PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଚିକିତ୍ସା ପାଇଁ ଆମେରିକା ଯିବେ ସଞ୍ଜୟ ଦତ୍ତ ! ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କଲେ ଭାବପୂର୍ଣ୍ଣ ଟୁଇଟ୍‌

celebritytadka.com

ମୁମ୍ୱାଇ –୧୨।୮ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ଯିବେ । ସଞ୍ଜୟଙ୍କ ବନ୍ଧୁ ଓ ନିକଟତମ ମହଲରୁ ଏହି ସୂଚନା ମିଳିଥିବା କୁହାଯାଉଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ସପ୍ତାହରେ ସଞ୍ଜୟ ବମ୍ବେର ଲୀଳାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ତାଙ୍କର କୋଭିଡ୍‌-୧୯ ରିପୋର୍ଟ ନେଗେଟିଭ୍‌ ଆସିଥିବା ସଞ୍ଜୟ ଗତ ୮ ତାରିଖରେ ଟୁଇଟ୍‌ କରିଥିଲେ ।

ରିପୋର୍ଟ ନେଗେଟିଭ୍‌ ଆସିବା ସତ୍ତେ୍ୱ ସେ ହସ୍ପିଟାଲରେ ଅଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି । ଏହି ପରିସ୍ଥିତିରେ ମଙ୍ଗଳବାର ସଞ୍ଜୟ ଏକ ଭାବପୂର୍ଣ୍ଣ ଟୁଇଟ୍‌ କରିଥିଲେ ଯାହାକୁ ନେଇ ସାରା ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ ତାଙ୍କ ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସଞ୍ଜୟ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, “ବନ୍ଧୁମାନେ! ଚିକିତ୍ସା ପାଇଁ ମୁଁ କାର୍ଯ୍ୟରୁ ଏକ ଛୋଟ ବିରତି ନେଉଛି । ମୋ ପରିବାର ଓ ବନ୍ଧୁ ପରିଜନ ମୋ ସହ ଅଛନ୍ତି । ମୋ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଯଥା ବ୍ୟସ୍ତ କିମ୍ବା ଗୁଜବ ନ କରିବାକୁ ଅନୁରୋଧ । ମୁଁ ଶୀଘ୍ର ଫେରିଆସିବି ।”

View this post on Instagram

🙏🏻

A post shared by Sanjay Dutt (@duttsanjay) on

ସମ୍ବନ୍ଧିତ ଖବର