ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ମୁମ୍ବଇ – ବିବାହ ପୂର୍ବରୁ ଜଣେ ଯୁବତୀଙ୍କର ଆଉଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ହେଲେ ପରିବାର ଲୋକ ତାଙ୍କର ବିବାହ ଅନ୍ୟତ୍ର କରି ଦେଇଥିଲେ । ଯୁବତୀ ଜଣଙ୍କ ସେଥିପାଇଁ ବିବାହ ପରେ ଛାଡପତ୍ର ପାଇଁ ଆବେଦନ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ପ୍ରେମିକଙ୍କ ସହ ମିଶିକରି ଯୋଜନା କରିଥିଲେ ।

ମହାରାଷ୍ଟ୍ରର ପୁନେର ଏପରି ଘଟଣା ଘଟିଛି । ପତ୍ନୀ ତାଙ୍କ ସ୍ୱାମୀଙ୍କର ଗୁପ୍ତାଙ୍ଗ କାଟିବା ପାଇଁ ଯୋଜନା କରିଥିଲେ । ଥାନାରେ ମାମଲା ରୁଜୁ ହେବାପରେ ପୁଲିସ ମହିଳାଙ୍କ ସହ ତାଙ୍କ ପ୍ରେମିକକୁ ଅଟକ ରଖି ତଦନ୍ତ କରୁଛି। ସୁଭାଷ ବିବାହ କରିଥିବା ମହିଳା ଜଣଙ୍କ ସଫ୍ଟଓ୍ୱାର ଇଂଜିନିୟର । ଲକ୍‌ଡାଉନ୍‌ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ମାତ୍ର ଲକ୍‌ଡାଉନ୍‌ ଖୋଲିବା ଲପରେ ସେମାନେ ମହାବଳେଶ୍ୱରମକୁ ବୁଲିବା ପାଇଁ ଯାଇଥିଲା । ପତ୍ନୀ ଏହି ସମୟରେ ଏକ ମାରାତ୍ମକ ଯୋଜନା କରିଥିଲେ । କୌସ୍ତୁଭ ନାମକ ଯୁବକ ଆସି ତାଙ୍କ ପତିଙ୍କ ସହ ବନ୍ଧୁତା କରିଥିଲେ । ପରେ କୌସ୍ତୁଭ ତାଙ୍କ ହୋଟେଲ୍‌ରେ ରହିଥିଲେ ।

ସୁବାଷଙ୍କ ଚାକିରି ଲକ୍‌ଡାଉନ୍‌ରେ ଚାଲିଯାଇଥିଲା । ସେ କୌସ୍ତୁଭଙ୍କୁ ସେ ବିଷୟରେ କହିଥିଲେ। ସୁବାଷ ଭଡା ଘରେ ରହୁଥିବା ଜାଣି କୌସ୍ତୁଭ ତାଙ୍କ ଘରେ ରହିବା ପାଇଁ କହିଥିଲେ । କୌସ୍ତୁଭ ତାଙ୍କ ସ୍ତ୍ରୀର ପ୍ରେମିକ ଥିଲେ ବୋଲି ସୁବାଷ ଜାଣି ପାରି ନଥିଲେ ।

ଦିନେ ସୁବାଷ ତାଙ୍କ ସ୍ତ୍ରୀଙ୍କ ଫୋନ୍‌କୁ ଯାଞ୍ଚ କରୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ସହ କୌସ୍ତୁଭର ପୁରୁଣା ଫଟୋ ଦେଖିବା ପାଇଁ ପାଇଥିଲେ। ତାଙ୍କର ସନ୍ଦେହ ହେବାରୁ ସ୍ତ୍ରୀକୁ ଏ ବିଷୟରେ ପଚାରିଥିଲେ । ତାଙ୍କର ନିବିଡ ସମ୍ପର୍କ ଥିବା କଥା ତାଙ୍କ ପତି ଜାଣିବା ପାଇଁ ପାଇଥିଲେ । ଏଥିରେ ଏକ ମେସେଜ୍‌ରେ ତାଙ୍କ ପତ୍ନୀ ତାଙ୍କର ଗୁପ୍ତାଙ୍ଗ କାଟି ତାଙ୍କୁ ନଂପୁସକ କରିବା ପାଇଁ ମେସେଜ୍‌ ଦେଇଥିଲେ। ଏଥିପାଇଁ ଯୋଜନା ବି ହୋଇଥିଲା । ତାଙ୍କ ପତି ଏହି ଚାଟ୍‌ ସହ ଥାନାରେ ହାଜର ହୋଇଥିଲେ । ଏବେ ପୁଲିସ ଘଟଣାର ତଦନ୍ତ କରୁଛି ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…