ଓଡିଆରେ ସଲମନ୍‌ ଖାନ୍‌ଙ୍କ କରୋନା ମେସେଜ୍‌- କରୋନାକୁ କର ନାଁ


ଭୁବନେଶ୍ୱର – ସାରା ଦୁନିଆରେ ଏବେ କରୋନା ଆତଙ୍କ । ବିଶ୍ୱର ବଡ ବଡ ଦେଶରେ ବି ଲକ୍‌ ଡାଉନ୍‌ । ଲୋକେ ଘରେ ରୁହନ୍ତୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ଭିତରେ ବଲିଉଡ୍‌ ସୁପରଷ୍ଟାର ସଲମନ୍‌ ଖାନ୍‌ ଓଡିଆରେ କରୋନା ସନ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସନ୍ଦେଶକୁ ପ୍ରସ୍ତୁତ କରାଯାଇଛି । ମୋର ଓଡିଆ ଭାଇଭଉଣୀମାନଙ୍କୁ ସଲମାନ୍‌ର ନମସ୍କାର । ଓଡିଶା ହକି ବିଶ୍ୱ କପ୍‌ ବେଳେ ମୁଁ ଆସିଥିଲି । ଏବେ କରୋନା ପାଇଁ ଓଡିଶା ସରକାର ଯେଉଁ ସବୁ ନିର୍ଦେଶ ଦେଇଛନ୍ତି ତାକୁ ପାଳନ କରନ୍ତୁ । କାଶିବା ଛିଙ୍କିବା ବେଳେ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ଲକ୍‌ଡାଉନ୍‌ର ନିର୍ଦେଶ ପାଳନ କରିବା ପାଇଁ ସଲମନ୍‌ ଖାନ୍‌ ଏହି ଭିଡିଓରେ ଅନୁରୋଧ କରିଛନ୍ତି ।

କରୋନା ପାଇଁ ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି । ଏହା ସହ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାପାଇଁ କୁହାଯାଇଛି । ଚୀନ୍‌ ପରେ ଇରାନ୍‌ ଓ ଇଟାଲୀରେ କରୋନା ଭୟାବହ ରୂପ ଧାରଣ କରିଛି । ଏହାର ସହଜରେ ଚିକିତ୍ସା ଉପଲବ୍ଧ ହେଉ ନାହିଁ । ଅଧିକାଂଶ ବୟସ୍କ ଲୋକ ଓ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କର ଏଥିରେ ମୃତ୍ୟୁ ହେଉଛି । ଏଥିପାଇଁ ଲକ୍‌ ଡାଉନ୍‌କୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


କ୍ୟାପିଟାଲ ହସ୍ପିଟାଲକୁ ବଢ଼ିଲା ବିପଦ : ଆଉ ଦୁଇ ନର୍ସ ସଂକ୍ରମିତ

ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ