କିଷାନ୍ ଯୋଜନାରେ ତାଲିକା ଠିକ୍ ନାହିଁ, ସେଥିପାଇଁ ହିତାଧିକାରୀଙ୍କ ନାଁ କଟିଛି: ସମୀର

source:odishatv.in
ଭୁବନେଶ୍ୱର ୧୧/୩: ପିଏମ୍ କିଷାନ ଓ ସିଏମଙ୍କ କାଳିଆ ଯୋଜନାନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ଯ ବିଜେପି ଉପସଭାପତି ସମୀର ମହାନ୍ତି । କିଷାନ ଯୋଜନାରେ ହିତାଧିକାରୀଙ୍କ ନାଁ କଟିବା ନେଇ ସେ ଶଶିଭୂଷଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ କିଷାନ ଯୋଜନାରେ ତାଲିକା ଠିକ୍ ନାହିଁ । ଲୋକଙ୍କ ନାଁ ଡବଲ ଥର ଚଢାଯାଇଥିଲା । ସେଥିପାଇଁ ହିତାଧିକାରୀଙ୍କ ନାଁ କଟିଛି ।
କାଳିଆ ଯୋଜନା ନେଇ ମଧ୍ୟ ମୁହଁ ଖୋଲିଛନ୍ତି ସମୀର ମହାନ୍ତି । ରାଜ୍ୟ ସରକାର କାଳିଆ ତାଲିକା କେନ୍ଦ୍ରକୁ କାହିଁକି ପଠାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ କାଳିଆ ତାଲିକାରେ ଆଦୌ ସ୍ପଷ୍ଟୀକରଣ ନାହିଁ । ହିତାଧିକାରୀଙ୍କୁ ଅନଲାଇନରେ ଟଙ୍କା ପଠାଇ ଭୋଟ୍ ହାତେଇବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମୋଦିଙ୍କ ଲୋକପ୍ରିୟତା ବଢିଯିବା ଭୟରେ ପିଏମ୍ କିଷାନ ଯୋଜନାକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି । କହିରଖୁଛୁ କିଷାନ ଯୋଜନାରେ କେନ୍ଦ୍ରକୁ ଦିଆଯାଇଥିବା ତାଲିକାରୁ ୩ ଲକ୍ଷ ହିତାଧିକାରୀଙ୍କ ନାଁ କଟିବା ନେଇ ପ୍ରଶ୍ନ କରିଥିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।
ଅଧିକ ପଢନ୍ତୁ ପିଏମ୍ କିଷାନ୍ ଯୋଜନାରେ କାହିଁକି ୩ ଲକ୍ଷ ଚାଷୀଙ୍କ ନାଁ କଟିଲା ତାର ସ୍ପଷ୍ଟୀକରଣ ଦିଅନ୍ତୁ କେନ୍ଦ୍ର ସରକାର: ଶଶିଭୂଷଣ