ରିଲିଜ ପରେ ଭାଇରାଲ ହେବା ‘ତାଣ୍ଡବ’ ଗର୍ଲ କୃତିକାଙ୍କ ଫଟୋ, ଦର୍ଶକଙ୍କୁ ପସନ୍ଦ ଆସିଲା ବୋଲ୍ଡ ଅନ୍ଦାଜ

https://zeenews.india.com/
ମୁମ୍ବାଇ ୧୭/୧: ସୈଫ ଅଲ୍ଲୀ ଖାନ ଷ୍ଟାରର ୱେବସିରିଜ୍ ‘ତାଣ୍ଡବ’ ରିଲିଜ ହେବା ସହିଚ ଚର୍ଚ୍ଚାରେ ରହିଛି । ସିରିଜ୍ ରିଲିଜ ହେବା ପରେ ଏଥିରେ ଅଭିନୟ କରିଥିବା ସବୁ କଳାକାରଙ୍କୁ ପ୍ରଶଂସା କରାଯାଉଛି । ସିରିଜରେ ସନାଙ୍କ ଚରିତ୍ରରେ ନଜର ଆସିଥିବା ବଲିଉଡ ତଥା ଟିଭି ଅଭିନେତ୍ରୀ କୃତିକା କାମରାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସନାଙ୍କ ଭୂମିକାରେ ନଜର ଆସିଲେ
ଏହି ସିରିଜରେ କୃତିକା କାମରା ଅର୍ଥାତ୍ ସନା ଜଣେ କଲେଜ ଷ୍ଟୁଡେଣ୍ଡ ଭାବେ ନଜର ଆସୁଛନ୍ତି । ସିରିଜରେ ତାଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ଏବେ ଭାଇରାଲ ହେଉଛି ବୋଲ୍ଡ ଫଟୋ
ଦର୍ଶକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସୁଛି । ଏବେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଫଟୋ ଭାଇରାଲ ହେଉଛି ।
ଏହି ସିରିୟଲରୁ କରିଥିଲେ ଡେବ୍ୟୁ
କୃତିକା ଟିଭି ଶୋ ‘କିତନୀ ମୋହବତ୍ ହେ’ରେ ଆରୋହୀ ଭୂମିକାରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ‘କୁଛ ତୋ ଲୋଗ୍ କହେଙ୍ଗେ’, ‘ପ୍ରେମ ଏକ ପହେଲି’ ଓ ‘ଝଲକ ଦିଖଲା ଜା’ ପାଇଁ ମଧ୍ୟ ପରିଚୟ ପାଇଥିଲେ ।

ପଲିଟିକଲ ଡ୍ରାମା ତାଣ୍ଡବର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବ୍ବାସ । ଏଥିରେ ମୋହମ୍ମଦ ଜିଶାନ ଅୟୁବ, ସୁନିଲ ଗ୍ରୋବର, ଡିନୋ ମୋରିଆ, କୁମୁଦ ମିଶ୍ରା, ଗୌହର ଖାନ୍ ଓ ସନ୍ଧ୍ୟା ମୃଦୁଳ ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସୁଛନ୍ତି । ତେବେ ଖୁବ୍ ଶୀଘ୍ର ଏହାର ଆଗାମୀ ସିରିଜ ନେଇ ଘୋଷଣା କରାଯାଇପାରେ ।