ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…

ନୂଆଦିଲ୍ଲୀ ୨୭/୧୦: Samsung Galaxy S21  ସହିତ ଆସିନପାରେ ଚାର୍ଜର ଓ ଇୟରଫୋନ୍ । ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନି । ଏବେ ସବୁ ମୋବାଇଲ୍ କମ୍ପାନୀ ଆପଲକୁ ଫଲୋ କରୁଛନ୍ତି । ନିକଟରେ ଆପ୍ପଲ୍ ବକ୍ସରେ ଚାର୍ଜର ଓ ଇୟରଫୋନ୍ ନଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଏବେ ଅନ୍ୟ କମ୍ପାନୀମାନେ ମଧ୍ୟ ଏହାକୁ ଅନୁସରଣ କରୁଛନ୍ତି ।

ଏକ ରିପୋର୍ଟ ଅନୁସାରେ Galaxy S21 ବକ୍ସରେ ଚାର୍ଜର ଓ ଇୟରଫୋନ୍ସ ଦିଆଯିବନି । କେବଳ Galaxy S21 ରେ ନୁହେଁ, ବରଂ Galaxy S21+ ଓ Galaxy S21 Ultra ରେ ମଧ୍ୟ ସେହିଭଳି କରାଯିବ ।

ତେବେ ମଜାକଥା ହେଉଛି ନିକଟରେ ସାମସଙ୍ଗ ଏଥିପାଇଁ ଆପ୍ପଲର ମଜା ଉଡାଇଥିଲା । କେବଳ ସାମସଙ୍ଗ ନୁହେଁ, ସାଓମି ମଧ୍ୟ ଆପ୍ପଲକୁ ଟ୍ରୋଲ୍ କରିଥିଲା ।  ତେବେ ଯଦି ଏହି ରିପୋର୍ଟ ସଠିକ୍ ଥାଏ ଏବଂ ସାମସଙ୍ଗ ନିଜ ଗ୍ରାହକଙ୍କୁ Galaxy S21 ସହିତ ଚାର୍ଜର ଦେବନି ତେବେ ଗ୍ରାହକ ନିଶ୍ଚୟ ନିରାଶ ହେବେ । କହିରଖୁଛୁ ଆପ୍ପଲ ଚାର୍ଜର ଓ ଇୟରଫୋନ୍ସ ନଦେବା ପଛରେ ପରିବେଶକୁ ରକ୍ଷା କରିବା ବାହାନା କରିଥିଲା ।

ଆପ୍ପଲ ପରେ ଏବେ ଯଦି ଅନ୍ୟ କମ୍ପାନୀମାନେ ମଧ୍ୟ ଫୋନ୍ ସହିତ ବକ୍ସରେ ଚାର୍ଜର ଓ ଇୟରଫୋନ୍ସ ଦେବା ବନ୍ଦ କରିଦେବେ ତେବେ କମ୍ପାନୀମାନଙ୍କର ବହୁତ ଫାଇଦା ହେବ । ତେବେ ଆଗକୁ ଜଣାପଡିବ ଯେ ସାମସଙ୍ଗ ଏମିତି ନିଷ୍ପତ୍ତି ନେବ କି ନାହିଁ ।

   ସମ୍ବନ୍ଧିତ ଖବର


ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡବ୍ୟାଗ୍‌ ପ୍ରଦର୍ଶନ କଲା ‘ବୋରିନି ମିଲାନେସି’,ଏହା ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିପଦ: ଖରା ଯୋଗୁଁ ବାହାରକୁ ବାହାରିବେନି କର୍ମଚାରୀ, ଜିଡିପିରୁ ପ୍ରାୟ ୧୯ ଲକ୍ଷ କୋଟି ସଂକୁଚିତ ହେବ

ଦେଶର ଡ୍ରପ୍‌ଆଉଟ୍‌ କୋଟିପତି, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ…

ପେନ୍‌ସନଭୋଗୀଙ୍କ ପାଇଁ ଖୁସି ଖବର: ଜୀବନ ପ୍ରମାଣପତ୍ର ଦାଖଲ ଅବଧି ବଢ଼ିଲା

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ