ସଞ୍ଜୟ ଦତ୍ତ ଦେଲେ ଆଶ୍ଚର୍ଯ୍ୟଜନକ ଖବର – କହିଲେ, ମୁଁ ଖୁବ୍‌ ଶୀଘ୍ର ଭଲ ହୋଇ ଫେରୁଛି …

ନୂଆଦିଲ୍ଲୀ – ସଞ୍ଜୟ ଦତ୍ତ  ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ସ୍ୱାସ୍ଥ୍ୟକୁ ନେଇ  ଦେଇଛନ୍ତି ସୂଚନା । ଲେଖିଛନ୍ତି, ସେ ଏବେ ସୁସ୍ଥ ହୋଇନାହାଁନ୍ତି । କହିଛନ୍ତି – ବନ୍ଧୁମାନେ ମେଡିକାଲ ଟ୍ରିଟ୍‌ମେଣ୍ଟ ପାଇଁ ମୁଁ ସର୍ଟ ବ୍ରେକ୍‌ ନେଉଛି । ମୋର ବନ୍ଧୁ ଓ ପରିବାରର ଲୋକ ମୋ ସହ ଅଛନ୍ତି ଏବଂ ମୁଁ ଚାହୁଁଛି କି ମୋର ଶୁଭଚିନ୍ତକମାନେ ଚିନ୍ତିତ ହୁଅନ୍ତୁ ନାହିଁ ଏବଂ ଅଯଥା କଥାବାର୍ତ୍ତା ହୁଅନ୍ତୁ ନାହିଁ କି ଶୁଣନ୍ତୁ ନାହିଁ ।  ଆପଣ ସମସ୍ତଙ୍କର ଭଲପାଇବା ଓ ଶୁଭେଚ୍ଛାରେ ମୁଁ ଖୁବ୍‌ ଶୀଘ୍ର ଭଲ ହୋଇ ଫେରିବି ।

ଏହି ପ୍ରକାରରେ ସଞ୍ଜୟ ଦତ୍ତଙ୍କ ପୋଷ୍ଟ ସୋସିଆଲ୍‌ ମିଡ଼ିଆରେ ଆସିବା କ୍ଷଣି ଭାଇରାଲ ହୋଇଛି । ପ୍ରଶଂସକମାନେ ତାଙ୍କର ଶୀଘ୍ର ଠିକ୍‌ ହେବା ନେଇ ପ୍ରାର୍ଥନା ଆରମ୍ଭ କରି ଦେଇଛନ୍ତି। ହା ସହ ମଧ୍ୟ ପଢ଼ନ୍ତୁ-ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସଂଜୟ ଦତ୍ତ

View this post on Instagram

🙏🏻

A post shared by Sanjay Dutt (@duttsanjay) on

ଉଲ୍ଲେଖନୀୟ ଯେ , ଏହି ନିକଟରେ ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର କରୋନା ଟେଷ୍ଟରେ ନେଗେଟିଭ୍‌ ଆସିଥିଲା । କିନ୍ତୁ ଏବେ  ସେ ନିଜେ ସୁସ୍ଥ ନଥିବା ସୂଚନା ଦେଇଛନ୍ତି ।

ସୂଚନା ଯେ , ସଞ୍ଜୟ ଦତ୍ତଙ୍କର ଆଗାମୀ ଫିଲ୍ମ  ‘ସଡ଼କ-୨’ ,ଯେଉଁଥିରେ ସେ ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ସହ ନଜର ଆସିବେ ।  

   ସମ୍ବନ୍ଧିତ ଖବର


ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…