ସୋନିଆ ଗାନ୍ଧୀଙ୍କୁ ଭାରତରତ୍ନ ଦାବିରେ ସମର୍ଥନ ଜଣାଇଲେ ଏହି ସାଂସଦ, ବିଜେପି ବିରୋଧରେ ଓଗାଳିଲେ ବିଷ…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦେଶର ସର୍ବୋଚ୍ଚ ନାଗିରକ ସମ୍ମାନ “ଭାରତ ରତ୍ନ” ଦେବା ଦାବିରେ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି । ଏବେ ଶିବସେନା ସାଂସଦ ଓ ନେତା ସଂଜୟ ରାଓ୍ବତ ସୋନିଆଙ୍କ ପାଇଁ ଏହି ଦାବିରେ ସମର୍ଥନ ଜଣାଇଛନ୍ତି ।

ଆଜି (ଗୁରୁବାର) ସାଂସଦ ସଂଜୟ ରାଓ୍ବତ କହିଛନ୍ତି ଯେ କଂଗ୍ରେସର ଅନ୍ତର୍ଦ୍ୱନ୍ଦ୍ୱ ଗଣତନ୍ତ୍ରର ଏକ ଲକ୍ଷଣ । କେନ୍ଦ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବା ଉଚିତ୍ । ସୋନିଆଙ୍କୁ ଭାରତ ରତ୍ନ ଦେବା ଉପରେ ବିରୋଧ କରୁଥିବା ଲୋକଙ୍କୁ ସଞ୍ଜୟ ରାଓ୍ବତ କହିଛନ୍ତି ଯେ ଏହି କଥା ଆମେ ବିଜେପିକୁ ମଧ୍ୟ ପଚାରି ପାରିବା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଆଉ କିଏ ଅଛନ୍ତି ?

କଂଗ୍ରେସର ସାଧାରଣ ସମ୍ପାଦକ ହରିଶ ରାୱତ ବୁଧବାର ଦିନ କହିଛନ୍ତି ଯେ ଦେଶର ନାରୀମାନଙ୍କ ସମ୍ମାନର ନୂତନ ଉଚ୍ଚତା ଦେବା ପାଇଁ ତଥା ଦେଶର ଅତ୍ୟାଚାରିତ ତଥା ଦଳିତ ମାନଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ବିଏସପି ମୁଖ୍ୟ ମାୟାବତୀଙ୍କୁ ଭାରତରତ୍ନ ସମ୍ମାନ ସହିତ ପୁରସ୍କୃତ କରାଯିବା ଉଚିତ୍ ।

ସୋନିଆ ଗାନ୍ଧୀ ଏବଂ ମାୟାବତୀଙ୍କୁ ଭାରତ ରତ୍ନ ଦେବାର ଦାବି ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ସମସ୍ତଙ୍କର ଦାବି କରିବାର ଅଧିକାର ଅଛି । ସେମାନଙ୍କର ୟୁପିଏ ସରକାର ଦଶ ବର୍ଷ ପୂର୍ବରୁ କ୍ଷମତାରେ ଥିଲେ, ଆଉ ସେମାନେ ଆଜି ଦାବି କରୁଛନ୍ତି, ସେମାନେ ଏହା ଆଗରୁ କରିପାରିଥାନ୍ତେ ।