PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଯୁବପିଢ଼ିଙ୍କ ଆକର୍ଷଣରେ ସାମସଙ୍ଗ୍ ଗାଲାକ୍ସି ଏମ୍୩୦, ମାତ୍ର ଏତିକି ଟଙ୍କାରେ ଉପଲବ୍ଧ

ଭୁବନେଶ୍ବର,୨୮।୨: ଯୁବପିଢ଼ିଙ୍କୁ ଆକର୍ଷିତ କଲା ଭଳି ଭାରତରେ ଲଞ୍ଚ ହେଲା ସାମସଙ୍ଗ୍ ଇଣ୍ଡିଆ ପକ୍ଷରୁ ଗାଲାକ୍ସି ଏମ୍୩୦। ଏମ୍ ସିରିଜ୍ ଉତ୍ପାଦବର୍ଗରେ କମ୍ପାନି ଏମ୍୩୦କୁ ଯୋଡ଼ି ଏହାକୁ ଅଧିକ ରୁଦ୍ଧିମନ୍ତ କରିଛି। ଖାସକରି ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଗାଲାକ୍ସି ଏମ୍୩୦ ବଜାରକୁ ଆସିଛି।

ଯେଉଁଥିରେ ତିନିଟି କ୍ୟାମେରା, ସୁପର ଆମୋଏଲଇଡି ଇନଫିନିଟି ୟୁ ଡିସପ୍ଲେ ଏବଂ ୫୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି। ନିକଟରେ ଉନ୍ମୋଚିତ ହୋଇଥିବା ଏମ୍୧୦, ଏମ୍୨୦ କୁ ଜବରଦସ୍ତ ସମର୍ଥନ ମିଳିବା ପରେ କମ୍ପାନି ପକ୍ଷରୁ ଏମ୍୩୦କୁ ଉନ୍ମୋଚନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଗାଲାକ୍ସି ଏମ୍୩୦ରେ ୬.୪ ଇଞ୍ଚ ଡିସପ୍ଲେ, ଅକ୍ଟାକୋର ଏକ୍ସିନସ୍ ୭୯୦୪ ପ୍ରୋସେସର, ସାମ୍ନାରେ ୧୬ ଏମପି, ପଛରେ ୧୩+୫ ଏମପି କ୍ୟାମେରା, ୬+୧୨୮ ଓ ୪+୬୪ ଜିବି ରାମ୍/ରମ୍, ୫୦୦୦ ଏମ୍ଏଏଚ୍ ବ୍ୟାଟେରି ଏବଂ ଫେସ ଅନଲକ୍ ଓ ଫିଙ୍ଗରପ୍ରିଂଟ ବ୍ୟବସ୍ଥା ରହିଛି। ଏହା ଗ୍ରେଡେସନ୍ ବ୍ଳାକ୍ ଓ ଗ୍ରେଡେସନ୍ ବ୍ଲ ରଙ୍ଗରେ ଉପଲବ୍ଧ।

ଗାଲାକ୍ସି ଏମ୍୩୦ର ୪+୬୪ ଜିବି ମଡେଲର ମୂଲ୍ୟ ୧୪.୯୯୦ ଟଙ୍କା ରହିଥିବାବେଳେ ୬+୧୨୮ ଜିବିର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି। ଏହା ମାର୍ଚ ୫ରୁ ଆମାଜନ ଡଟ୍ ଇନ୍ ଏବଂ ସାମସଙ୍ଗ ଡଟ୍ କମ୍ ରେ ଉପଲବ୍ଧ ହେବ।