ସାବଧାନ ! କାର୍‌ରେ ଆପଣ ସାନିଟାଇଜର ବୋତଲ ରଖି ଆସୁନାହାଁନ୍ତି ତ ? ଏମିତି ବିପଦରେ ପଡ଼ିପାରନ୍ତି –

ନୂଆଦିଲ୍ଲୀ – ପୁରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଛି ।  ଯେଉଁଥି ପାଇଁ ଏବେସୁଦ୍ଧା ୫୦  ଲକ୍ଷରୁ ଅଧିକ ଲୋକ ଏହି ଭାଇରସ୍‌ କବଳରେ ଆସିଛନ୍ତି ।  ଏବେ ସୁଦ୍ଧା କରୋନାର କୌଣସି ଭାକ୍‌ସିନ୍‌ ବାହାରି ନାହିଁ ।  କେବଳ ସାବଧାନତା ହିଁ କରୋନାରୁ ନିଜକୁ ବଞ୍ଚାଇବାର ଗୋଟିଏ ମାଧ୍ୟମ ।

ସାଧାରଣତ୍ଃ ଡାକ୍ତରମାନେ ସମସ୍ତଙ୍କୁ ସାନିଟାଇଜର ପାଖରେ ରଖିବାକୁ ଉପଦେଶ ଦେଉଛନ୍ତି । କାରଣ ସମୟ ଅନ୍ତରରେ ସେମାନେ ହାତକୁ ଜୀବାଣୁ ମୁକ୍ତ କରିପାରିବେ । କିନ୍ତୁ  ଆପଣଙ୍କୁ ଏହା ଜଣାଅଛି କି  ଯଦି ସାନିଟାଇଜରକୁ ଠିକ୍‌ରେ ନରଖିଲେ  ଏହା ଆପଣଙ୍କ ପାଇଁ ବିପଦ ହୋଇପାରେ ।

ଆମେରିକାରେ ଏକ ଆଡଭାଇଜରୀ ଜାରି ହୋଇଥିଲା –

 ହିନ୍ଦୁସ୍ତାନ ଟାଇମ୍ସ ର ରିପୋର୍ଟ ମୁତାବିକ୍‌ ନିକଟରେ ଆମେରିକାର ୱିକ୍ସୋନ୍ସିନରେ ଅଗ୍ନିଶମ ବିଭାଗ ଏକ ଆଡଭାଇଜରୀ ସୋସିଆଲ ମିଡ଼ିଆରେ ଜାରି କରିଥିଲା । ଯେଉଁଥିରେ ଏକ ଗରମ ଥିବା କାର୍‌ ଭିତରେ ସାନିଟାଇଜର  ଛାଡ଼ି ଆସିବାରେ ବିପଦ ସୃଷ୍ଟି ହୋଇପାରେ ବୋଲି କୁହାଯାଇଥିଲା ।

ଆଡଭାଇଜରୀ ସହ ଏକ ଫଟୋ ମଧ୍ୟ ଜାରି କରାଯାଇଥିଲା । ଯେଉଁଥିରେ କାରର ଏକ ଭାଗ କ୍ଷତିଗ୍ରସ୍ତ ହେବାର ନଜର ଆସିଥିଲା । ଅଗ୍ନିଶମ ବିଭାଗ  ମୁତାବିକ୍‌ ଏହି କ୍ଷତି  ସାନିଟାଇଜରର ବୋତଲରେ ବିସ୍ଫୋରଣ ଯୋଗୁଁ  ହୋଇଥିଲା । ହେଲେ ପରେ ଏହି ପୋଷ୍ଟକୁ ହଟେଇ ଦିଆଯାଇଥିଲା । ଯାହାପରେ  ଏବେ ବି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ସାନଟାଇଜର ଖରାରେ ସମସ୍ୟା ସୃଷ୍ଟି କରିପାରେ କି ।

ସାନିଟାଇଜରରେ ୭୦ ପ୍ରତିଶତ ଆଲକୋହନ ଥାଏ –

ସାଧାରଣତଃ ସାନିଟାଇଜରରେ ୪୦ ପ୍ରତିଶତ  ଯାଏ ଆଲକୋହଲ  ଥାଏ । କିନ୍ତୁ  ଭାରତରେ କେତେକ ବ୍ରାଣ୍ଡ ଅଛି  ଯେଉଁମାନେ କରୋନା ଭାଇରସ୍‌ ଠାରୁ ରକ୍ଷା ପାଇଁ ୭୦ ପ୍ରତିଶତରୁ ଅଧିକା ଆଲକହଲ ପ୍ରୟୋଗ କରୁଛନ୍ତି ।  ଏହି ୭୦ ପ୍ରତିଶତ ଆଲକହଲ  ବହୁତ ଜ୍ୱଳନଶୀଳ ହୋଇଥାଏ । ଯଦି ଏହା ଖରା ବା ଗରମ ଥିବା ସ୍ଥାନରେ ଥାଏ , ତ ବାଷ୍ପ ସୃଷ୍ଟି କରିଥାଏ । ଏହାପରେ କଣ୍ଟେନର ଭିତରେ  ପ୍ରଭାବ ପକାଇବା ଆରମ୍ଭ କରିଥାଏ । ଯାହା ପରେ ବିସ୍ଫୋରଣ ଘଟାଇପାରେ ।  ଅନେକ ସମୟରେ ଗରମ ସମୟରେ କାର୍‌ ଭିତରେ ରଖାଯାଇଥିବା ବଡି ସ୍ପ୍ରେ ଓ କେମିକଲରେ ବିସ୍ଫୋରଣ ହୋଇଛି ।

ସାବଧାନ –

 ଯଦି ଆପଣ କାର୍‌ରେ ସାନିଟାଇଜର  ରଖୁଛନ୍ତି ତ , ଖରାରେ କାର୍‌ ପାର୍କିଂ କରନ୍ତୁ ନାହିଁ ।  କୌଣସି ଗଛ ଛାଇରେ ବା  ଛାତ ତଳେ କାର୍‌କୁ ରଖନ୍ତୁ । କାର୍‌ ଥଣ୍ଡା ରହିବା ସହ କୌଣସି ନିଆଁ କି ବିସ୍ଫୋରଣର ସମସ୍ୟା ହେବ ନାହିଁ ।

ଏହା ସହ ସାନିଟାଇଜର ଲଗାଇ ରୋଷେଇ ଗ୍ୟାସ୍‌ ପାଖକୁ ବି ଯିବା ଉଚିତ୍‌ ନୁହେଁ । ଯଦି ହାତ ଶୁଖି ନାହିଁ ତ ନିଆଁ ଲାଗିଯାଇପାରେ ।

   ସମ୍ବନ୍ଧିତ ଖବର


ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ବୋଝ ଉଠାଉଛନ୍ତି ୮୦ ବର୍ଷୀୟ ‘ସୁଫୀ ସନ୍ଥ’