଳିଛି। ଶାହରୁଖ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି। ସୂଚନା ଥାଉକି ଡିସେମ୍ବର ୯ ତାରିଖରେ ଏହି ସେଲିବ୍ରିଟି ଯୋଡ଼ିଙ୍କର ବାହାଘର ଅନୁଷ୍ଠିତ ହେବ! ରାଜସ୍ଥାନର ସୱାଇ ମାଧୋପୁର ବରୱାରାରେ ଥିବା ସିକ୍ସ ସେନ୍ସ ଫର୍ଟରେ ହେବ ବୋଲି ଚର୍ଚ୍ଚା ହେଉଛି।