ଏହି ଅଭିନେତ୍ରୀଙ୍କ ସହ ଘଟିଥିଲା ବଡ଼ ଦୁର୍ଘଟଣା : କୁକୁର କାମୁଡ଼ିରୁ ନଷ୍ଟ ହୋଇଯାଇଥିଲା ଚେହେରା, କରିବାକୁ ପଡ଼ିଲା ସର୍ଜରୀ

ନୂଆଦିଲ୍ଲୀ ୧୬।୫ : ଟିଭି ସିରିଏଲ୍‌ରେ କାମ କରିସାରିଥିବା ଚର୍ଚ୍ଚିତ ଅଭିନେତ୍ରୀ ସନା ମକବୁଲ୍‌ ଏଇ କିଛି ଦିନ ହେବ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ଛୋଟ ପରଦାରେ ‘ଈଶାନ୍‌’, ‘କିତନୀ ମୋହବତ ୨‘, ‘ଅର୍ଜୁନ୍’, ‘ଆଦତ ସେବ ମଜବୁର’ ଭଳି ସିରିଏଲ୍‌ରେ ନଜର ଆସିସାରିଛନ୍ତି। ସନା ମକବୁଲ ଖୁଲାସା କରିଛନ୍ତି କି, ତାଙ୍କ ମୁହଁକୁ କୁକୁର କାମୁଡ଼ି ଦେଇଥିଲା। ଯେଉଁ କାରଣରୁ ତାଙ୍କ ଚେହେରାକୁ ସର୍ଜରୀ କରିବାକୁ ପଡ଼ିଥିଲା ବୋଲି ନିଜେ ସନା କହିଛନ୍ତି।

ସନା ନିଜ ଇଂଷ୍ଟାଗ୍ରାମରେ ଆକାଉଣ୍ଟରେ ଫ୍ୟାନ୍ସଙ୍କ  ପାଇଁ ଏକ ହୃଦୟ ବିଦାରକୁ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ କହିଛନ୍ତି କି, କୁକୁର କାଟିବା ପରେ କିପରି ସମସ୍ୟା ଦେଇ ଗତି କରୁଥିଲେ। ପୋଷ୍ଟରେ ନିଜ ସହିତ ହୋଇଥିବା ଘଟଣାକୁ ମନେ ପକାଇ ସେ କହିଛନ୍ତି ଯେ, ଏଥିରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି।

ସନା ନିଜ ଫ୍ୟାନ୍ସଙ୍କୁ ସୂଚନା ଦେବା ସହିତ ଲେଖିଛନ୍ତି କି, ‘ଆପଣ ସମସ୍ତେ ମୋ ପାଇଁ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ଧିରେ ଧିରେ ସୁସ୍ଥ ହେଉଛି ଏବଂ ଭଲ କରିବାକୁ ଚେଷ୍ଟା କରୁଛି। ମୁଁ ଗାଏବ ହୋଇନଥିଲି’ ବୋଲି ସନା ଲେଖିଛନ୍ତି।

ସନା ଆହୁରି ଲେଖିଛନ୍ତି କି, ‘ମୋତେ ଜଣା କି, ମୁଁ ଆପଣମାନଙ୍କୁ ବିଳମ୍ବରେ ସୂଚନା ଦେଇଛି, କାରଣ ମୋ ସହ ବଡ଼ ଦୁର୍ଘଟଣା ଘଟିଥିଲା। ଗୋଟିଏ ମଣିଷ ଏବଂ ଗୋଟିଏ କଳାକାର ହୋଇଥିବାରୁ ମୁଁ ମୋ ଚେହେରାଠାରୁ ବି ଅଧିକ ଭଲ ଆପଣମାନଙ୍କୁ ପାଉଛି। ଯଦିଓ କୁକୁର କାମୁଡ଼ିବା ଦ୍ବାରା ମୋ ଚେହେରାର ସର୍ଜରୀ କରିବାକୁ ପଡ଼ିଥିଲା। ଯେଉଁ ଝିଅ ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଏ, ଏବେ ସେହି ଝିଅ ସାରା ଜୀବନ ସେମାନଙ୍କୁ ଘୃଣା କରିବ।’

View this post on Instagram

xoxo 💋

A post shared by Sana Makbul (@divasana) on

   ସମ୍ବନ୍ଧିତ ଖବର


ଷ୍ଟୁଡିଓ ବାହାରେ ବିନା ଫେସ୍‌ ମାସ୍କରେ ନଜର ଆସିଲେ ରଣବୀର ସିଂହ, ଫଟୋ ଭାଇରାଲ

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ

‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ‘ଲିପିକା’

ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌