ଭାରତରେ ୩ ଲକ୍ଷ କୋଟିର ସ୍ମାର୍ଟଫୋନ୍‌ ତିଆରି କରିବ ସାମ୍‌ସଙ୍ଗ୍‌

ନୂଆଦିଲ୍ଲୀ,୧୮/୦୮: ସାମ୍‌ସଙ୍ଗ୍‌ ଏହାର ବୃହତ୍‌ ଭାଗ କାରବାର ଭାରତକୁ ସ୍ଥାନାନ୍ତର କରିବ। ଏହାର ବଡ଼ ଭାଗ ସ୍ମାର୍ଟଫୋନ୍‌ ଉତ୍ପାଦନ ଭିଏତ୍‌ନାମ ଏବଂ ଅନ୍ୟାନ୍ୟ ଦେଶରୁ ଭାରତକୁ ସ୍ଥାନାନ୍ତରିତ କରିବ। ଏହି ଦକ୍ଷିଣ କୋରିଆଭିତ୍ତିକ ଇଲେକ୍ଟ୍ରୋନିକ୍ସ କମ୍ପାନି ଭାରତରେ ୩ ଲକ୍ଷ କୋଟି ଟଙ୍କା(୪୦୦୦ କୋଟି ଡଲାର) ମୂଲ୍ୟର ଡିଭାଇସ୍‌ ଉତ୍ପାଦନ କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି ।

ପିଏଲ୍‌ଆଇ(ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ) ସ୍କିମ୍‌ ଅଧୀନରେ ସାମ୍‌ସଙ୍ଗ୍‌ ଏହାର ସ୍ମାର୍ଟଫୋନ୍‌ ଉତ୍ପାଦନକୁ ଭାରତରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛି । ଭାରତରେ ଉତ୍ପାଦନ ବଢ଼ାଇବା ପାଇଁ ଏହା ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ଚୀନ୍‌ ପରେ ଭିଏତ୍‌ନାମ ବିଶ୍ୱର ଦ୍ୱିତୀୟ ବୃହତ୍‌ ସ୍ମାର୍ଟଫୋନ୍‌ ରପ୍ତାନିକାରୀ। ତେବେ ପିଏଲ୍‌ଆଇ ସ୍କିମ୍‌ ଅଧୀନରେ ସାମ୍‌ସଙ୍ଗ୍‌ ଆସନ୍ତା ୫ ବର୍ଷରେ ଭାରତରେ ୪୦୦୦ କୋଟି ଡଲାର(୩ ଲକ୍ଷ କୋଟି ଟଙ୍କା)ର ସ୍ମାର୍ଟଫୋନ୍‌ ତିଆରି କରିବା ପାଇଁ ଆକଳନ କରିଛି। ଏଥିମଧ୍ୟରୁ ୧୫,୦୦୦ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ହ୍ୟାଣ୍ଡ୍‌ସେଟ୍‌ର ଭାଗ ୨୫୦୦ କୋଟି ଡଲାର ରହିବ। ଏ ସେଗ୍‌ମେଣ୍ଟରେ ଅଧିକାଂଶ ସ୍ମାର୍ଟଫୋନ୍‌ ରପ୍ତାନି ହେବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏସବୁ ମଧ୍ୟରେ ଭାରତକୁ ଶସ୍ତା ସ୍ମାର୍ଟଫୋନ୍‌ ଆମଦାନି କମିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ନୋଏଡାରେ ସାମ୍‌ସଙ୍ଗ୍‌ର ସର୍ବବୃହତ୍‌ ମୋବାଇଲ ଫୋନ୍‌ ଉତ୍ପାଦନ ୟୁନିଟ୍‌ ରହିଛି । ଏଠାରେ ଉତ୍ପାଦିତ ହେଉଥିବା ସ୍ମାର୍ଟଫୋନ୍‌ ଅନ୍ୟ ବଜାରକୁ ରପ୍ତାନି ହେଉଛି । ଶିଳ୍ପ ଆକଳନ ଅନୁସାରେ, କମ୍ପାନି ଏହାର ୫୦% ସ୍ମାର୍ଟଫୋନ୍‌କୁ ଭିଏତ୍‌ନାମରେ ଉତ୍ପାଦନ କରୁଛି । କମ୍ପାନି ଦକ୍ଷିଣ କୋରିଆରେ ବି ଏହାର ଉତ୍ପାଦନକୁ କମାଇବା ପାଇଁ ଯୋଜନା କରୁଛି । କାରଣ ସେଠାରେ ଶ୍ରମ ଖର୍ଚ୍ଚ ଅଧିକ । ବ୍ରାଜିଲ ଏବଂ ଇଣ୍ଡୋନେସିଆରେ ବି ଏହାର ଉତ୍ପାଦନ ୟୁନିଟ୍‌ ଅଛି ।

   ସମ୍ବନ୍ଧିତ ଖବର


ମାର୍କେଟକୁ ଆସିଲା ଇ-ସିମ୍, ଜାଣନ୍ତୁ ବ୍ୟବହାର କରିବାର ଫାଇଦା

ବିଏସଏନଏଲର ଏହି ପ୍ରିପେଡ୍ ପ୍ଲାନରେ ୩୬୫ ଦିନର ବୈଧତା ସହିତ ପ୍ରତିଦିନ ମିଳୁଛି ୨ ଜିବି ଡାଟା

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍

ଆଗାମୀ ବର୍ଷ ଲଞ୍ଚ୍ ହେବ Samsungର ନୂଆ Galaxy Z Fold 3

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ଦଳ ସହ ଖିମ୍‌ଜୀର ସହଭାଗିତା