PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

‘ଫାର୍ମହାଉସରେ ପୋତା ହୋଇଛି ଅନେକ ଫିଲ୍ମ ଷ୍ଟାରଙ୍କ ମୃତଦେହ’, ସଲମାନଙ୍କ ପଡୋଶୀ ଆଣିଲେ ଅଭିଯୋଗ

siasat

ନୂଆଦିଲ୍ଲୀ ୨୬/୦୧: ସଲମାନ ଖାନଙ୍କର ବିବାଦ ସହିତ ପୁରୁଣା ସମ୍ପର୍କ ରହିଛି। ତାଙ୍କ ନାମ ଅନେକ ବିବାଦ ସହିତ ଜଡିତ ହୋଇଛି। ଏବେ ଭାଇଜାନଙ୍କ ଉପରେ ଏକ ନୂଆ ଅଭିଯୋଗ ଲାଗିଛି। ଅଭିନେତାଙ୍କ ଫାର୍ମ ହାଉସରେ ଅନେକ ଫିଲ୍ମ ଷ୍ଟାରଙ୍କ ମୃତଦେହକୁ ପୋତି ଦିଆଯାଇଥିବା ଦାବି କରାଯାଉଛି।

ଏହି ଅଭିଯୋଗ ସଲମାନ ଖାନଙ୍କ ପଡୋଶୀ କେତନ କକ୍କର ଲଗାଇଛନ୍ତି। ଯିଏକି ସଲମାନଙ୍କ ଫାର୍ମ ହାଉସ ପାଖରେ ରୁହନ୍ତି। କେତନଙ୍କ ଅନୁଯାୟୀ, ସଲମାନଙ୍କ ପାନଭେଲ ଫାର୍ମହାଉସରେ ପାର୍ଟି ଆୟୋଜନ କରାଯାଉଥିଲା, ଯେଉଁଥିରେ ଆକ୍ଟରମାନଙ୍କୁ ନିମନ୍ତ୍ରଣ କରାଯାଉଥିଲା। ପରେ ସେମାନଙ୍କୁ ହତ୍ୟା କରାଯାଇ ସେଠାରେ ପୋତି ଦିଆଯାଉଥିଲା। ଆଜି ବି ସେହି ଆକ୍ଟର୍ସମାନଙ୍କ ମୃତଦେହ ଫାର୍ମହାଉସରେ ପୋତି ହୋଇ ରହିଥିବା ଦାବି କରାଯାଇଛି। କେତନ ଆହୁରି ଅଭିଯୋଗ କରିଛନ୍ତି, ସଲମାନଙ୍କ ଫାର୍ମ ହାଉସରେ ପିଲା କାରବାର ମଧ୍ୟ କରାଯାଏ। ସେ ଲୋକମାନଙ୍କୁ ଧମକାଇ ରଖିଛନ୍ତି, ଯେଉଁ କାରଣରୁ କେହି ତାଙ୍କ ସମ୍ମୁଖରେ ମୁହଁ ଖୋଲୁ ନାହାଁନ୍ତି।

କିଛି ଦିନ ପୂର୍ବରୁ ସଲମାନ ଏହି ପଡ଼ୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଅଭିଯୋଗ ଅନୁଯାୟୀ, ପାନଭେଲରେ ଥିବା ତାଙ୍କ ଫାର୍ମହାଉସ ନିକଟରେ ଥିବା ଜମି ମାଲିକ କେତନ କକ୍କର ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ । ଏହି ମାମଲାରେ ସଲମାନ ୟୁଟ୍ୟୁବ ବ୍ୟତୀତ ସୋସିଆଲ ମିଡିଆ ସାଇଟ୍ସ ଫେସବୁକ, ଟ୍ୱିଟର ଏବଂ ଗୁଗୁଲ ନାମ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ।

କେତନଙ୍କ ଏହି ଅଭିଯୋଗର ଜବାବ ଦେଇ ଓକିଲ ପ୍ରଦିପ ଗାନ୍ଧୀଙ୍କ ଜରିଆରେ ସଲମାନ ଖାନ କୋର୍ଟରେ କହିଥିଲେ – ଆପଣ ଜଣେ ଶିକ୍ଷିତ ବ୍ୟକ୍ତି, ଗୁଣ୍ଡା ନୁହଁନ୍ତି ଯେ ଏପରି ଅଭିଯୋଗ କରିବେ। କୌଣସି କାଗଜ ପ୍ରମାଣ ବିନା ଏହି ଅଭିଯୋଗଗୁଡିକ କରାଯାଉଛି ଏବଂ ମୋର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ସୁଚିନ୍ତିତ ପ୍ରୟାସ କରାଯାଉଛି। ସମ୍ପତ୍ତି ବିବାଦରେ ତୁମେ ମୋର ବ୍ୟକ୍ତିଗତ ପ୍ରତିଷ୍ଠା କାହିଁକି ନଷ୍ଟ କରୁଛ?