PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଭାରତର ମହିଳା ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ସନ୍ୟାସ ଘୋଷଣା, କହିଲେ- ଏବେ ମୋ ଶରୀର…

ନୂଆଦିଲ୍ଲୀ,୧୯।୧: ଦେଶର ତାରକା ମହିଳା ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସନ୍ୟାସ ଘୋଷଣା। ଅଷ୍ଟ୍ରେଲିଆନ୍ ଓପନ ଖେଳିବାକୁ ପହଁଞ୍ଚିଥିବା ସାନିଆ କହିଛନ୍ତି, ୨୦୨୨ ରେ ତାଙ୍କର ଶେଷ ସିଜିନ୍ ହେବ। ମୁଁ ଆଗକୁ ପ୍ରସ୍ତୁତ ଅଛି। କିନ୍ତୁ ଏହା ପକ୍କା ନୁହେଁ ଯେ, ଆଗକୁ ପୁରା ସିଜନ୍ ଖେଳିପାରିବି। ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆ କହିଛନ୍ତି, ମୋତେ ଲାଗୁଛି ମୁଁ ଭଲ ଖେଳିପାରିବି, କିନ୍ତୁ ଏବେ ଶରୀର ସାଥ୍ ଦେଉନି। ଏହା ମୋ ପାଇଁ ସବୁଠାରୁ ବଡ ଦୁଃଖର କଥା। ଅର୍ଥାତ ଚଳିତ ବର୍ଷ ତାଙ୍କୁ ଶେଷ ଥର ଟେନିସ୍ କୋର୍ଟରେ ଦେଖିବାକୁ ମିଳିବ। ବୁଧବାର ତାଙ୍କୁ ମହିଳା ଡବଲସ୍‌ର ପ୍ରଥମ ରାଉଣ୍ଡରେ ପରାଜୟର ସାମନା କରିବାକୁ ପଡିଥିଲା।

ସାନିଆ ଓ ୟୁକ୍ରେନର ନାଦିୟା କିଚେନୋକଙ୍କ ଯୋଡି ସ୍ଲୋଭିନିୟାର ତମାରା ଜିଡାନସେକ୍‌ ଓ କାଜା ଜୁବାନଙ୍କ ଯୋଡି ଠାରୁ ୪-୬,୬-୭(୫) ସେଟ୍‌ରେ ହାରି ଯାଇଛନ୍ତି। ଏଭଳି ଭାବରେ ମହିଳା ଡବଲ୍ସର ପ୍ରଥମ ମୁକାବିଲାରେ ହାରି ସେ ବାହାର ହୋଇଯାଇଛନ୍ତି। ତେବେ ଅଷ୍ଟ୍ରେଲିଆନ୍ ଓପନରେ ଏବେ ସାନିଆ ମିକ୍ସଡ ଡବଲ୍ସ ମ୍ୟାଚ୍ ଖେଳିବେ। ସେ ଆମେରିକାର ରାଜୀବ ରାମଙ୍କ ସହ ଡବଲ୍ସରେ ଖେଳିବେ।

ଉଲ୍ଲେଖନୀୟ ଯେ, ସାନିଆ ମିର୍ଜା ଏପର୍ଯ୍ୟନ୍ତ ୬ଟି ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି। ମହିଳା ଡବଲ୍ସ ୨୦୧୬ରେ  ଅଷ୍ଟ୍ରେଲିଆନ୍ ଓପନ, ୨୦୧୫ ରେ ଓ୍ବିମ୍ବିଲଡନ୍ ଓ ୟୁଏସ୍‌ ଓପନ ଟାଇଟଲ ଜିତିଥିଲେ। ସେଭଳି ମିକ୍ସଡ୍ ଡବଲ୍ସରେ ସେ ୨୦୦୯ ରେ ଅଷ୍ଟ୍ରେଲିଆନ୍ ଓପନ, ୨୦୧୨ ରେ ଫ୍ରେଞ୍ଚ ଓପନ ଓ ୨୦୧୪ ରେ ୟୁଏସ୍ ଓପନ୍ ଟାଇଟଲ ଜିତି ସାରିଛନ୍ତି। ୩୫ ବର୍ଷୀୟ ସାନିଆ ଭାରତର ସବୁଠାରୁ ବଡ ମହିଳା ଟେନିସ୍ ଖେଳାଳି। ସେ ଟେନିସରେ ନିଜର ପ୍ରଫେସନାଲ କ୍ୟାରିୟର ଆରମ୍ଭ ୨୦୦୩ ରୁ ଆରମ୍ଭ କରିଥିଲେ। ଗତ ୧୯ ବର୍ଷ ହେବ ସେ ଲଗାତାର ଖେଳୁଛନ୍ତି ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ବିଜୟୀ କରିଛନ୍ତି। ସେ ନିଜର କ୍ୟାରିୟରରେ ଡବଲ୍ସରେ ନମ୍ବର-୧ ମଧ୍ୟ ରହିସାରିଛନ୍ତି।