‘ଭାରତ’ରେ ସଲମାନ୍ ଖାନଙ୍କ ଲୁକ୍ ପରେ ଏବେ ସାମ୍ନାକୁ ଆସିଲା କାଟ୍ରିନା କୈଫ୍‌ଙ୍କ ଲୁକ୍…ସେୟାର କରି ଲେଖିଲେ…

ମୁମ୍ବାଇ ୧୯।୪: ବଲିଉଡ ଷ୍ଟାର୍‌ ସଲମାନ୍ ଖାନଙ୍କର ଆସୁଥିବା ଫିଲ୍ମ ‘ଭାରତ’ ର ପୋଷ୍ଟର ରିଲିଜ ସରିଛି। ଏହି ପୋଷ୍ଟରରେ ସଲମାନ ଖାନ୍ ଓ କାଟ୍ରିନା କୈଫ୍‌ ଏକ ଜବରଦସ୍ତ ତଥା ନୂଆ ଲୁକରେ ନଜର ଆସୁଛନ୍ତି। ଏଯର୍ଯ୍ୟନ୍ତ ସଲମାନ୍‌ ଖାନ୍‌ଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ପାଇଥିଲେ। କେବେ ବି ନୌସେନାର ଅଧିକାରୀ ଭାବେ ଦେଖିଥିଲେ କି? କିନ୍ତୁ ଏବେ ତାଙ୍କୁ ଏହି ଲୁକରେ ହିଁ ଦେଖିବାକୁ ପାଇବେ।

ସଲମାନ୍‌ଙ୍କର ଏହି ନୂଆ ଲୁକ୍‌ ଫ୍ୟାନ୍‌ମାନଙ୍କୁ ବାୟା କରିଛି। ଏହି ସିନେମାରେ ସଲମାନ୍‌ ପ୍ରଥମ ଥର ପାଇଁ ନୌବାହିନୀ ଅଧିକାରୀ ଭୂମିକାରେ ଅଭିନୟ କରିଥିବା ଜଣାଯାଇଛି। ସଲ୍‌ମାନ୍‌ ଖାନ୍‌ ଯେଉଁ ନୂଆ ପୋଷ୍ଟର ସେଆର୍‌ କରିଛନ୍ତି ସେଥିରେ ତାଙ୍କୁ ନୌସେନାର ୟୁନଫର୍ମରେ ଦେଖିବାକୁ ମିଳିଛି। ସଲମାନ୍‌ ଖାନ୍‌ ଏହି ପୋଷ୍ଟରକୁ ସେୟାର କରି ଲେଖିଛନ୍ତି ‘ମୋର ମାଟି, ମୋ’ ଦେଶ,’।

ଏହି ପୋଷ୍ଟରରେ ନାୟିକା କାଟ୍ରିନା କୈଫ୍‌ଙ୍କୁ ମଧ୍ୟ ଦେଖିବାକୁ ପାଇଛନ୍ତି ପ୍ରଶଂସକମାନେ। କାଟ୍ରିନାଙ୍କ ଲୁକ୍ ବିଷୟରେ ବି ନ କହିବା ଭଲ। ଧଳା ସାର୍ଟ ଓ ଖାକୀ ପ୍ୟାଣ୍ଟ ସାଙ୍ଗକୁ କର୍ଲି ହେୟାର ଏକ ଭିନ୍ନ ଲୁକ୍ ଦେଉଛି। କାଟ୍ରିନା ମଧ୍ୟ କାଲି ପୋଷ୍ଟର ଲୁକ୍ ସେୟାର କରିଛନ୍ତି।

‘ଭାରତ୍‌’ରେ ସଲମାନ୍‌ ଖାନ୍‌ ତୃତୀୟ ଥର ପାଇଁ ନିର୍ଦ୍ଦେଶକ ଅଲୀ ଅବ୍‌ବାସ ଜାଫରଙ୍କ ସହିତ କାମ କରିଛନ୍ତି। ଏଥିରେ ସଲମାନ୍‌ ଓ କାଟ୍ରିନାଙ୍କ ବ୍ୟତୀତ ଦିଶା ପଟାନି, ସୁନୀଲ ଗ୍ରୋଭର୍‌, ତବୁ, ନୋରା ଫତେହୀ ଓ ଜ୍ୟାକିଶ୍ରଫ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ଟ୍ରେଲର୍‌ ଏପ୍ରିଲ୍‌ ୨୪ରେ ରିଲିଜ୍‌ ହେବ।