PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଲକ୍‌ଡାଉନରେ ଅସହ୍ୟ ହେଲା ଋଣବୋଝ: ଲୋନ୍ ସୁଝି ନ ପାରି ସାମୁହିକ ଆତ୍ମହତ୍ୟା ଉଦ୍ୟମ କଲେ ନରେନ୍ଦ୍ରଙ୍କ ପରିବାର, ଆଖିବୁଜିଲେ ୩ ଜଣ

ବଡୋଦରା,୦୫/୦୩: ଗୁଜରାଟ ବଡୋଦରାରେ ଗୋଟିଏ ପରିବାର ୬ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବେପାରରେ କ୍ଷତି ସହିବାରୁ ଋଣ ସୁଝି ନ ପାରି ସେମାନେ କୋଲ୍ଡଡ୍ରିଙ୍କସ୍‌ କୀଟନାଶକ ମିଶା ଦେଲେ ସମସ୍ତ ସଦସ୍ୟ । ତେବେ ୩ଜଣ ବିଷ ପିଇ ପ୍ରାଣ ହରାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନାନୁସାରେ, ଗୁଜରାଟ ବଡୋଦରାରେ ଗୋଟିଏ ପରିବାର ୬ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେପାରରେ କ୍ଷତି ସହିବାରୁ ଋଣ ସୁଝି ନ ପାରି ସେମାନେ କୀଟନାଶକ ମିଶା କୋଲ୍ଡଡ୍ରିଙ୍କସ୍‌ ପିଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ୬୮ ବର୍ଷୀୟ ନରେନ୍ଦ୍ର ସୋନି, ତାଙ୍କ ପତ୍ନୀ, ଝିଅ, ପୁଅ, ବୋହୂ, ନାତି ବିଷାକ୍ତ କୋଲ୍ଡଡ୍ରିଙ୍କସ୍‌ ପିଇଥିଲେ ।

ନରେନ୍ଦ୍ରଙ୍କ ସମେତ ତାଙ୍କ ଝିଅ ଓ ନାତିଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ, ପୁଅ ଓ ବୋହୂଙ୍କର ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ନରେନ୍ଦ୍ର ଇମିଟେସନ ଗହଣା ବିକ୍ରି କରି ପରିବାର ଚଳାଉଥିଲେ । କିନ୍ତୁ ଲକ୍‌ଡାଉନ ସମୟରେ ତାଙ୍କର ବ୍ୟବସାୟରେ କ୍ଷତି ହୋଇଥିଲା । ଫଳରେ ସେ ନିଜର ଘର ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ପରେ ସେ ନିଜ ପତ୍ନୀ ଓ ବୋହୂଙ୍କର ଗହଣା ବିକିବା ସହ ଝିଅର ସାଇକେଲ ମଧ୍ୟ ବିକିଥିଲେ । ସେ ପଡ଼ୋଶୀମାନଙ୍କଠାରୁ ମଧ୍ୟ ଋଣ ଆଣିଥିଲେ । ଶେଷରେ ଋଣବୋଝ ବଢ଼ି ଚାଲିବାରୁ ପରିବାର ସହ ମିଶି ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ।