PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ସାନିଟାଇଜର୍‌ ପାର୍ଟି କରି ୨ମୃତ- ନିଶାଭାବେ ସାନିଟାଇଜର୍ ପିଉଥିବା ୨୩୫ ଜଣଙ୍କୁ ଚିହ୍ନଟ କଲା ପୁଲିସ

ହାଇଦ୍ରାବାଦ- ସଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ ସମୟରେ ଅନେକ ଲୋକ ସାନିଟାଇଜର୍‌ ପିଉଥିବା ନଜରକୁ ଆସୁଛି । ସେମାନେ ମଦ ପାଇବା ବଦଳରେ ମଦ ନପାଇ ସାନିଟାଇଜର୍‌ ପିଉଛନ୍ତି । କେତକ ଲୋକ ସାନିଟାଇଜର୍‌ ପିଇ ମୃତ୍ୟୁ ମୁଖରେ ପଡିଛନ୍ତି । ଏହାପରେ ହାଇଦ୍ରାବାଦରେ ସାନିଟାଇଜର୍‌କୁ ନିଶା ଭାବେ ଗ୍ରହଣ କରୁଥିବା ୨୩୫ ଜଣଙ୍କୁ ପୁଲିସ ଚିହ୍ନଟ କରିଛି । ଏମାନେ ମଦବଦଳରେ ସାନିଟାଇଜର୍‌କୁ ନିଶା ଭାବେ ବ୍ୟବହାର କରୁଛନ୍ତି । ଗତ କିଛି ଦିନ ତଳେ ୧୬ ଜଣ ବ୍ୟକ୍ତି ମଦ ପିଇ ପ୍ରାଣ ହରାଇଥିଲେ ।

ଏହାପରେ ନିୟମିତ ଭାବେ ସାନିଟାଇଜର୍‌ ପିଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଏପରି ନକରିବା ପାଇଁ ଉପଦେଶ ଦିଆଯାଉଥିବା ହାଇଦ୍ରାବାଦର ପୁଲିସ କମିଶନର ସୂଚନା ଦେଇଛନ୍ତି । ଏମାନେ କୁରୁଛେଡୁ, ଦାର୍ସି ଏବଂ ଭିନୁକୋଣ୍ଡା ଅଞ୍ଚଳର ହୋଇଥିବା କଥା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ଯୋଗୁଁ ମଦ ମିଳିବାରେ ଅସୁବିଧା ହେଉଥିବାରୁ ଏବେ ବହୁ ଲୋକ ମଦ ବଦଳରେ ସାନିଟାଇଜର ପିଇ ଦେଉଥିବା ନଜରକୁ ଆସୁଛି । ଏହାଫଳରେ ବିଭିନ୍ନ ଲୋକ ପେଟ ବ୍ୟଥାର ଶିକାର ହେଉଥିବା ବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି ।
ପୋଲିସ ବିଭିନ୍ନ ସ୍ଥାନରେ ଦୁଆର ଦୁଆର ବୁଲି କେଉଁମାନେ ସାନିଟାଇଜର୍‌ ପିଉଛନ୍ତି ସେ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା । ଏଥିରେ ବିଭିନ୍ନ ଲୋକ ମଦ ପିଉଥିବା ବେଳେ ମଦ ବଦଳରେ ସାନିଟାଇଜର୍‌ ପିଉଥିବା ନଜରକୁ ଆସିଥିଲା ।

ସେମାନଙ୍କ ଘରୁ ପ୍ରଚୁର ପରିମାଣରେ ସାନିଟାଇଜର୍‌ ବୋତଲ ଜବତ କରାଯାଇଥିଲା । ଏମାନେ ମଦ ବଦଳରେ ସାନିଟାଇଜର୍ ପିଉଥିଲେ । ଲିକ୍ୟୁଇଡ୍‌ ସାନିଟାଇଜର୍‌ ଶସ୍ତାରେ ମିଳୁଥିବାରୁ ଏବଂ ମଦଠାରୁ ବି ଶସ୍ତାରେ ମିଳୁଥିବାରୁ ଏହାକୁ ଅନେକ ଲୋକ ମଦ ଭାବେ ବ୍ୟବହାର କରୁଥିଲେ । ସାନିଟାଇଜର ପିଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଗରିବ ଶ୍ରେଣୀର ଲୋକ ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ, ଭିକାରି କିମ୍ବା ଅନ୍ୟ ଅଳ୍ପ ଆୟ ବିଶିଷ୍ଟ କାମ କରୁଥିବା ବ୍ୟକ୍ତି ରହିଛନ୍ତି । ସାନିଟାଇଜର୍‌ରେ ମିଶିଥିବା ଅନ୍ୟ ରାସାୟନିକ ଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସେମାନଙ୍କୁ ବୁଝା ଯାଉଛି ।

ଗତ ସପ୍ତାହରେ ସାନିଟାଇଜର ପାର୍ଟିର ଆୟୋଜନ କରି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନେ ପାଣି ଏବଂ କୋଲ୍ଡ ଡ୍ରିଙ୍କ ସହ ସାନିଟାଇଜର୍‌ ମିଶାଇ ପିଇଥିବା କଥା ସୂଚନା ମିଳିଥିଲା ।