ପରଲୋକରେ ‘ରେଡୀ’ ଫିଲ୍ମର ‘ଛୋଟେ ଅମର ଚୌଧୁରୀ’, ବଲିଉଡରେ ଶୋକର ଲହରୀ

ମୁମ୍ବାଇ,୨୩।୫: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସହିତ ୨୦୧୧ରେ ଆସିଥିବା ଫିଲ୍ମ ‘ରେଡୀ’ରେ  ଅଭିୟନ କରଥିବା ମୋହିତ ବଘେଲାଙ୍କ ପରଲୋକ। ମାତ୍ର ୨୭ ବର୍ଷ ବୟସରେ ମୋହିତଙ୍କର ଆଜି ପରଲୋକ ହୋଇଛି। କମେଡି ଶୋ ‘ଛୋଟେ ମିୟାଁ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମୋହିତ ସଲମାନ ଖାନଙ୍କ ସହିତ ‘ରେଡୀ’ ଫିଲ୍ମରେ ‘ଛୋଟେ ଅମର ଚୌଧୁରୀ’ ଭୂମିକାରେ ଅଭିନୟ କରିଥିଲେ।

ମୋହିତଙ୍କ ଅଚାନକ ମୃତ୍ୟୁ ଖବର ଜାଣିବା ପରେ ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି। କୁହାଯାଉଛି ଯେ, କ୍ୟାନସରରେ  ମୋହିତ ଦୀର୍ଘ ଦିନ ଧରି ପୀଡିତ ଥିଲ। ମୋହିତଙ୍କ ମୃତ୍ୟୁ ଖବର ‘କମେଡି ସର୍କସ’ର ଲେଖକ ଓ କପିଲ ଶର୍ମାଙ୍କ ଶୋ’ କମେଡି ନାଇଟ୍ସ ଓ୍ବିଥ୍ କପିଲ ଶର୍ମା’ର ନିର୍ଦେଶକ ରାଜ୍ ଶ୍ୟାଣ୍ହିଲ୍ୟ ଏହି ସୂଚନା ଦେଇଛନ୍ତି।

ରାଜ୍ ଟ୍ବିଟ୍ କରି ଲେଖିଛନ୍ତି, ମୋହିତଙ୍କ ମୋର ଭାଇ, ଏତେ ଜଲଦି କ’ଣ ଥିଲା? ମୁଁ ତୋତେ କହିଥିଲେ ତା ପାଇଁ ସାରା ଇଣ୍ଡଷ୍ଟ୍ରୀ ଅଟକି ଯାଇଛି, ଜଲଦି ଠିକ୍ ହୋଇ ଯା… ଏହାପରେ ସବୁ କାମ ଆରମ୍ଭ କରିବୁ, ତୁ ବହୁତ ଭଲ ଆକ୍ଟିଂ କରୁଥିଲୁ, ତେଣୁ ଆଗାମୀ ଫିଲ୍ମର ସେଟରେ ତୋର ଅପେକ୍ଷା କରିବି… ଓ ତୋତେ ଆସିବାକୁ ପଡିବ ଓଁ ସାଇ ରାମ।’

   ସମ୍ବନ୍ଧିତ ଖବର


୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

କାମ କଲାନି ଚୀନ୍‌ର ଷଡ଼ଯନ୍ତ୍ର : ଶେଷରେ ବୁଝିଗଲା ନେପାଳ.. ଏବେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର