PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସଞ୍ଜୟ ଲୀଲା ଭଂସାଲୀ କରିବାକୁ ଯାଉଛନ୍ତି OTT ଡେବ୍ୟୁ, ନିର୍ଦ୍ଦେଶକଙ୍କ ଡ୍ରିମ ପ୍ରୋଜେକ୍ଟରେ ନଜର ଆସିବେ ରିଚା ଚଢ଼ା

ମୁମ୍ବାଇ ୫।୮: ବଲିଉଡ ଅଭିନେତ୍ରୀ ରିଚା ଚାଧା  ଗତ କିଛି ସମୟରୁ ଫେମସ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ କାର୍ଯ୍ୟାଳୟକୁ ଯାଉଥିବାର ନଜର ଆସିଥିଲେ। ସେବେଠାରୁ ବଲିଉଡର କରିଡରରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ଦୁହେଁ ଏକ ନୂଆ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ଖବରରେ ଲେଖା ଯାଇଛି ଯେ ରିଚା ଭନସାଲୀଙ୍କ ଡେବ୍ୟୁ ୱେବ୍ ସିରିଜ୍ ‘ହିରା ମଣ୍ଡି’ରେ କାମ କରିବାକୁ ଯାଉଛନ୍ତି। ନିକଟରେ ଏହି ପ୍ରୋଜେକ୍ଟ ସଂପର୍କରେ ରିଚା ସଞ୍ଜୟ ଲୀଲା ଭଂସାଲୀଙ୍କ ସହିତ ସାକ୍ଷାତ କରିଥିଲେ। ଏହା ଭଂସାଲୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଛି, ଯାହା ସେ ଗତ ୧୨ ବର୍ଷ ଧରି ପୂରା କରିବାକୁ ଚେଷ୍ଟା କରୁଥିଲେ।

ବିଶେଷ ସୁତ୍ରରୁ ଜରାପଡ଼ିଛି ଯେ, ‘ଉଭୟଙ୍କ କ୍ରମାଗତ ଭାବରେ ସାକ୍ଷାତ ହେବାର ଖବର ଆମେ ଶୁଣିଥିଲୁ। ନିକଟରେ ରିଚାଙ୍କୁ ଭଂସାଲୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ସେମାନେ ଉଭୟ ଅନ-ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନ୍ ଏକାଠି ପ୍ରତିଭା ସାମ୍ନାକୁ ଆଣନ୍ତି । ଦୁହେଁ ଶେଷ ଥର ପାଇଁ ୨୦୧୩ର ଚର୍ଚ୍ଚିତ ଫିଲ୍ମ ’ଗୋଲିୟୋ କି ରାସଲୀଲା ରାମ-ଲୀଲା’ରେ କାମ କରିଥିଲେ। ଯେଉଁଠାରେ ଅଭିନେତ୍ରୀ ରସୀଲା ଭୂମିକା ନିଭାଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ୱେବ୍ ସିରିଜରେ ଉଭୟ ହୁମା କୁରେଶି ଏବଂ ସୋନାକ୍ଷୀ ସିହ୍ନା ଅଭିନେତ୍ରୀ ସେକ୍ସ ଓ୍ବାର୍କର ଭୂମିକାରେ ଅଭିନୟ କରିବେ। ଏହାର କାହାଣୀ ଭାରତ ଏବଂ ପାକିସ୍ଥାନ ବିଭାଜନ ସମୟରେ ବେଶ୍ୟାମାନଙ୍କ ଜୀବନ ଏବଂ ସେମାନଙ୍କ ଟଙ୍କାପ୍ରେମୀ ଗ୍ରାହକଙ୍କ ଜୀବନ ଉପରେ ଆଧାରିତ। ଏଥିରେ ଅନେକ କଳାକାର ମଧ୍ୟ ଅଭିନୟ କରିବେ ।