ମହିଳାଙ୍କୁ ସରକାରଙ୍କ ବଡ ଉପହାର, ସାରା ଦେଶରେ ମାତ୍ର ୧ ଟଙ୍କାରେ ମିଳିବ ସାନିଟାରୀ ନାପକିନ୍

ନୁଆଦିଲ୍ଲୀ ୨୭/୮: ସରକାର ମହିଳାଙ୍କ ହାଇଜିନ୍ ସମସ୍ୟାକୁ ନଜରରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଏବେ ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରୀ ନାପକିନ୍ ପ୍ରଦାନ କରିବେ । ଏଥିପାଇଁ ସରକାର ଜନ ଔଷଧି କେନ୍ଦ୍ରରେ ବିକ୍ରି ହେଉଥିବା ସାନିଟାରୀ ନାପକିନର ମୂଲ୍ଯ ହ୍ରାସ କରି ମାତ୍ର ୧ ଟଙ୍କା କରିଦେଇଛନ୍ତି । ଏକ ନ୍ୟାସନଲ୍ ଚ୍ୟାନେଲକୁ ଇଣ୍ଟରଭ୍ଯୁ ଦେବା ସମୟରେ ରାଜ୍ଯମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି ଯେ ସରକାର ମହିଳାଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ବୃଦ୍ଧି କରିବା ଉଦ୍ଦେଶ୍ଯରେ ଏହି ନିଷ୍ପତ୍ତି ନେଇଛନ୍ତି । ମାଣ୍ଡବିୟ କହିଛନ୍ତି ଯେ ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନର ସୁବିଧା ଜନ ଔଷଧି କେନ୍ଦ୍ରରେ ଆଜିଠାରୁ ଅର୍ଥାତ୍ ୨୭ ଅଗଷ୍ଟରୁ ମାତ୍ର ଏକ ଟଙ୍କା ପ୍ରତି ପ୍ୟାଡରେ ଉପଲବ୍ଧ ହେବ ।

ପୂର୍ବରୁ ଏହାର ମୂଲ୍ଯ ଅଢେଇ ଟଙ୍କା ପ୍ରତି ପ୍ୟାଡ୍ ହିସାବରେ ବିକ୍ରି ହେଉଥିଲା । ଯାହା ଫଳରେ ୪ଟି ପ୍ୟାଡ୍ ଥିବା ଏକ ପ୍ୟାକେଟର ମୂଲ୍ଯ ୧୦ ଟଙ୍କା ଥିଲା । କିନ୍ତୁ ଆଜିଠାରୁ ସେହି ପ୍ୟାକେଟଟି ମାତ୍ର ୪ ଟଙ୍କାରେ ମିଳିବ ।

ଔଷଧ ବିତରଣ କେନ୍ଦ୍ରରେ ‘ସୁବିଧା’ ନାମରେ ଏହି ନାପକିନ୍ ସାରା ଦେଶରେ ୫,୫୦୦ ବିତରଣ କେନ୍ଦ୍ରରେ ଉପଲବ୍ଧ ହେବ । ମୂଲ୍ୟରେ ୬୦ ପ୍ରତିଶତ ରିହାତି ସହିତ ନରେନ୍ଦ୍ର ମୋଦି ସରକାର ବିଜେପି ତରଫରୁ ନିର୍ବାଚନ ୨୦୧୯ରେ ନିଜ ଘୋଷଣା ପତ୍ରରେ କରିଥିବା ପ୍ରତିଜ୍ଞାର ୧୦୦ ଦିନ ପୂର୍ଣ୍ଣ ହେବା ପୂର୍ବରୁ ଏହା ପୁରା କରିଛନ୍ତି ।

ମହିଳାଙ୍କୁ ଶସକ୍ତ କରିବା ପାଇଁ ସରକାର ଏହା ପୂର୍ବରୁ ଔଷଣ ବିତରଣ କେନ୍ଦ୍ରରେ ଏହାକୁ ପ୍ରଚୁର ମାତ୍ରାରେ ଉପଲବ୍ଧ କରାଉଥିଲେ । ମାଣ୍ଡବୀୟ କହିଛନ୍ତି ଯେ ଆମେ ଗୁଣବତ୍ତା ଏବଂ ମୂଲ୍ଯ ଉପରେ ଧ୍ୟାନ ରଖିବୁ । ଏହା ସହ ସେ କହିଛନ୍ତି ଯେ ସାନିଟାରୀ ନାପକିନର କଳାବଜାରୀକୁ ରୋକିବା ପାଇଁ ଆମେ ଜରୁରୀ ପଦକ୍ଷେପ ଉଠାଇବୁ ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି