ବଲାଙ୍ଗିରରୁ ସଙ୍ଗୀତାଙ୍କୁ ବିଜେପିରୁ ମିଳିବନି ଟିକଟ !

ଭୁବନେଶ୍ୱର ୧୮/୩: ଏଥର ବଲାଙ୍ଗିରରୁ ଲୋକସଭା ଲାଗି ବିଜେପିରୁ ସଂଗୀତା ସିଂଦେଓଙ୍କୁ ଟିକଟ ମିଳି ନ ପାରେ | ବିଭିନ୍ନ ଦଳୀୟ ସର୍ଭେରେ ସଂଗୀତାଙ୍କ ବିପକ୍ଷରେ ରିପୋର୍ଟ ଆସିଛି | ଜାତୀୟ ରାଜନୀତିର ସମୀକରଣ ଦେଖି ହାଇକମାଣ୍ଡ ଲୋକସଭା ଆସନ ଲାଗି ରିସ୍କ ନେବାକୁ ଚାହୁଁ ନାହାନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି | ତେବେ କନକବର୍ଦ୍ଧନ ସିଂଦେଓଙ୍କୁ ଲୋକସଭାରୁ ଲଢିବାକୁ ପ୍ରସ୍ତାବ ଦିଆଯାଇଛି | ହେଲେ ସେ ନିଜର ବିଧାନସଭା ମଣ୍ଡଳୀ ପାଟଣାଗଡ଼ ଛାଡ଼ିବାକୁ ଇଚ୍ଛୁକ ନାହାନ୍ତି | ତେଣୁ ସଂଗୀତାଙ୍କ ଲାଗି ଜୋରଦାର ଲବି ଜାରି ରଖିଛନ୍ତି |
ବିଜେପି-ବିଜେଡି ମେଣ୍ଟ ସମୟରୁ ଜିତି ଆସୁଥିଲେ ପାଟଣାଗଡ଼ ବିଧାୟକ କେଭି ସିଂଦେଓଙ୍କ ପତ୍ନୀ ତଥା ରାଣୀ ସଂଗୀତା ସିଂଦେଓ | ହେଲେ ମେଣ୍ଟ ଭାଙ୍ଗିବା ପରେ ତାଙ୍କ ସଂପର୍କୀୟ ଦିଅର ତଥା ଅନଙ୍ଗଉଦୟ ସିଂଦେଓଙ୍କ ପୁଅ ବିଜେଡିର କଳିକେଶ ସିଂଦେଓ ତାଙ୍କୁ ମାତ୍ ଦେଇ ଆସୁଛନ୍ତି |