ସଲମାନଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରେ କରୋନା : ଫଟୋରେ ସାର୍ଟଲେସ୍, ଲେଖିଲେ- ଆମ ସଭ୍ୟତାରେ ନମସ୍କାର…

ମୁମ୍ବାଇ ୫।୩ : ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ସଲମାନ ନିଜ ଫ୍ୟାନ୍ସଙ୍କ ସହିତ କେବଳ ଫିଲ୍ମ ଏବଂ ଫିଟନେସ ସହ ଜଡ଼ିତ କଥା କୁହନ୍ତି ନାହିଁ ବରଂ ଅନ୍ୟ ଜରୁରୀ କଥା ମଧ୍ୟ କହିଥାନ୍ତି । ଏସବୁ ଭିତରେ ସଲମାନ କରୋନା ଭାଇରସ ସହ ଜଡ଼ିତ କିଛି କଥା ନିଜ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ସଲମାନଙ୍କ ଇଂଷ୍ଟାଗ୍ରାମ ଫଟୋରେ ସଲମାନ ଖାନ୍ ସାର୍ଟଲେସ୍ ଅବତାରରେ ନଜର ଆସୁଛନ୍ତି। ଏହା ସହିତ ସଲମାନ ଦୁଇ ହାତ ଯୋଡ଼ି କିଛି ଭାବୁଥିବାର ନଜର ଆସିଛନ୍ତି। ଏହି ଫଟୋ ସହିତ ସଲମାନ କ୍ୟାପସେନରେ ଲେଖିଛନ୍ତି- ନମସ୍କାର, ଆମ ସଭ୍ୟତାରେ ନମସ୍କାର ଏବଂ ସଲାମ ରହିଛି। ଯେବେ କରୋନା ଭାଇରସ୍ ଶେଷ ହୋଇଯିବ ସେବେ ସମସ୍ତେ ହାତ ମିଳାଇବେ ଏବଂ ପରଷ୍ପରକୁ ଆଲିଙ୍ଗନ କରିବେ।

ସଲମାନଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ଧୀରେ ଧୀରେ ଏହି ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ପୋଷ୍ଟ ବ୍ୟତୀତ ସଲମାନଙ୍କ ଫିଲ୍ମ କ୍ୟାରିଅର କଥା ହେବା ତ ସଲମାନ ଶେଷ ଥର ପାଇଁ ଦବଙ୍ଗ-୩ରେ ନଜର ଆସିଥିଲେ। ଏହି ଫିଲ୍ମରେ ସଲମାନଙ୍କ ସହିତ ସୋନାକ୍ଷୀ ମଧ୍ୟ ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ କରୋନା ଭାଇରସ ଭୟଙ୍କର ଭାବେ ବ୍ୟାପୁଥିଲାବେଳେ ଏହାକୁ ରୋକିବାରେ ଭାରତୀୟ ପରମ୍ପରା ଯଥେଷ୍ଟ ସହାୟକ ହେବ ବୋଲି କୁହାଯାଉଥିଲା । ଏବେ ଇସ୍ରାଏଲ ସରକାର ଏହାକୁ ସ୍ୱୀକୃତି ଦେଇଛନ୍ତି ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି କେତେକ କଠୋର ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ସେମାନେ କରୋନା ରୋକିବା ପାଇଁ ଅନ୍ୟ ସହିତ ହାତ ମିଳାଇବା ବନ୍ଦ କରନ୍ତୁ । ଏହା ବଦଳରେ ସେମାନେ ଅନ୍ୟକୁ ସ୍ୱାଗତ କରିବା ପାଇଁ ଭାରତୀୟ ଶୈଳୀରେ ନମସ୍କାର କରନ୍ତୁ ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’

ଗାର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ଶାହିର ଶେଖ

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍