Samsung ସାମଗ୍ରୀ ଉପରେ ଅଫର୍ ପାଇବାର ଶେଷ ସୁଯୋଗ, ଏମିତି କିଣନ୍ତୁ

ନୂଆଦିଲ୍ଲୀ ୧୭/୫: ଲକଡାଉନ ମଧ୍ୟରେ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ ନିଜ ପ୍ରଡକ୍ଟ୍ସ ଉପରେ ଅଫର୍ସର ବର୍ଷା କରିଦେଇଛି । କମ୍ପାନୀ କିଛି ଦିନ ପୂର୍ବରୁ ନିଜ ପ୍ଲାଟଫର୍ମରେ ଷ୍ଟେ ହୋମ୍ ଷ୍ଟେ ହାପି ପ୍ରି ବୁକିଂ ଅଫର ଘୋଷଣା କରିଥିଲା । କମ୍ପାନୀ କହିଥିଲା କି ସାମଗ୍ରୀର ପ୍ରି ବୁକିଂ କଲେ ଗ୍ରାହକଙ୍କୁ ଅଫର୍ସ ଦିଆଯିବ । ଏହାର ଶେଷ ତାରିଖ ୧୭ ମେ ଅର୍ଥାତ୍ ଆଜି । ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରେ କଣ ଅଫର୍ ରହିଛି ଏବଂ କମ୍ପାନୀ କେତେ ରିହାତି ଦେଉଛି ।

କମ୍ପାନୀର କହିବାନୁସାରେ ସାମସଙ୍ଗ ସପରେ ଉପଲବ୍ଧ ପ୍ରି ବୁକ୍ ଅଫର ମାଧ୍ୟମରେ ଅର୍ଡର ଅନଲାଇନ୍ ପ୍ରାପ୍ତ ହେବ ଏବଂ ଡେଲିଭରୀ ନିକଟତମ କମ୍ପାନୀର ଅଧିକୃତ ରିଟେଲର ଦ୍ୱାରା କରାଯିବ । ଖାସ୍ କଥା ହେଉଛି କି କମ୍ପାନୀ ପ୍ରି ବୁକିଂରେ ଅଫର ମଧ୍ୟ ଦେଉଛି ।

ମିଳୁଛି ଏହି ଅଫର୍
ଗ୍ରାହକଙ୍କୁ ଲୋଭାନ୍ୱିତ କରିବା ପାଇଁ ସାମସଙ୍ଗ ଗ୍ରାହକଙ୍କୁ ୧୦୦୦ ପର୍ଯ୍ୟନ୍ତ ଗିଫ୍ଟ ଭାଉଚର ଦେଉଛି । ଏଥିରେ କ୍ୟାଶବ୍ୟାକ୍ ଓ ବାକି ପ୍ରଡକ୍ଟ ମଧ୍ୟ ସାମିଲ । ଏହା ବ୍ୟତୀତ ସାମସଙ୍ଗ ସପରେ ପ୍ରି ବୁକିଂ କରୁଥିବା ଗ୍ରାହକଙ୍କୁ ଏଚଡିଏଫସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ସହିତ ପୈଠ କଲେ ୧୫ ପ୍ରତିଶତ କ୍ୟାଶବ୍ୟାକ୍ ମିଳିବ ।

ଏହି ସାମଗ୍ରୀ ଉପରେ ଅଫର୍
ସୂଚନା ଅନୁସାରେ ସାମସଙ୍ଗର ଷ୍ଟେ ହୋମ୍, ଷ୍ଟେ ହାପି, ଲଗ୍ ଇନ ଟୁ ଗ୍ରେଟ୍ ଅଫର୍ସ ନାମକ ଏହି ପ୍ରୋଗ୍ରାମ କମ୍ପାନୀର ସମସ୍ତ ଇଲେକ୍ଟ୍ରିୋନିକ୍ ପ୍ରଡକ୍ଟ –ଟିଭି, ଫ୍ରିଜ୍ , ଏସି, ୱାଶିଂ ମେସିନ୍ ଓ ସ୍ମାର୍ଟ ଓଭନ୍ ଉପରେ ଲାଗୁ ହେବ ।

କହିରଖୁଛୁ ଏହି ଅଫର୍ କିଛି ଦିନ ପୂର୍ବରୁ ସମାପ୍ତ ହୋଇଯାଇଥାନ୍ତା କିନ୍ତୁ ଡିମାଣ୍ଡ ବଢିବା ଯୋଗୁଁ କମ୍ପାନୀ ଏହାର ଶେଷ ତାରିଖ ବଢାଇ ଦେଇଛି । କୁହାଯାଇଛି ଅଫର୍ ଆରମ୍ଭ ହେବା ପରେ ଟୋଟାଲ୍ ଅର୍ଡର ମଧ୍ୟରୁ ୩୭ ପ୍ରତିଶତ ଅର୍ଡର ରେଫ୍ରିଜିରେଟର୍ ପାଇଁ ଆସିଛି ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ