PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

କଦଳୀରୁ ତିଆରି ହେଲା ସାନିଟାରୀ ପ୍ୟାଡ: ୧୨୨ଥର ଧୋଇ ୨ବର୍ଷ ପର୍ଯ୍ୟନ୍ତ କରିପାରିବେ ବ୍ୟବହାର, ମୂଲ୍ୟ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ ୨୧।୮: ପରିବେଶ ପ୍ରଦୂଷିତ ନ ହେବା ନୂଆ ପ୍ରକ୍ରିୟାରେ ପ୍ରସ୍ତୁତ ହେଲା ସାନିଟାରୀ ପ୍ୟାଡ୍।  ଆଇଆଇଟି ଦିଲ୍ଲୀର ଦୁଇ ଜଣ ଛାତ୍ର କଦଳୀର ଫାଇବରରୁ ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିଛନ୍ତି। ଏହି ପ୍ୟାଡକୁ ୧୨୨ଥର ଧୋଇ ୨ବର୍ଷ ଯାଏଁ ବ୍ୟବହାର କରାଯାଇ ପାରିବ। ବାରମ୍ବାର ବ୍ୟବହାର କରିବା ପରେ ବି ଏଥିରୁ କୌଣସି ସଂକ୍ରମଣର ଆଶଙ୍କା ନାହିଁ। ଗୋଟିଏ ସାନିଟାରି ପ୍ୟାଡ ୧୦୦ଟଙ୍କାରେ ଉପଲବ୍ଧ ହେବ। ତେବେ କହିବାକୁ ଗଲେ ସାନିଟାରୀ ପ୍ୟାଡ ଯୋଗୁଁ ଏବେ ଆଉ ପରିବେଶ ପ୍ରଦୂଷିତ ହେବ ନାହିଁ।

ଆଇଆଇଟି ଦିଲ୍ଲୀର ବିଟେକ୍ ଚତୁର୍ଥ ବର୍ଷର ଛାତ୍ର ଅର୍ଚ୍ଚିତ ଅଗ୍ରଓ୍ବାଲ ଏବଂ ହ୍ୟାରୀ ସହରାଓ୍ବତ ବିଭାଗୀୟ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ଏହି ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଏହି ଦୁଇ ଜଣ ଛାତ୍ର ସାମ୍ଫେ ନାମରୁ ଷ୍ଟାର୍ଟଅପ୍ କରିଛନ୍ତି। ଏହି ଷ୍ଟାର୍ଟଅପ୍ ଜରିଆରେ ଏହି ସାନିଟାରୀ ପ୍ୟାଡକୁ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି।

ଆଇଆଇଟିର ଡିଜାଇନ୍ ବିଭାଗର ସହାୟକ ପ୍ରଫେସର ଉଭୟ ଛାତ୍ରଙ୍କ ଉଦ୍ଭାବନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତାରେ ଏହି ଉଦ୍ଭାବନ ଅତ୍ୟନ୍ତ ଲାଭଦାୟକ ହେବ। ଏହାକୁ ପ୍ରସ୍ତୁତ କରିବାରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ଉଭୟ ଛାତ୍ରଙ୍କ କହିବାନୁସାରେ, ଚାରି ପରସ୍ତରେ ପ୍ରସ୍ତୁତ କରାଯାଇଥିବା ଏହି ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିବା ପାଇଁ ପଲିଷ୍ଟର ପିଲିଙ୍ଗ, କଦଳୀର ଫାଇବର ଏବଂ କର୍ଟନ୍ ପଲିୟୁରେଥେନ୍ ଲେମିନେଟର ବ୍ୟବହାର କରାଯାଇଛି। କଦଳୀର ଯେଉଁ ଡେମ୍ଫକୁ ଆମେ ଫିଙ୍ଗି ଦେଇଥାଉ ତାହା ଭିତରୁ ଫାଇବରକୁ ବାହାର କରି ମେସିନରେ ଶୁଖାଯାଇଛି।

ଏହି ଫାଇବର ଉପରେ ପଲିଷ୍ଟର ପିଲିଙ୍ଗର ବ୍ୟବହାର କରାଯାଇଥିଲା ଯାହା ଆର୍ଦ୍ରତାକୁ ଶୋଷଣ କରିଥାଏ। ଏହା ପରେ ଲିକେଜ ରୋକିବା ପାଇଁ କଟନ ପଲିୟୁରେଥେନ୍ରେ ଏହାକୁ ଲେମିନେଟ କରାଯାଇଛି। ଅନ୍ୟ ପ୍ୟାଡରେ ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକ୍ ପ୍ରୟୋଗ କରାଯାଇଥାଏ, ଯାହା ଦ୍ବାରା ପରିବେଶ ପ୍ରଦୂଷିତ ହୋଇଥାଏ।

ଅର୍ଚ୍ଚିତଙ୍କ କହିବାନୁସାରେ, ଏହି ସାନିଟାରୀ ପ୍ୟାଡ ଅନଲାଇନ ସହ ବଜାରରେ ମଧ୍ୟ ଉପଲବ୍ଧ ହେବ। ଗୋଟିଏ ପ୍ୟାକେଟରେ ଦୁଇଟି ପ୍ୟାଡ ରହିବ, ଯାହା ୧୯୯ଟଙ୍କାରେ ମିଳିବ। ମହିଳାମାନେ ଏହି ପ୍ୟାଡକୁ ଥଣ୍ଡା ପାଣିରେ ଧୋଇ ୨ବର୍ଷ ଯାଏଁ ବ୍ୟବହାର କରି ପାରିବେ।

ତାଙ୍କ କହିବାନୁସାରେ, ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ’ ଫିଲ୍ମରୁ ସାଧାରଣ ମହିଳା ସାନିଟାରୀ ପ୍ୟାଡର ବ୍ୟବହାର ପ୍ରତି ସଚେତନ ହୋଇଥିଲେ, କିନ୍ତୁ ପରିବେଶ ପ୍ରଦୂଷଣର କୌଣସି ସମାଧାନ ହୋଇନଥିଲା। କାରଣ ସାମାନ୍ୟ ସାନିଟାରୀ ପ୍ୟାଡରେ ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକର ପ୍ରୟୋଗ କରାଯାଇଥାଏ।

ସାନିଟାରୀ ପ୍ୟାଡ ବ୍ୟବହାର କରିବାପରେ ଫିଙ୍ଗି ଦିଆଯାଇଥାଏ, ଏହାକୁ ନଷ୍ଟ ହେବାକୁ ୫୦ରୁ ୬୦ବର୍ଷ ଲାଗିଥାଏ। ଏହା ଦ୍ବାରା ନାଳ, ଖାଲିସ୍ଥାନ ବ୍ଲକ୍ ହେବା ସହ ମାଟି ଦୂଷିତ ହୋଇଥାଏ। ଏପରି ସାନିଟାରୀ ପ୍ୟାଡକୁ ପୋଡ଼ିବା ଦ୍ବାରା ହାନିକାରକ ଧୂଆଁ ବାହାରିଥାଏ, ଯାହା ବାୟୁମଣ୍ଡଳକୁ ଦୂଷିତ କରିଥାଏ। ଭାରତରେ ପାଖାପାଖି ୩୩୬ ମିଲିୟନ ମହିଳାଙ୍କ ମଧ୍ୟରେ ୩୬ପ୍ରତିଶତ ୧୨୧ ମିଲିୟନ ଡିସପୋଜେବଲ ସାନିଟାରୀ ପ୍ୟାଡ ବ୍ୟବହାର କରିଥାଆନ୍ତି।