ଶନିଙ୍କ କୋପ ଦୃଷ୍ଟି ପଡ଼ିଲେ କ’ଣ କରିବେ ? ପଢ଼ନ୍ତୁ ସନ୍ତୁଷ୍ଟ କରିବାର ଉପାୟ…

ଶନିଙ୍କର କୋପ ଦୃଷ୍ଟି ପଡ଼ିଥିଲେ ବ୍ୟକ୍ତିଠାରେ ବିଭିନ୍ନ ସମସ୍ୟା ଦେଖାଯାଏ । ଦେହ ଖରାପଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ । ଏଣୁ ଶନିଦଶା ଏଡ଼େଇବା ପାଇଁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ସନ୍ତୁଷ୍ଟ କରିବାର ଉପାୟଗୁଡ଼ିକ…

  • ଭୋଜନରେ କଳା ଲୁଣ ଓ ଗୋଲମରିଚ ମିଶାଇ ଖାଆନ୍ତୁ
  • ଶନିବାର ଦିନ ଭିଜା ହୋଇଥିବା ଚଣା ମାଙ୍କଡ଼କୁ ଖୁଆନ୍ତୁ । ମିଠା ରୁଟିରେ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ।
  • ଯଦି ଶନି ଦେବଙ୍କର ଅଶୁଭ ଦଶା ଚାଲିଥାଏ, ତେବେ ଦୁଇ ମାସ ପର୍ଯ୍ୟନ୍ତ ମଦ କିମ୍ବା କୌଣସି ଆଲକୋହଲ ପିଅନ୍ତୁ ନାହିଁ ପ୍ରତିଦିନ ପୂଜା କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଓଁ ନମଃ ଶିବାୟ ଜପ କରନ୍ତୁ । ଏହାଦ୍ୱାରା ଶନିଙ୍କ ପଦୃଷ୍ଟିରୁ ରକ୍ଷା ପାଇପାରିବେ।
  • ଏକ ଲୁହା ପାତ୍ରରେ ସୋରିଷ ତେଲ ଭରି ସେଥିରେ ଏକ ତମ୍ବା କଏନ ପକାଇ ଘରର ଯେକୌଣସି ଅନ୍ଧାରୁଆ ସ୍ଥାନରେ ରଖିଦିଅନ୍ତୁ ।
  • ଶନିଙ୍କର କୁପ୍ରଭାବ ଦୂର କରିବା ପାଇଁ ଶନିବାର ଦିନ କଳା ଗାଈଙ୍କ ସେବା କରନ୍ତୁ । ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ତା’ ମଥାରେ ସିନ୍ଦୂର ଲଗାନ୍ତୁ। ସିଂଘରେ ମାଳି ବାନ୍ଧନ୍ତୁ । ଏହାପରେ ତାକୁ ଲଡୁ ଖିଆଇ ପ୍ରମାଣ କରନ୍ତୁ ।
  • ପ୍ରତି ଶନିବାର ଦିନ ବର କିମ୍ବା ପିପଲି ଗଛ ମୂଳେ ସୂର୍ଯ୍ୟ ଉଦୟ ପୂର୍ବରୁ ବାଦାମ ତେଲ ଦୀପ ଜଳାଇ ଶୁଦ୍ଧ କଞ୍ଚା କ୍ଷୀର ଦେବା ସହ ଧୂପ ଅର୍ପଣ କରନ୍ତୁ ।
  • ଶନିବାର ଦିନ ନିଜ ହାତରେ ୨୯ ହାତ ମାପର କଳା ଡୋର ନେଇ ଏହାକୁ ଗୁଡ଼ାଇ ବେକରେ ପକାନ୍ତୁ ।
  • ଯଦି ଶନି ଦଶା ପଡ଼ିଥାଏ, ତାହାଲେ ଶନିବାର ଦିନ ଅନ୍ଧାର ହେବା ପୂର୍ବରୁ ପିପଲ ଗଛ ମୂଳରେ ମିଠା ଜଳ ଅର୍ପଣ କରିବା ସହିତ ସୋରିଷ ତେଲରଦୀପ ଲଗାଇବା ସହିତ ଅଗରବତୀ ଲଗାନ୍ତୁ । ସେଠାରେ କିଛି ସମୟ ବସି ହନୁମାନ, ଭୈରବ ଓ ଶନି ଚାଳିଶା ପାଠ କରନ୍ତୁ । ଏହାପରେ ପିପଲି ଗଛକୁ ସାତଥର ପରିକ୍ରମା କରନ୍ତୁ । ଏପରି କରିବା ଦ୍ୱାରା ଶନିଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ ।

   ସମ୍ବନ୍ଧିତ ଖବର


ନିଜ ହାଡ଼କୁ କେମିତି ଶକ୍ତ ରଖିବେ ? ଏହି ଖାଇବା ଅଭ୍ୟାସକୁ ଆପଣାନ୍ତୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରହଣ ସମୟ…

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ବେସାହାରା ପିତା ! ପିଲାମାନେ ଘରୁ ବାହାର କରିଦେଲେ , ୮୦ ବର୍ଷ ବୟସରେ ପେଣ୍ଟିଂ ବିକ୍ରି କରି ଚଳୁଛନ୍ତି

LPG ସିଲିଣ୍ଡର ପାଇଁ ଇନସ୍ୟୁରାନ୍ସ କଭର ନେଲେ ମିଳିବ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା, ଜାଣନ୍ତୁ…

ଘରେ ଆକ୍ବାରିୟମ୍ ଥିଲେ ଏସବୁ କଥା ଜାଣି ରଖନ୍ତୁ, ଭୁଲ ଦିଗରେ ଥିଲେ ହେବନି ଉନ୍ନତି