ସମ୍ପତି ପାଇଁ ଏମିତି କରିଥିଲେ ହତ୍ୟା ଷଡଯନ୍ତ୍ର- କାକା ଖୁଡିଙ୍କୁ ପୋଡି ହତ୍ୟା କରିଛନ୍ତି ଝିଆରି ପୁତୁରା

 ଝାରସୁଗୁଡ଼ା- ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ରାମପୁର ରେ ଘର ଭିତରୁ ସ୍ୱାମୀ ଗିରିବର ଦାସ ଓ ସ୍ତ୍ରୀ ଗୀତା ଦାସର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ଏକ ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । କୋଇଲା ଚୁଲା ନିଆଁରେ ପୋଡି ସ୍ୱାମୀ ସ୍ତ୍ରୀ ପ୍ରାଣ ହରାଇ ନାହାନ୍ତି ବଂର ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ କରିଛି । ଟଙ୍କା ଭାଗ ବଣ୍ଟାକୁ ନେଇ ତିକ୍ତତା ହେବା ପରେ ପୁତୁରା ଦୀପକ ଦାସ ପେନେକା, ରାହୁଲ ଦାସ ପେନେକା, ଝିଆରି ମିରନ ଦାସ ପେନେକା, ସୁନିତା ଦାସ ପେନେକା, ସୁପ୍ରିୟା ଦାସ ପେନେକା କାକା ଖୁଡିଙ୍କୁ ହତ୍ୟା କରିଥିଲେ । ତେବେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ।

ଶୁକ୍ରବାର ସକାଳେ ଗୀତା ଶୌଚ ଓ ପୁଅ ଝିଅ ଟିଉସନ ପଢିବାକୁ ଯାଇଥିବା ସମୟରେ ଗିରିବର ତାଙ୍କ ଦୋକାନରୁ ଘରକୁ ଆସିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ଲୁହାରଡ ଓ ପରେ ଟାଙ୍ଗିଆରେ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ । ସେହିପରି ଗୀତା ଶୌଚରୁ ଫେରିବା ସମୟରେ ଅଭିଯୁକ୍ତ ରାହୁଲ ତାଙ୍କ କକାଙ୍କୁ ପାଗଳ କୁକୁର କାମୁଡିଛି ସେ ଘରେ ଅଛନ୍ତି କହି ଶୀଘ୍ର ଡାକି ନେଇଥିଲା । ଗୀତା ଘରେ ପହଞ୍ଚୁ ପହଞ୍ଚୁ ଘରେ ଜଗିଥିବା ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଟାଙ୍ଗିଆ ଓ ଲୁହା ପାଇପରେ ଆକ୍ରମଣ କରି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତକଙ୍କ ଉପରେ କିରୋସିନ ଢାଳି ପରେ କୋଇଲା ଚୁଲାର ନିଅଁ ଲଗାଇ ଦେଇ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ମୃତକଙ୍କ ପୁଅ ଝିଅ ଟିଉସନରୁ ଫେରି ଘର କବାଟ ଖୋଲିଲା ପରେ ମା ବାପାଙ୍କ ଦେହରେ ନିଆଁ ଲାଗିଥିବା ଦେଖି ପାଖ ପଡିଶାଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ ।

ସେମାନେ ଡାକିବା ପରେ ଅଭିଯୁକ୍ତମାନେ ମଧ୍ୟ ଦାଦା ଖୁଡି ନିଆଁରେ ପୋଡି ଯାଇଛନ୍ତି ତାଙ୍କୁ ବଂଚାନ୍ତୁ ବୋଲି ଲୋକଙ୍କ ପାଖକୁ ଯାଇ ସାହାଯ୍ୟ ମାଗିଥିଲେ । ଲୋକ ନିଆଁ ଲିଭାଇବା ପରେ ପୁଲିସକୁ ଖବର ଦେଇଥିଲେ । ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ବ୍ରଜରାଜନଗର ଏସଡିପିଓ ଦିଲିପ ଦାସ,ବ୍ରଜରାଜନଗର ପୋଲିସ ଓ  ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରେ  ଘଟଣାସ୍ଥଳରେ ଗିରବରଙ୍କ ମୁଣ୍ଡ ଫାଟି ପଡିଥିବା ରକ୍ତ ଛିଟା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରିବାକୁ ବାଧ୍ୟ କରିଥିଲା । ଦମ୍ପତି ଜୀବନ୍ତ ଦଗ୍ଧ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ  ।  ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ    ମୃତକଙ୍କ ୩  ଝିଆରୀ ଓ ଦୁଇ ଜଣ ପୁତୁରା ରହିଛନ୍ତି ।

   ସମ୍ବନ୍ଧିତ ଖବର


୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….