PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସମ୍ବଲପୁରର ଆଦିବାସୀ ଯୁବ ୟୁଟ୍ୟୁବର୍ ଇସାକଙ୍କୁ ମୋଦିଙ୍କ ପ୍ରଶଂସା

ସମ୍ବଲପୁର ୨୫/୭: ଗରିବଙ୍କ ପରିଚିତ ଆହାର ବାସି ପଖାଳ ସହିତ ଲୁଣ ପିଆଜ ଖାଇବାର ଭିଡିଓରୁ ଭାଗ୍ୟ ବଦଳାଇ ଦେଇଥିବା ଆଦିବାସୀ ଯୁବକ ମୋଦିଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି । ଆଜି ମନ୍ କି ବାତ୍ ରେ ସମ୍ବଲପୁର ଯୁଯୁମୁରାରର ଏହି ୟୁଟୁବର ଇସାକ୍ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।

ଲକଡାଉନ୍ ବେଳେ ୟୁଟ୍ୟୁବରରୁ ଏବେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଛନ୍ତି ଓଡ଼ିଶାର ଜଣେ ଯୁବକ । ତେବେ ସେ କୌଣସି ଜଣାଶୁଣା ଚେହେରା କି ସେଲିବ୍ରେଟି ନଥିଲେ, ସାଧାରଣ ଭାବେ ଦିନ ମଜୁରିଆ । ଓଳିଏ ଖଟିଲେ ଓଳିଏ ଖାଆନ୍ତି । କିନ୍ତୁ ଆଦିବାସୀ ଯୁବକ ଜଣଙ୍କ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗ୍ରାମର ଇସାକ ମୁଣ୍ଡା । ଇସାକ ସମ୍ପ୍ରତି ୟୁଟ୍ୟୁବରେ ଭିଡିଓ କରି ଘରେ ଘରେ ବେଶ ପରିଚିତ । ଭିଡିଓରେ ସେ ନିତିଦିନ ଅତିବାହିତ କରୁଥିବା ଜୀବନ ଶୈଳୀକୁ ଲୋକଙ୍କ ନିକଟକରେ ପହଞ୍ଚାଉଛନ୍ତି । ଖାଇବା ଶୋଇବା ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ସହ କାଟୁଥିବା ସମୟକୁ ସେ ନିଜ ଭିଡିଓରେ ସେଆର କରନ୍ତି । ଇଶାକଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ସପ୍ତମ ଶ୍ରେଣୀ ପାସ । ଗାଁରେ କୁଲି ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି । କରୋନା ଯୋଗୁ କାମଧନ୍ଦା ହରାଇ ବେରୋଜଗାର ହୋଇପଡ଼ିଥିଲେ ଇସାକ । ସେହି ସମୟରେ୍ ନିଜ ପାଖେ ଥିବା ଏକ ଛୋଟିଆ ମୋବାଇଲରେ ୟୁଟ୍ୟୁବ ଭିଡିଓ ଦେଖି ସମୟ କାଟୁଥିଲେ । ପରେ ୟୁଟ୍ୟୁବ ଭିଡିଓ କଲେ ଟଙ୍କା ମିଳେ ବୋଲି ସେ ଜାଣିବାକୁ ପାଇଥିଲେ । ୨୦୨୦ ମାର୍ଚ୍ଚ ୨୬ରେ ଇସାକ କଣ ଖାଆନ୍ତି ଏବଂ କିଭଳି ଖାଆନ୍ତି ତାହାର ଏକ ଭିଡିଓ କରି ନିଜ ଚ୍ୟାନେଲରେ ପୋଷ୍ଟ କରିଥିଲେ । 

ବର୍ତ୍ତମାନ ତାଙ୍କର ୟୁଟ୍ୟବ ପେଜକୁ ୭ ଲକ୍ଷ ୭୬ ହଜାର ଲୋକ ସବସ୍କ୍ରାଇବ କରିସାରିଲେଣି । ଇଶାକ ତାଙ୍କର ପ୍ରଥମ  ପୋଷ୍ଟଟିର ନାମ ସେ ରାଇସ ଆଣ୍ଡ ଇଣ୍ଡିଆନ ସମ୍ବର ଫାଷ୍ଟ ଇଟିଙ୍ଗ ନାମରେ ଅପଲୋଡ କରିଥିଲେ । ତାଙ୍କର ଏହି ପ୍ରଥମ ଭିଡିଓଟିକୁ ପ୍ରାୟ ୭ ଲକ୍ଷ ୭୪ ହଜାର ଲୋକ ଦେଖି ସାରିଲେଣି । ଏହାରି ମଧ୍ୟରେ ସେ ତାଙ୍କ ଚ୍ୟାନେଲରେ ୩୦୦ରୁ ଅଧିକ ଭିଡିଓ ମଧ୍ୟ ଅପଲୋଡ କରିଥିବା ଦେଖିବାକୁ ମିଳିଛି ।  ଆଜି ମୋଦି ‘ମନ୍ କି ବାତ୍’ ରେ ଇସାକଙ୍କ ଉଦାହରଣ ଦେଇ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।