ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ସିନେମା ନିର୍ମାଣ କରିବେ ସଞ୍ଜୟଲୀଳା ଭଂସାଲୀ, ଆଜି ପୋଷ୍ଟର ଲଞ୍ଚ

ମୁମ୍ବାଇ ୧୭।୯: ପ୍ରଖ୍ୟାତ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟଲୀଳା ଭଂସାଲୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ଟାଇଟଲ ରହିଛି ‘ମନ ବୈରାଗୀ’। ସୂଚନାଯୋଗ୍ୟ ଯେ, ଆଜି ଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୬୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି। ଏହି ଅବସରରେ ଆଜି ଏହି ସିନେମାର ପ୍ରଥମ ଡିଜିଟାଲ ପୋଷ୍ଟର ଲଞ୍ଚ କରାଯିବ। ଏହାକୁ ଲୋକପ୍ରିୟ ସିନେ ତାରକା ପ୍ରଭାସ ଲଞ୍ଚ କରିବେ ବୋଲି ଜଣାଯାଇଛି।

‘ମନ ବୈରାଗୀ’ର ଲେଖକ ହେଉଛନ୍ତି ସଂଜୟ ତ୍ରିପାଠୀ। ସଞ୍ଜୟଲୀଳା ଭଂସାଲୀ ଏବଂ ମହାବୀର ଜୈନ ମିଳିତଭାବେ ଏହାର ପ୍ରଯୋଜନା କରୁଛନ୍ତି। ନିଜେ ସଞ୍ଜୟଲୀଳା ଭଂସାଲୀ ଏହାର ନିର୍ଦ୍ଦେଶ ଭାର ବହନ କରୁଛନ୍ତି। ଭଂସାଲୀ କହିଛନ୍ତି ଯେ, ସଂଜୟ ତ୍ରିପାଠୀଙ୍କ କାହାଣୀ ଶୁଣିବାପରେ ସେ ଏହି ସିନେମା ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀକୁ ଏହି ଖାସ୍ ସିନେମା ନିର୍ମାଣ କରାଯାଉଛି ବୋଲି ଜାଣିବାକୁ ମିଳିଛି।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ