ବହି ଭଳି ବନ୍ଦ ହୋଇଯିବ ସାମସଙ୍ଗର ଏହି ଫୋନ୍, ୧ ଅକ୍ଟୋବରରୁ ହେବ ଲଞ୍ଚ

ନୁଆଦିଲ୍ଲୀ ୨୪/୯: ସାମସଙ୍ଗ ନିଜର ସବୁଠାରୁ ପ୍ରିମିୟମ୍ ସ୍ମାର୍ଟଫୋନ୍ ଗାଲାକ୍ସି ଫୋଲ୍ଡ(Galaxy Fold) ଭାରତରେ ୧ ଅକ୍ଟୋବରରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ସୂଚନା ଅନୁସାରେ ଭାରତରେ ସ୍ମାର୍ଟଫୋନ୍ କମ୍ ଟାବଲେଟ ଗାଲାକ୍ସି ଫୋଲ୍ଡର ମୂଲ୍ୟ ୧.୫ ଲକ୍ଷରୁ ୧.୭୫ ଲକ୍ଷ ମଧ୍ୟରେ ହୋଇପାରେ । କୁହାଯାଉଛି ଏହା କିଛି ସ୍ପେଶାଲ୍ ରିଟେଲ ଆଉଟଲେଟ୍ସ ଓ ପ୍ରି-ବୁକ୍ ମୋଡ ମାଧ୍ୟମରେ କିଣାଯାଇପାରିବ ।

ସ୍ମାର୍ଟଫୋନକୁ ୨୬ ଏପ୍ରିଲରେ ଲଞ୍ଚ କରାଯାଇଥାନ୍ତା କିନ୍ତୁ ଏହାର ଡିସପ୍ଲେରେ କିଛି ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ କମ୍ପାନୀ ଏହାର ଲଞ୍ଚକୁ ଟାଳିଦେଇଥିଲା । ସୂଚନା ଅନୁସାରେ ଲଞ୍ଚ ହେବାକୁ ଥିବା ଏହି ଗାଲାକ୍ସି ଫୋଲ୍ଡ, ୫ଜି ଟେକ୍ନୋଲୋଜିକୁ ସପୋର୍ଟ କରିବ ।

ଗାଲାକ୍ସି ଫୋଲ୍ଡର ଫିଚର୍ସ
ଡିଭାଇସର ଫୋନ୍ କଭରରେ ଏକ ଆଉଏକ ୪.୬ ଟନ୍ ସ୍କ୍ରିନ୍ ମଧ୍ୟ ଦିଆଯାଇଛି ।  ଏହା ଖୋଲିବା ପରେ ୭.୩ ଇଞ୍ଚର ଡିସପ୍ଲେ ହୋଇଯିବ ଏବଂ ବନ୍ଦ ହୋଇଯିବ । ଏହା ସହିତ ୪.୬ ଡିସପ୍ଲେ ବ୍ୟବହାର କରାଯାଇହେବ । ଡିସପ୍ଲେର ରେଜୁଲେସନ୍ ୧୫୩୬ x ୨୧୫୨ ରହିଛି । ଫୋଲ୍ଡ କରିବା ପରେ ଫୋନରେ ଛୋଟ ୪.୬ ଇଞ୍ଚର ଡିସପ୍ଲେ ୮୪୦ x1୯୬୦ ରେଜ୍ୟୁଲେସନ ଡିସପ୍ଲେ ଦିଆଯାଇଛି । ଗାଲାକ୍ସି ଫୋଲ୍ଡରେ ୭nm ପ୍ରୋସେସର ଓ ୧୨ ଜିବି ରାମ ରହିଛି ।

ଏଥିରେ ୧୬ ମେଗାପିକ୍ସେଲ ଅଲ୍ଟ୍ରା-ୱାଇଡ୍ କ୍ୟାମେରା, ଏକ ୧୨ ମେଗାପିକ୍ସେଲର ଟେଲିଫୋଟୋ କ୍ୟାମେରା ଓ ଅନ୍ଯଟି ୧୨ ମେଗାପିକ୍ସେଲର ୱାଇଡ୍ ଆଙ୍ଗେଲ କ୍ୟାମେରା ଦିଆଯାଇଛି । ଫୋନର ଫ୍ରଣ୍ଟ କ୍ୟାମେରା ୧୦ ମେଗାପିକ୍ସେଲ । ଏହା ଆଣ୍ଡ୍ରଏଡ୍ ୯.୦ ପାଇ ବେଷ୍ଟ୍ଡ ସାମସଙ୍ଗ ୱନ ୟୁଆଇରେ କାମ କରେ । ପାୱର ପାଇଁ ଫୋନରେ 4,380mAh ର ବ୍ୟାଟେରୀ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ