ପୁଣି ଫ୍ୟାନ୍‌ଙ୍କୁ ନିରାଶ କଲେ ସଲମାନ୍, ସେଲ୍ଫି ନେଉଥିବା ଯୁବକଙ୍କ ସହ କଲେ ଏମିତି…

ମୁମ୍ବାଇ ୨୮/୧: ବଲିଉଡର ଦବଙ୍ଗ ସଲମାନ୍ ଖାନ୍ ଏବେ ନିଜ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା । ଏହା ମଧ୍ୟରେ ସୋସିଆଲ ମିଡିଆରେ ସଲମାନ୍ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲମାନ୍ ନିଜ ରାଗ ଜଣେ ଫ୍ୟାନ୍ ଉପରେ ସୁଝାଉଥିବା ଦେଖାଯାଉଛି । ଏହି ଭାଇରାଲ ଭିଡିଓଟି ଏୟାରପୋର୍ଟର ବୋଲି କୁହାଯାଉଛି । ଭିଡିଓରେ ସଲମାନ୍ ନିଜ ଫ୍ୟାନ୍ ସହିତ ଦୁର୍ବବ୍ୟବହାର କରୁଥିବା ନଜର ଆସୁଛନ୍ତି ।

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ସଲମାନ୍ ଏୟାରପୋର୍ଟରୁ ବାହାରୁଛନ୍ତି । ସେତିକିବେଳେ ଜଣେ ଫ୍ୟାନ୍  ତାଙ୍କ ସହିତ ଫଟୋ ନେବା ପାଇଁ ଚେଷ୍ଟା କରୁଛନ୍ତି । ସଲମାନ୍ ଏଥିରେ ଅଚାନକ ରାଗିଯାଉଛନ୍ତି ଏବଂ ସେହି ବ୍ୟକ୍ତିର ମୋବାଇଲ୍ ନିଜ ହାତରେ ଛଡାଇ ସେଠାରୁ ଚାଲିଯାଉଛନ୍ତି । ଏହା ପରେ କଣ ହେଉଛି ତାହା ଭିଡିଓରେ ଜଣାପଡୁନି । ସଲମାନଙ୍କ ଏଭଳି ବ୍ୟବହାର ପରେ ପୁଣି ତାଙ୍କ ଫ୍ୟାନ୍ସ ନିରାଶ ହୋଇଯାଇଛନ୍ତି ।

ତେବେ କହିରଖୁଛୁ ସଲମାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ‘ରାଧେ’ରେ ସଲମାନ୍ ପୁଣି ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମ ୱାଣ୍ଟେଡ୍ ପରେ ସଲମାନ୍ ଏହି ନୂଆ ଫିଲ୍ମରେ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହିତ ଫେରିବେ । ଏହି ଫିଲ୍ମ ଚଳିତ ବର୍ଷ ୨୨ ମେରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


କରିସ୍ମା ତନ୍ନା ସାପ ସହିତ କଲେ ଏମିତି ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଦେଖିଲେ ଡରିଯିବେ

ଆସୁଛି ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ : ଏହି ନିର୍ଦ୍ଦେଶକଙ୍କ ସହ ଯୋଡ଼ି ହେଲା ତାଙ୍କ ନାଁ

ସୋସିଆଲ ମିଡିଆରେ ନିଆଁ ଲଗାଇଲା ମୋନାଲିସାଙ୍କ ବୋଲ୍ଡ ଫଟୋ

୨୦୨୦ ସାନ୍ୟାଙ୍କ ଜୀବନର ସ୍ପେଶାଲ ଇୟର : ପୁରୁଷ ବନ୍ଧୁଙ୍କ ପାଇଁ ନା ଆଉ କିଛି…