ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର, ୨୪/୦୧ : ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଯେ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ। ରାଜ୍ୟରେ ଏବେ କରୋନା ଗ୍ରାଫ୍ ତଳମୁହାଁ ହେଉଛି। ସ୍ଥିତିରେ ସୁଧାର ଆସୁଛି। ପରୀକ୍ଷା କିଭଳି ସଠିକ୍ ଭାବରେ କରାଯିବ ସେନେଇ ପ୍ରସ୍ତୁତି ଚାଲିଛି। ତେଣୁ ପିଲାମାନେ ପାଠ ପଢନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ମାଟ୍ରିକ୍ ଫାଷ୍ଟ ସମେଟିଭ୍ ପରୀକ୍ଷା ସରିଛି। ଫଳାଫଳ ଠିକ୍ ସମୟରେ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ତଳମୁହାଁ ହେଉଛି କରୋନା ସଂକ୍ରମଣ ଗ୍ରାଫ୍। ଦୈନିକ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି। ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଥିବାରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ହେବ। ବୋର୍ଡ ପରୀକ୍ଷା ପାଇଁ ପାଠ ପଢି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ