ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟର ପାଲଟା ଜବାବ୍ ଦେଲେ ମୋଦି: ୧୩୦ କୋଟି ଭାରତୀୟ କ୍ଷମା କରିବେନି

ନୂଆଦିଲ୍ଲୀ,୨୨।୩: ବାଲକୋଟ ଏୟାରଷ୍ଟାଇକ୍ ଉପରେ ପ୍ରଶ୍ନ ଉଠାଇଥିବା କାରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ସାମ୍ ପିଟ୍ରୋଡା ଏବଂ ଗାନ୍ଧି ପରିବାରକୁ କଡା ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି ଗାନ୍ଧି ପରିବାର ସବୁଠାରୁ ବଡ ବିଶ୍ବାସରପାତ୍ର ଏବଂ ପରାମର୍ଶଦାତା ଭାରତୀୟ ସେନାକୁ ଭୁଲ ଦର୍ଶାଇବାର ଚେଷ୍ଟା କରିବା ଖୁବ୍ ଲଜ୍ୟାଜନକ। ବିରୋଧୀ ଦଳ ବାରମ୍ବାର ଆମର ସେନାକୁ ଅପମାନ କରିବାରେ ଲାଗିଛି। ମୁଁ ମୋ ଦେଶର ନାଗରିକଙ୍କୁ ଆହ୍ବାନ କରିବାକୁ ଚାହେଁ ଯେ ବିରୋଧି ଦଳ ନେତାଙ୍କ ବୟାନ ଉପରେ ଆପଣମାନେ ପ୍ରଶ୍ନ ଉଠନ୍ତୁ। ତାଙ୍କୁ କୁହନ୍ତୁ ଯେ ବିରୋଧୀଙ୍କ ବୟାନବାଜି ପାଇଁ ୧୩୦ କୋଟି ଭାରତୀୟ ନା ତାଙ୍କୁ ଭୁଲିବେ କିମ୍ବା ତାଙ୍କୁ କ୍ଷମା କରିବେ। ଭାରତ ନିଜର ସେନା ସହିତ ମଜୁବତ ଭାବରେ ରହିଛି। କଂଗ୍ରେସ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଚାହୁଁନଥିଲା। କେବଳ ସେତିକି ନୁହେଁ ମୋଦି ତାଙ୍କର ଟ୍ବିଟର ଆକାଉଣ୍ଟରୁ ପୋଷ୍ଟ କରି ଲେଖିଛନ୍ତି ପାକିସ୍ତାନ ନିଜର ଜାତୀୟ ଦିବସ ପାଳନ କରିବାକୁ ଯାଉଛି, ଆଉ ଏହାର ଆରମ୍ଭ କଂଗ୍ରେସ ପକ୍ଷରୁ ସବୁଠାରୁ ବଡ ବିଶ୍ବାସପାତ୍ର ଓ କଂଗ୍ରେସର ମାର୍ଗଦର୍ଶକ କ ଏଭଳି ବୟାନ ଦେଇ ସେନାର ମାନ କମ୍ କରିବା ଖୁବ୍ ଲଜ୍ୟାଜନକ।
Opposition insults our forces time and again.
— Chowkidar Narendra Modi (@narendramodi) March 22, 2019
I appeal to my fellow Indians- question Opposition leaders on their statements.
Tell them- 130 crore Indians will not forgive or forget the Opposition for their antics.
India stands firmly with our forces. #JantaMaafNahiKaregi https://t.co/rwpFKMMeHY
ଉଲ୍ଲେଖନୀୟ ଯେ କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଘଟଣା ପାଇଁ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦାୟୀ କରିବା ଠିକ୍ ନୁହେଁ। କିଛି ଲୋକଙ୍କ ଭୁଲର ଦଣ୍ଡ ସାରା ଦେଶକୁ ଦେବା ଠିକ ନୁହେଁ। ସେ ଏଭଳି ଥିଓରି ଉପରେ ବିଶ୍ବାସ କରନ୍ତି ନାହିଁ ବୋଲି କହିଛନ୍ତି। ମୁମ୍ବାଇ ଆକ୍ରମଣ ପରେ ଆମେ ମଧ୍ୟ ସେଠାକୁ ବିମାନ ପଠାଇ ପାରିଥାନ୍ତୁ। କିନ୍ତୁ ଏଭଳି କରିବା ଠିକ୍ ନଥିଲା। ସେ କହିଛନ୍ତି ଯଦି ୩ ଶହ ଆତଙ୍କବାଦୀ ନିପାତ ହୋଇଛନ୍ତି ତା ହେଲେ ତା’ର ପ୍ରମାଣ କଣ? ସେ ‘ଡାଟା’ ଉପରେ ବିଶ୍ଵାସ କରନ୍ତି ବୋଲି କହିଛନ୍ତି। ଭାରତୀୟ ବାୟୁସେନା ଯେଉଁ ପ୍ରମାଣ ଦେଉଛି ଏବଂ ସରକାର ଯେଉଁ ଦାବି କରୁଛି ତାକୁ ସେ ଗ୍ରହଣ କରୁନାହାନ୍ତି, ବରଂ ଆମେରିକାରେ ପ୍ରକାଶ ପାଇଥିବା ଖବରକୁ ସେ ବିଶ୍ବାସ କରୁଛନ୍ତି ବୋଲି କଂଗ୍ରେସର ଏହି ନେତା କହିଛନ୍ତି। ପୁଲୱାମା ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରାଯାଇ ପାରିବନି ବୋଲି ସେ କହିଛନ୍ତି। ଯଦି ଆତଙ୍କବାଦୀ ଘର ଭିତରେ ପଶି ଆକ୍ରମଣ କରିଛନ୍ତି ତାହେଲେ ଏଥିପାଇଁ ସରକାର ନିନ୍ଦିତ ହେବା କଥା, କିନ୍ତୁ ଏହାର ଜବାବ ଦେବାକୁ ଯାଇ ପଡ଼ୋଶୀ ଦେଶରେ ପଶି ଆକ୍ରମଣ କରିବା ଠିକ ନୁହେଁ ବୋଲି କହିଛନ୍ତି ସାମ ପିଟ୍ରୋଡ଼ା।
The most trusted advisor and guide of the Congress President has kick-started the Pakistan National Day celebrations on behalf of the Congress, ironically by demeaning India’s armed forces.
— Chowkidar Narendra Modi (@narendramodi) March 22, 2019
Shame! https://t.co/puSjTK8Y4x
Opposition is the natural habitat of terror apologists and questioners of our armed forces.
— Chowkidar Narendra Modi (@narendramodi) March 22, 2019
This reprehensible statement by a senior leader like Ram Gopal Ji insults all those who have given their lives in protecting Kashmir. It humiliates the families of our martyrs. https://t.co/BZyWbIyJjo
ଗତକାଲି ସମାଜବାଦୀ ପାର୍ଟି(ସପା) ନେତା ରାମଗୋପାଲ ଯାଦବ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ କହିଥିଲେ, ‘ଭୋଟ୍ ପାଇଁ ସରକାର ଯବାନଙ୍କୁ ବଳି ଚଢ଼ାଇଛନ୍ତି। ଏହା ନିଶ୍ଚିତ ଦୁଃଖର ବିଷୟ। ଜମ୍ମୁ-କଶ୍ମୀର ଜାତୀୟ ରାଜପଥରେ ଚେକିଂ ହେଉ ନଥିଲା। ସରକାର ଜାଣିଶୁଣି ସାଧାରଣ ବସରେ ଯବାନମାନଙ୍କୁ ପଠାଇ ଦେଲେ। ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିଲା। ମୁଁ କହିବାକୁ ଚାହୁଁଛି ଯେ ସରକାର ବଦଳିଲେ ଘଟଣାର ତଦନ୍ତ ହେବ। ଏହି ଘଟଣାରେ ବହୁ ବଡ଼ ବଡ଼ ଲୋକ ସାମିଲ ଅଛନ୍ତି।’ସମାଜବାଦୀ ପାର୍ଟିର ନେତା ରାମଗୋପାଳ ଯାଦବଙ୍କ ମନ୍ତବ୍ୟ ନେଇ ମୋଦି କଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ସେନା ଉପରେ ପ୍ରଶ୍ନ ଉଠାଇବା ଓ ଆତଙ୍କଙ୍କୁ ଠିକ୍ ବୋଳି ଦର୍ଶାଇବା ସେ ସମସ୍ତ ଲୋକଙ୍କୁ ଅପମାନ କରୁଛି ଯେଉଁମାନେ କଶ୍ମୀରକୁ ସୁରକ୍ଷା ଦେଇ ଶହୀଦ ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୨୬ରେ ଭୋର ସମୟରେ ଭାରତୀୟ ବାୟୁସେନା ଦ୍ବାରା ହୋଇଥିବା ଆକ୍ରମଣ ବାବଦରେ ପାକିସ୍ତାନ ସେନା ଅଧିକାରୀ ପ୍ରଥମେ ଟୁଇଟ କରି ପ୍ରତିକ୍ରିୟା ପ୍ରକାଶ କରିଥଲେ। ଏହାପରେ ଭାରତ ଏୟାର ଷ୍ଟ୍ରାଇକ କରିଥିବା ନେଇ ସ୍ପଷ୍ଚ କରିଥିଲା। ଏହାପରେ ବାଲାକୋଟ ଆକ୍ରମଣରୁ ରାଜନୈତିକ ଫାଇଦା ପାଇଁ ସେନାକୁ ବ୍ୟବହାର କରାଯାଉଥିବା କଂଗ୍ରେସ ଅଭିଯୋଗ କରିଥିଲା ଏବଂ ପ୍ରମାଣ ମାଗିଥିଲା। ଏବେ ପିଟ୍ରୋଡାଙ୍କ ଏଭଳି ମନ୍ତବ୍ୟ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କଂଗ୍ରେସ ମଧ୍ୟ ଏହାକୁ ନେଇ ବିଜେପିର ଟାର୍ଗେଟରେ ଆସିଛି।